ବ୍ରାହ୍ମଣ ଗୋଟିଏ ଜାତି ନୁହେଁ: ଅର୍ଥ ବୁଝାଇ ଦେଲେ ଉପ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 6, 2022

ବ୍ରାହ୍ମଣ ଗୋଟିଏ ଜାତି ନୁହେଁ: ଅର୍ଥ ବୁଝାଇ ଦେଲେ ଉପ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସବୁ ରାଜନୀତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି। କିଏ ନିଜ ଜାତି ନାଁରେ ଭୋଟ ମାଗୁଛି ତ ଆଉ କିଏ ଧର୍ମ ନାଁରେ ଭୋଟ ହାତେଇବାକୁ ଚେଷ୍ଟା କରୁଛି। ହେଲେ ଏସବୁ ଭିତରେ ଜାତିବାଦ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା।

ସେ ବ୍ରାହ୍ମଣ ଗୋଟିଏ ଜାତି ନୁହେଁ, ବରଂ ଜୀବନ ଧାରଣ କରିବାର ସବୁଠାରୁ ଭଲ ମାଧ୍ୟମ ବୋଲି କହିଛନ୍ତି। ଏଥିସହ ତାଙ୍କ ଦଳ ଅର୍ଥାତ ବିଜେପି କୌଣସି ବାଛବିଚାର ନ କରି ସମସ୍ତ ଜାତିର ଲୋକଙ୍କ ପାଇଁ କାମ କରେ ବୋଲି ସେ ନିଜର ନିର୍ବାଚନୀ ପ୍ରଚାର ବେଳେ କହିଛନ୍ତି।

ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାର ଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଶ୍ରୀ ଶର୍ମା ଯୋଗ ଦେଇଥିଲେ। ଏହି ସମୟରେ ବିରୋଧୀ ଜାତିକୁ ନେଇ ରାଜନୀତି କରୁଥିବା ସେ ଅଭିଯୋଗ କରି ତୀବ୍ର ସମାଲୋଚନା କରିଥିଲେ। ଜେୱାରରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ଧୀରେନ୍ଦ୍ର ସିଂହଙ୍କ ପ୍ରଚାର କରିବାକୁ ଯାଇ ଶ୍ରୀ ଶର୍ମା ଜାତିବାଦର ଅର୍ଥ ବୁଝାଇଛନ୍ତି।

ସେ କହିଛନ୍ତି, “ପ୍ରଚାର ପାଇଁ ପୂରା ରାଜ୍ୟରେ ବୁଲୁଛି। ଅନେକ ସମୟରେ ମୋତେ ବ୍ରାହ୍ମବାଦ ଓ ଜାତିକୁ ନେଇ ଆମ ଦଳର ଆଭିମୁଖ୍ୟ ସମ୍ପର୍କରେ ପ୍ରଶ୍ନ କରାଯାଉଛି। ନିକଟରେ ବ୍ରାହ୍ମଣଙ୍କୁ ନେଇ ଜଣେ ମୋ ମତ ଜାଣିବାକୁ ଚାହିଁଥିଲେ। ମୁଁ ତାଙ୍କୁ କହିଥିଲି ବିଜେପି ସବ୍‌କା ସାଥ, ସବ୍‌କା ବିଶ୍ୱାସ ଚାହେଁ। କେବଳ ବ୍ରାହ୍ମଣ କିମ୍ବା ଗୁଜ୍ଜର କିମ୍ବା ଜାଠ ଚାହେଁ ନାହିଁ।

ପ୍ରତିଟି ଜାତିର ସ୍ୱତନ୍ତ୍ରତା ରହିଛି। ଆମ ପାଖରେ ସବୁ ଜାତିର ସମର୍ଥନ ରହିଛି। କିନ୍ତୁ ମୋତେ ଯେତେବେଳେ ବ୍ରାହ୍ମଣବାଦ ସହ ଯୋଡ଼ାଯାଏ, ମୁଁ ବ୍ରାହ୍ମଣ ବୋଲି କହିଥାଏ। ବ୍ରାହ୍ମଣ ବୋଲି ମୁଁ ଗର୍ବିତ। ମୁଁ ଭାବୁନି ଏହା ଏକ ଅସମ୍ମାନ ଜନିତ କଥା। ବ୍ରାହ୍ମଣମାନେ ‘ସର୍ବେ ଭବନ୍ତୁ ସୁଖିନ’ ନୀତିରେ କାମ କରନ୍ତି। ଅନ୍ୟର ଖୁସିରେ ଖୁସି ହେଉଥିବା ବ୍ୟକ୍ତି ହିଁ ବ୍ରାହ୍ମଣ।”

ପେଶାରେ ସେ ଜଣେ ଶିକ୍ଷକ ବୋଲି ପ୍ରଚାର ବେଳେ କହିଛନ୍ତି। ସେ କହିଛନ୍ତି, ପୂର୍ବରୁ କେବଳ ଶିକ୍ଷକମାନଙ୍କୁ ବ୍ରାହ୍ମଣ କୁହାଯାଉଥିଲା। କାରଣ ସେମାନେ ଲୋକଙ୍କ କଲ୍ୟାଣ ପାଇଁ କାମ କରୁଥିଲେ। ସବୁ ଜାତିର ଲୋକମାନେ ସେମାନଙ୍କୁ ଦେବତା ଭଳି ମନେ କରୁଥିଲେ।

ତେଣୁ ନୂଆ ଜାତି କୁଆଡ଼ୁ ଆସିଲା? ବ୍ରାହ୍ମଣ ଗୋଟିଏ ଜାତି ନୁହେଁ, ଜୀବନ ଜିଇଁବାର ସିବୁଠାରୁ ଭଲ ମାଧ୍ୟମ। ଶିକ୍ଷା ହେଉ କି ଶିକ୍ଷକ କିମ୍ବା କିଛି କାମ ହେଉ, କୌଣସି ଜାତି ସହ ବ୍ରାହ୍ମଣଙ୍କ ବିବାଦ ହୁଏ ନାହିଁ। ଜନ୍ମରୁ ମୃତ୍ୟୁ ଯାଏ ଏହି ବ୍ରାହ୍ମଣମାନେ ହିଁ ସମସ୍ତଙ୍କ ଶୁଭକାମନା କରି କାମ କରନ୍ତି ବୋଲି ଶ୍ରୀ ଶର୍ମା କହିଛନ୍ତି।

The post ବ୍ରାହ୍ମଣ ଗୋଟିଏ ଜାତି ନୁହେଁ: ଅର୍ଥ ବୁଝାଇ ଦେଲେ ଉପ ମୁଖ୍ୟମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/750yTaI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages