ସାମ୍ନାକୁ ଆସିଲା ୟୁକ୍ରେନ ରାଷ୍ଟ୍ରପତିଙ୍କ ନୂଆ ଭିଡିଓ, ଲଢ଼େଇର ଦମ୍ଭୋକ୍ତି କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 25, 2022

ସାମ୍ନାକୁ ଆସିଲା ୟୁକ୍ରେନ ରାଷ୍ଟ୍ରପତିଙ୍କ ନୂଆ ଭିଡିଓ, ଲଢ଼େଇର ଦମ୍ଭୋକ୍ତି କଲେ

କିଭ୍‌: ରୁଷ ସେନା ୟୁକ୍ରେନ ରାଜଧାନୀକୁ ଯେକୌଣସି ମୁହୂର୍ତ୍ତରେ ଦଖଲ କରି ନେବାର ଆଶଙ୍କା ପ୍ରକାଶ ପାଇଛି। ତଥାପି ୟୁକ୍ରେନ ସେନାର ଏହାର କଡ଼ା ଜବାବ ଦେବାରେ ଲାଗିଛନ୍ତି। ଏସବୁ ଭିତରେ ୟୁକ୍ରେନର ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ନୂଆ ଭିଡିଓ ସାମ୍ନାକୁ ଆସିଛି।

ଏହି ଭିଡିଓରେ ସେ ୟୁକ୍ରେନ ସେନା ଓ ସାଧାରଣ ଲୋକଙ୍କ ମନୋବଳ ବୃଦ୍ଧି କରିବାକୁ ଚେଷ୍ଟା କରିଛନ୍ତି। ଆମେ ସମସ୍ତେ ଏଠାରେ ଦେଶର ସ୍ୱାଧୀନତାର ସୁରକ୍ଷା ପାଇଁ ରହିଛୁ ବୋଲି ଜେଲେନସ୍କି କହିଛନ୍ତି। ଏଥିସହ ରୁଷ ବିରୋଧରେ ଲଢ଼େଇ କରିବା ପାଇଁ ୟୁକ୍ରେନ ସରକାର ସାଧାରଣ ଲୋକଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାରେ ଲାଗିଛନ୍ତି। ଏଯାଏ ୧୮ ହଜାର ଆସଲ୍ଟ ରାଇଫଲ ଲୋକମାନେ ନେଇ ସାରିଲେଣି। ସେହିପରି ଲୋକକମାନେ ପେଟ୍ରୋଲ ବୋମା ମଧ୍ୟ ତିଆରି କରୁଛନ୍ତି। ୟୁକ୍ରେନର କିଛି ସାଂସଦ ଏକେ-୪୭ ଧରି ରୁଷ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି।

ଲଢ଼େଇ ଜୋରଦାର ଚାଲିଥିବା ବେଳେ ରାଷ୍ଟ୍ରପତି ଜେଲନେସ୍କି ବିଳମ୍ବିତ ରାତିରେ ମୋବାଇଲ ଦ୍ୱାରା ଭିଡିଓ ଶୁଟିଂ କରି ରିଲିଜ୍‌ କରିଛନ୍ତି। ସେ ଏଥିରେ କହିଛନ୍ତି, “ଆମେ ସମସ୍ତେ ଏଠାରେ ଅଛୁ। ଆମ ସେନା ବାହିନୀ ଆମ ସହ ରହିଛନ୍ତି। ଦେଶର ସବୁ ନାଗରିକ ଆମ ପାଖରେ ଅଛନ୍ତି। ଆମେ ସମସ୍ତେ ଆମର ସ୍ୱାଧୀନତା ଓ ଦେଶର ସୁରକ୍ଷା କରିବାକୁ ରହିଛୁ। ଆମେ ସବୁବେଳେ ଏହି ଆଭିମୁଖ୍ୟ ନେଇ କାର୍ଯ୍ୟ କରିବୁ।”

ରାଷ୍ଟ୍ରପତି ଭବନ ବାହାରେ ହିଁ ଜେଲେନସ୍କି ଏହି ଭିଡିଓକୁ ଶୁଟିଂ କରିଛନ୍ତି। ଡିଫେନ୍ସ ଅଫ ୟୁକ୍ରେନର ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓକୁ ପୋଷ୍ଟ କରାଯାଇଛି।


ଏହି ଭିଡିଓରେ ଜେଲନେସ୍କି ଅଲଭି ଗ୍ରୀନ ରଙ୍ଗର ମିଲଟାରୀ ଷ୍ଟାଇଲ ପୋଷାକ ପିନ୍ଧିଛନ୍ତି। ତାଙ୍କ ସହ ୟୁକ୍ରେନର ପ୍ରଧାନମନ୍ତ୍ରୀ, ଚିଫ ଅଫ ଷ୍ଟାଫ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ରାଷ୍ଟ୍ରପତି ଭବନ ବାହାରେ ଛିଡ଼ା ହୋଇଛନ୍ତି। ରୁଷ ସେନା କିଭ୍ ଓ ରାଷ୍ଟ୍ରପତି ଭବନ ଅଭିମୁଖେ ବଢ଼ୁଥିବାରୁ ଜେଲନେସ୍କି ଗୁପ୍ତ ସ୍ଥାନକୁ ଚାଲି ଯାଇଥିବା ଖବର ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ଜେଲନେସ୍କି ଏବେ ରାଷ୍ଟ୍ରପତି ଭବନ ବାହାରୁ ଭିଡିଓ ଶୁଟିଂ କରିଥିବା କୁହାଯାଉଛି।

The post ସାମ୍ନାକୁ ଆସିଲା ୟୁକ୍ରେନ ରାଷ୍ଟ୍ରପତିଙ୍କ ନୂଆ ଭିଡିଓ, ଲଢ଼େଇର ଦମ୍ଭୋକ୍ତି କଲେ appeared first on Odisha Reporter.



from Odisha Reporter https://ift.tt/1rVivhA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages