ରୁଷ କବଳରୁ ୟୁକ୍ରେନକୁ ରକ୍ଷା କରିବ ନାଟୋ! ନେଲା ଏମିତି ପଦକ୍ଷେପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 25, 2022

ରୁଷ କବଳରୁ ୟୁକ୍ରେନକୁ ରକ୍ଷା କରିବ ନାଟୋ! ନେଲା ଏମିତି ପଦକ୍ଷେପ

ବ୍ରୁସେଲସ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି। ୟୁକ୍ରେନର ରାଜଧାନୀ କିଭ୍‌କୁ ଦଖଲ କରିବା ପାଇଁ ୪ ପଟୁ ରୁଷ ବେଶ ଯୋଜନା ବଦ୍ଧ ଭାବେ ଆଗକୁ ବଢ଼ୁଛି। ଦିନକୁ ଦିନ ରୁଷ ଅଧିକ ଆକ୍ରମଣାତ୍ମକ ହେଉଥିବାରୁ ଏବେ ନାଟୋ ୟୁକ୍ରେନ ସପକ୍ଷରେ ବାହାରିଛି।

ଅବଶ୍ୟ ୟୁକ୍ରେନ ନାଟୋ ରାଷ୍ଟ୍ରର ସଦସ୍ୟ ନୁହେଁ, କିନ୍ତୁ କିଭ୍‌ର ଗୋଟିଏ ଗୋଟିଏ ଇଞ୍ଚି ଜମିର ସୁରକ୍ଷା ନାଟୋ ରାଷ୍ଟ୍ରମାନେ କରିବେ। ଏଥିସହ ରୁଷ ବିରୋଧରେ ଲଢ଼େଇ କରିବା ପାଇଁ ୟୁକ୍ରେନକୁ ସମସ୍ତ ପ୍ରକାରର ଆର୍ଥିକ ଓ ସାମରିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ ବୋଲି ନାଟୋ ରାଷ୍ଟ୍ର ପକ୍ଷରୁ କୁହାଯାଇଛି।

ଶୁକ୍ରବାର ବିଳମ୍ବିତ ରାତିରେ ନାଟୋ ରାଷ୍ଟ୍ରଗୁଡ଼ିକ ବ୍ରୁସେଲସ ସ୍ଥିତ ମୁଖ୍ୟାଳୟରେ ଜରୁରୀ ବୈଠକ କରିଥିଲେ। ବୈଠକରେ ରୁଷର ଆକ୍ରମଣ ଓ ୟୁକ୍ରେନର ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହାପରେ ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲେନବର୍ଗ କହିଛନ୍ତି, ମେଣ୍ଟ ରାଷ୍ଟ୍ରଗୁଡ଼ିକ ସେମାନଙ୍କର ରାପିଡ ରେସପନ୍ସ ଫୋର୍ସକୁ ପ୍ରଥମଥର ପାଇଁ ମୁତୟନ କରିଛନ୍ତି। ୟୁକ୍ରେନ ଉପରେ ରୁଷ କରୁଥିବା ଆକ୍ରମଣକୁ ଦେଖି ଏପରି ବ୍ୟବସ୍ଥା କରାଯାଇଛି। ଏବେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର। ରୁଷ ହମଲାର ଜବାବ ୟୁକ୍ରେନ ସେନା ବେଶ ସାହାସର ସହ ଦେଉଛନ୍ତି।

ରୁଷ ହମଲାର କ୍ଷୟକ୍ଷତିକୁ ରୋକିବାରେ ସେମାନେ ବେଶ ସକ୍ଷମ। ୟୁକ୍ରେନରେ ରୁଷ ପ୍ରଚଣ୍ଡ ହମଲା କରୁଛି। ସେମାନେ କିଭ୍ ଅଭିମୁଖେ ଯାଉଛନ୍ତି। ୟୁକ୍ରେନ ସରକାରଙ୍କୁ ଗାଦିଚ୍ୟୁତ କରିବା ହିଁ ସେମାନଙ୍କର ଲକ୍ଷ୍ୟ। ତେବେ ୟୁକ୍ରେନର ପ୍ରତିଟି ଇଞ୍ଚ ଜମିର ସୁରକ୍ଷା କରିବ ନାଟୋ। ପୂର୍ବଭଳି ନାଟୋ ରାଷ୍ଟ୍ରମାନେ ୟୁକ୍ରେନକୁ ସମସ୍ତ ପ୍ରକାରର ଆର୍ଥିକ ଓ ସାମାରିକ ସହାୟତା ଯୋଗାଇ ଦେବେ। କୌଣସି ଆକ୍ରମଣାତ୍ମ ଆଭିମୁଖ୍ୟକୁ କେବେ ହେଲେ ଗ୍ରହଣ କରାଯିବ ନାହିଁ।

ରୁଷର ଏପରି ଆକ୍ରମଣ ୟୁରୋପର ସୀମା ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଆମେ ସୀମା ସୁରକ୍ଷାକୁ ଆହୁରି ମଜବୁତ କରିଛୁ। ଗୁରୁବାର ଠାରୁ ଆମେ ସହଯୋଗୀମାନେ ନିଜ ନିଜର ପ୍ରତିରକ୍ଷା ଯୋଜନାକୁ ସକ୍ରିୟ କରିଛନ୍ତି। ସ୍ଥଳ, ସମୁଦ୍ର ଓ ଆକାଶ ପଥରେ ପ୍ରଥମଥର ପାଇଁ ନାଟୋ ରେସପନ୍ସ ଫୋର୍ସ(ଏନଆରଏଫ)କୁ ମୁତୟନ କରାଯାଇଛି। ସେମାନେ ଯେକୌଣସି ପରିସ୍ଥିତର ସମ୍ମୁଖୀନ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।

ଗୁରୁବାର ଠାରୁ ୟୁକ୍ରେନ ଉପରେ ରୁଷ ହମଲା କରୁଥିବା ବେଳେ ପ୍ରଥମଥର ପାଇଁ ନାଟୋ ଖୋଲାଖୋଲି ଭାବେ କିଭ୍‌ ସମର୍ଥନରେ ବାହାରିଛି। ନାଟୋ ମୁଖ୍ୟ ଷ୍ଟୋଲେନବର୍ଗ ‌ଆହୁରି କହିଛନ୍ତି, “ଆମେ ଏବେ ୧୦୦ରୁ ଅଧିକ ଯୁଦ୍ଧ ବିମାନକୁ ହାଇଆଲର୍ଟରେ ରଖିଛୁ। ୩୦ଟି ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି ଓ ୧୨୦ରୁ ଅଧିକ ଯୁଦ୍ଧ ପୋତ ମଧ୍ୟ ସଜାଗ ରହିଛନ୍ତି। ୟୁକ୍ରେନରେ ଭଳି ସ୍ଥିତି ଯେମିତି ନାଟୋ ରାଷ୍ଟ୍ରଗୁଡ଼ିକରେ ସୃଷ୍ଟି ହେବନି, ସେଥିପାଇଁ ଏପରି ବ୍ୟବସ୍ଥା କରାଯାଇଛି। ନାଟୋ ଦେଶଗୁଡ଼ିକର ସୁରକ୍ଷା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯିବ।”

The post ରୁଷ କବଳରୁ ୟୁକ୍ରେନକୁ ରକ୍ଷା କରିବ ନାଟୋ! ନେଲା ଏମିତି ପଦକ୍ଷେପ appeared first on Odisha Reporter.



from Odisha Reporter https://ift.tt/HZMqfpI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages