ତୃତୀୟ ପର୍ଯ୍ୟାୟ ନିର୍ବାଚନ; ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 19, 2022

ତୃତୀୟ ପର୍ଯ୍ୟାୟ ନିର୍ବାଚନ; ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ହେଉଛନ୍ତି ତୃତୀୟ ପର୍ଯ୍ୟାୟ ଭୋଟ୍‌। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। ନିଜ ନିଜ ମତାଧିକାର ସାବ୍ୟସ୍ତ ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ସକାଳୁ ଆସି ଲୋକେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଛନ୍ତି। ଭୋଟ୍ ଗ୍ରହଣ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ।

ଏହି ପର୍ଯ୍ୟାୟରେ ଝାରସୁଗୁଡ଼ାକୁ ଛାଡ଼ି ବାକି ୨୯ଟି ଜିଲ୍ଲାର ୬୩ଟି ବ୍ଳକ୍‌ର ୧୭୧ଟି ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ୧,୩୮୨ଟି ପଞ୍ଚାୟତରେ ଭୋଟ୍ ପଡ଼ିବ। ମୋଟ୍ ୫୬ ଲକ୍ଷ ୫୩ ହଜାର ୪୦୫ ଜଣ ଭୋଟର୍ ୧୮,୪୯୫ଟି ବୁଥ୍‌ରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏହି ପର୍ଯ୍ୟାୟରେ ୨,୭୭୩ଟି ବୁଥ୍ ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଛି। ୧୭୧ଟି ଜିଲ୍ଲା ପରିଷଦ ଜୋନ୍‌ରେ ମୋଟ୍ ୬୭୯ ଜଣ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି। ଆଜି ସେମାନଙ୍କ ଭାଗ୍ୟ ଭୋଟ୍‌ ବାକ୍ସରେ ସିଲ୍ ହେବ।

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୭.୨ ପ୍ରତିଶତ ଭୋଟ୍ ପଡ଼ିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୭୮.୩ ପ୍ରତିଶତ ମତଦାନ ହୋଇଛି।

ସୂଚନାଯୋଗ୍ୟ, ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ କାରଣରୁ ୪୬ଟି ବୁଥ୍‌ରେ ମତଦାନକୁ ବାତିଲ କରାଯାଇଥିଲା। ସେଥିପାଇଁ ଏହି ସବୁ ବୁଥ୍‌ରେ ଆସନ୍ତା ୨୩ ତାରିଖରେ ସାନି ମତଦାନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।

The post ତୃତୀୟ ପର୍ଯ୍ୟାୟ ନିର୍ବାଚନ; ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ appeared first on Odisha Reporter.



from Odisha Reporter https://ift.tt/60sDknv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages