ଆଜି ପଞ୍ଜାବ ଭୋଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 19, 2022

ଆଜି ପଞ୍ଜାବ ଭୋଟ୍‌

ଚଣ୍ଡିଗଡ: ପଞ୍ଜାବରେ ଆରମ୍ଭ ହୋଇଛି ଭୋଟିଂ। ଆଜି ସମସ୍ତ ୧୧୭ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିବ। ୧ହଜାର ୩୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ କୋଟି ୧୪ଲକ୍ଷ ଭୋଟର।

ଚଳିତଥର ପଞ୍ଜାବ ନିର୍ବାଚନ ବେଶ ରୋଚକ ହେବାକୁ ଯାଉଛି। କଂଗ୍ରେସ, ଆପ, ଅକାଳୀ-ବିଏସପି ମେଣ୍ଟ, ବିଜେପି-ପିଏଲସି-ଏସଏଡି(ସଂଯୁକ୍ତ) ଏବଂ ସଂଯୁକ୍ତ ସମାଜ ମୋର୍ଚ୍ଚା କ୍ଷମତା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି, ଆମ ଆଦମୀ ପାର୍ଟି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ସିଂହ ମାନ, ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁ, ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ଓ ପ୍ରକାଶ ସିଂ ବାଦଲ, ଶିରୋମଣି ଅକାଳି ଦଳର ଅଧ୍ୟକ୍ଷ ସୁଖବୀର ସିଂ ବାଦଲଙ୍କ ଭଳି ହେଭିୱେଟ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା। ଏଠାରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ୯୧ ଜଣ ମହିଳା ଅଛନ୍ତି।

ମତଦାନ ପାଇଁ ରାଜ୍ୟରେ ମୋଟ ୨୪ ହଜାର ୭୪୦ଟି ମତଦାନ କେନ୍ଦ୍ର କରାଯାଇଛି। ଏଥିମଧ୍ୟରୁ ୨୦୧୩ଟି ବୁଥ ସମ୍ୱେଦନଶୀଳ ରହିଛି। ମୁକ୍ତ ଏବଂ ଅବଧା ନିର୍ବାଚନ ପାଇଁ ଆବଶ୍ୟକୀୟ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅନ୍ୟପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ରବିବାର ରାଜ୍ୟ ସରକାର ଦୋକାନ, ଫ୍ୟାକ୍ଟ୍ରି, ବାଣିଜ୍ୟିକ ପ୍ରତିଷ୍ଠାନର କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରିଛନ୍ତି।

ସେପଟେ ଆଜି ଉତ୍ତରପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ୟୁପିର ୧୬ ଜିଲ୍ଲାର ୫୯ ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି। ପ୍ରାୟ ୨ କୋଟି ୧୬ ଲକ୍ଷ ଭୋଟର ଭୋଟ ଦେଇ ୬୨୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସକାଳ ୭ଟାରୁ ବିଭିନ୍ନ ବୁଥରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଏହି ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏଁ ଚାଲିବ।

ତୃତୀୟ ପର୍ଯ୍ୟାୟ ମତଦାନରେ ୟୁପିର ତିନି ପ୍ରମୁଖ ଅଂଚଳ ପଶ୍ଚିମ ୟୁପି, ବୁନ୍ଦେଲଖଣ୍ଡ ଓ ଅବଧ ଅଞ୍ଚଳରେ ଭୋଟିଂ ହେଉଛି । ସକାଳୁ ସକାଳୁ ବିଭିନ୍ନ ବୁଥରେ ଲମ୍ବା ଧାଡିରେ ଠିଆ ହୋଇ ଭୋଟରମାନେ ଭୋଟ୍ ଦେଉଛନ୍ତି। ତୃତୀୟ ପର୍ଯ୍ୟାୟ ଭୋଟିଂରେ ବିଶେଷ କରି ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି।

The post ଆଜି ପଞ୍ଜାବ ଭୋଟ୍‌ appeared first on Odisha Reporter.



from Odisha Reporter https://ift.tt/GFZRaAv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages