ବର୍ଷକ ଭିତରେ ପିଏମ କେୟାର୍ସକୁ ମିଳିଛି ପ୍ରାୟ ୧୧ ହଜାର କୋଟି, କିନ୍ତୁ ଖର୍ଚ୍ଚ ମାତ୍ର ୪ ହଜାର କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 7, 2022

ବର୍ଷକ ଭିତରେ ପିଏମ କେୟାର୍ସକୁ ମିଳିଛି ପ୍ରାୟ ୧୧ ହଜାର କୋଟି, କିନ୍ତୁ ଖର୍ଚ୍ଚ ମାତ୍ର ୪ ହଜାର କୋଟି

ନୂଆଦିଲ୍ଲୀ: ମହାମାରୀ କରୋନା ବେଳେ ଭାରତ ସରକାର ଗଠନ କରିଥିବା ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ ବା ପିଏମ କେୟାର୍ସ ଫଣ୍ଡ ବିଷୟରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ପିଏମ କେୟାର୍ସକୁ ବର୍ଷକ ଭିତରେ ପ୍ରାୟ ୧୧ ହଜାର କୋଟି ଟଙ୍କା ଦାନ ଆକାରରେ ମିଳିଛି। ହେଲେ ଏହା ମଧ୍ୟରୁ ବିଭିନ୍ନ ପ୍ରକାରର ରିଲିଫ ଓ ଅନ୍ୟାନ୍ୟ କ୍ଷେତ୍ରରେ ମାତ୍ର ୪ ହଜାର ଟଙ୍କା ଖର୍ଚ୍ଚ ହୋଇ ପାରିଛି।

ଏହାର ଅର୍ଥ ପିଏମ କେୟାର୍ସରେ ଥିବା ୬୪% ଟଙ୍କା ମହାମାରୀ କରୋନା ବେଳେ ମଧ୍ୟ ଲୋକଙ୍କ ସହାୟତାରେ ଲାଗି ପାରିନି।
ଅଡିଟ ରିପୋର୍ଟ ଅନୁଯାୟୀ, ୨୦୨୦ ମସିହା ମାର୍ଚ୍ଚ ୨୭ରୁ ୨୦୨୧ ମାର୍ଚ୍ଚ ୩୧ ମଧ୍ୟରେ ପିଏମ କେୟାର୍ସ ଫଣ୍ଡକୁ ମୋଟ ୧୦,୯୯୦ କୋଟି ଟଙ୍କା ମିଳିଛି। ଏହା ମଧ୍ୟରୁ ୩,୯୭୬ କୋଟି ଅର୍ଥାତ ୩୬ .୧୭% ଅର୍ଥ ଖର୍ଚ୍ଚ ହୋଇପାରିଛି। ଏବେ ୭,୦୧୪ କୋଟି ଟଙ୍କା ଫଣ୍ଡରେ ପଡ଼ି ରହିଛି। ମହାମାରୀ କରୋନା ବେଳେ ଲୋକଙ୍କୁ ସହଯୋଗ କରିବା ପାଇଁ ଏହି ପାଣ୍ଠି ଗଠନ କରାଯାଇଥିଲା। ଏଥିସହ ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କୁ ଦାନ କରିବାକୁ କୁହାଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଲୋକଙ୍କୁ ଦାନ କରିବାକୁ କହିଥିଲେ। ଏହାପରେ କୋଟି କୋଟି ଟଙ୍କା ପିଏମ କେୟାର୍ସକୁ ପାଣ୍ଠିକୁ ମିଳିଛି। ପିଏମ କେୟାର୍ସ ଫଣ୍ଡକୁ ମିଳିଥିବା ପ୍ରାୟ ୧୧ ହଜାର କୋଟି ଟଙ୍କା ଭିତରୁ ସର୍ବାଧିକ ଅର୍ଥ କରୋନା ଟିକା କିଣିବା ପାଇଁ ଖର୍ଚ୍ଚ ହୋଇଛି।

୬୬ ମିଲିୟନ ଟିକାର ଡୋଜ୍‌ କିଣିବା ପାଇଁ ୧୩୯୨(୩୫%) ଅର୍ଥ ଖର୍ଚ୍ଚ ହୋଇଛି। ୫୦ ହଜାର ମେଡ୍‌ ଇନ୍‌ ଭେଣ୍ଟିଲେଟର କିଣିବା ପାଇଁ ୧୩୧୧ କୋଟି(୩୩%) ଓ ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ବିଭିନ୍ନ ରାଜ୍ୟ ସରକାରମାନଙ୍କୁ ପିଏମ କେୟାର୍ସ ଫଣ୍ଡରୁ ୧୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଏହାବାଦ ଦେଶର ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୬୨ଟି ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ୨୦୧.୫୮ କୋଟି ଖର୍ଚ୍ଚ ହୋଇଛି। ୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୧୬ଟି ଆରଟି-ପିସିଆର ଟେଷ୍ଟ ଲ୍ୟାବ ପାଇଁ ୫୦ କୋଟି ଟଙ୍କା ଦିଆଯାଇଛି। ଏହି ଟଙ୍କାରେ ମୁଜାଫରପୁର ଓ ପାଟନାରେ ୨ଟି ୫୦୦ ବେଡ୍ ବିଶିଷ୍ଟ କୋଭିଡ ୱାର୍ଡ ମଧ୍ୟ ତିଆରି କରାଯାଇଛି।

କୋଭିଡ-୧୯ ଟିକାର ପରୀକ୍ଷା ପାଇଁ ଦୁଇଟି ସ୍ୱଂୟଚାଳିତ ଇନଷ୍ଟିଚ୍ୟୁଟ ଲ୍ୟାବକୁ ବିକଶିତ କରିବା ଦିଗରେ ୨୦ .୪୧ କୋଟି ଟଙ୍କା ଦିଆଯାଇଥିବା ଅଡିଟ ରିପୋର୍ଟରେ କୁହାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ ୨୦୨୦ ପାଣ୍ଠି ଗଠନ ବେଳେ ଏଥିରେ ୩,୦୭୭ କୋଟି ଟଙ୍କା ଥିଲା। ପରବର୍ତ୍ତୀ ଅବସ୍ଥାରେ ୨୦୨୧ ମାର୍ଚ୍ଚ ସୁଦ୍ଧା ଚାନ୍ଦା ଆକାରରେ ୭,୬୭୯ କୋଟି ଟଙ୍କା ମିଳିଛି। ଏହା ବ୍ୟତୀତ ମୂଳ ଅର୍ଥ ଉପରେ ସୁଧ ବାବଦରେ ୨୩୫ ଟଙ୍କା ମିଳିଛି। ପିଏମ କେୟାର୍ସକୁ ବିଦେଶରୁ ୪୯୫ କୋଟି ଟଙ୍କା ଆସିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପିଏମ କେୟାର୍ସ ଟଙ୍କାରେ କିଣା ଯାଇଥିବା ଅଧିକାଂଶ ଭେଣ୍ଟିଲେଟର କାର୍ଯ୍ୟକାରୀ ହୋଇପାରିନି କିମ୍ବା ଖରାପ ହୋଇପଡ଼ିଛି। ଗତବର୍ଷ ନଭେମ୍ବରରେ ଜମ୍ମୁ-କଶ୍ମୀରରେ ମେଡ ଇନ ଇଣ୍ଡିଆର ୧୦୦ଟି ଭେଣ୍ଟିଲେଟର ଟ୍ରାଏଲ ବେଳେ ଫେଲ ମାରିଥିଲା। ସେହିପରି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଭେଣ୍ଟିଲେଟର ପହଞ୍ଚିଥିଲେ ମଧ୍ୟ ଏହାକୁ ଚଳାଇବା ପାଇଁ ଉପଯୁକ୍ତ ଲୋକ ନିଯୁକ୍ତି ହୋଇ ନଥିଲେ।

The post ବର୍ଷକ ଭିତରେ ପିଏମ କେୟାର୍ସକୁ ମିଳିଛି ପ୍ରାୟ ୧୧ ହଜାର କୋଟି, କିନ୍ତୁ ଖର୍ଚ୍ଚ ମାତ୍ର ୪ ହଜାର କୋଟି appeared first on Odisha Reporter.



from Odisha Reporter https://ift.tt/Vj51LyP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages