‘ବେଡରୁମ୍‌ରେ ହେବ ଗ୍ରହ ପୂଜା, ୪ ଦିନ ପଶିବା ମନା, ନଚେତ…’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 1, 2022

‘ବେଡରୁମ୍‌ରେ ହେବ ଗ୍ରହ ପୂଜା, ୪ ଦିନ ପଶିବା ମନା, ନଚେତ…’

ମାଲକାନଗିରି(ଜିତେନ୍ଦ୍ର ବେଉରା): ‘ତୁମର ଗ୍ରହ ଖରାପ ଚାଲିଛି। ଗ୍ରହ ଶାନ୍ତି ନିମନ୍ତେ ପୂଜା ଆବଶ୍ୟକ । ବେଡରୁମ୍‌ରେ ଏହି ପୂଜା ହେବ ଓ ୪ ଦିନ ପର୍ଯ୍ୟନ୍ତ ତୁମେ ଉକ୍ତ ଘରେ ପଶିବ ନାହିଁ।’ ଏପରି ଭାବେ ଭୟଭିତ କରି ପୂଜା ବାହାନାରେ ଆଲମାରି ତାଡ଼ି ସୁନା, ଗହଣା ଲୁଟି ନେଲେ ୨ ଲୁଟେରା। ଶେଷରେ ଲୁଟର ଶିକାର ହୋଇଥିବା ବ୍ୟକ୍ତି ଉକ୍ତ ୨ ଲୁଟେରାଙ୍କୁ ପୁଲିସ୍‌ ଜିମା ଦେଇଛନ୍ତି। ଏପରି ଘଟଣା ମାଲକାନଗିରି ଜେଲ ସାହିରେ ଘଟିଛି।

ସୂଚନା ଅନୁଯାୟୀ,  ନବରଂଗପୁର ଜିଲ୍ଲାର ଡାବୁଗାଁର ବିଜୟ ପଟନାୟକ ତାଙ୍କ ଘରେ ଗ୍ରହ ଶାନ୍ତି ପାଇଁ ଦୁଇ ବ୍ୟକ୍ତିଙ୍କୁ ଡାକିଥିଲେ। ସେମାନେ ହେଲେ ଜଗତସିଂହପୁର ଜିଲ୍ଲାର ପାରାଦୀପ ଥାନା ଅନ୍ତର୍ଗତ ବାଲିଡିଆଁ ଗ୍ରାମର ସନ୍ତୋଷ ସାହୁ ଏବଂ ମାନସ ସେନାପତି।  ଏହି ସମୟରେ   ଝିଅ ଓ ଜ୍ୱାଇଁ ସୁନୀଲ ମାଲକାନଗିରି ଜେଲ ସାହିରେ ରହୁଥିବା ବେଳେ  ଗତ  ବର୍ଷେ ମଧ୍ୟରେ ତାଙ୍କ ଘରେ ଦୁଇ ଦୁଇ ଜଣଙ୍କର ଅଚାନକ ମୃତ୍ୟୁ ହେବା ଘଟଣା କହିଥିଲେ। ଏହାପରେ ଗ୍ରହ ଶାନ୍ତି ପାଇଁ ସୁନିଲଙ୍କ ଘରେ ପୂଜା କରିବା ନିମନ୍ତେ ସ୍ଥିର ହୋଇଥିଲା।

ଉଦ୍ଧାର ହୋଇଥିବା ଚୋରି ସାମଗ୍ରୀ ।

ଏଥିନିମନ୍ତେ ଉଭୟ ସନ୍ତୋଷ ଓ ମାନସ ମାଲକାନଗିରି ଜେଲ୍‌ ସାହିସ୍ଥିତ ସୁନୀଲଙ୍କ ଘରେ ପହଞ୍ଚିଥିଲେ। ସେଠାରେ ପୂଜକ ଦୁଇ ଜଣ ସୁନୀଲଙ୍କ ପରିବାର ସଦସ୍ୟଙ୍କୁ ଭୟଭୀତ କରି ବେଡରୁମ୍‌ରେ ପୂଜା କରିଥିଲେ । ଘର ସାରା ଧୂଆଁ ଭର୍ତ୍ତି ହୋଇ ଯାଇଥିଲା। ପୂଜା ସରିବା ପରେ ଉଭୟ ପୂଜାକ ସେଠାରୁ ଚାଲିଯାଇଥିଲେ  ଏବଂ ୪ ଦିନ ପର୍ଯ୍ୟନ୍ତ ବେଡରୁମ୍‌କୁ  ନ ଯିବା ପାଇଁ କହିଥିଲେ ।

ମାତ୍ର   ଧୁଆଁ କମିବା ପରେ ସୁନୀଲ  ଘରେ ପଶି ଯାହା ଦେଖିଲେ ହୋସ ଉଡିଯାଇଥିଲା। ତାଙ୍କ ଆଲମିରାର କବାଟ ଖୋଲା  ଥିବା ବେଳେ ଗହଣା ନ ଥିବା ଓ ଜିନିଷ ଏଣେତେଣେ ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ  ତୁରନ୍ତ ୨ ଠକକୁ କାବୁ କରି ପୁଲିସ୍‌କୁ ଡାକି ହସ୍ତାନ୍ତର କରିଥିଲେ। ପୁଲିସ୍‌ ଦୁଇ ଜଣଙ୍କୁ ଗିରଫ କରିବା ସହ ଘଟଣାର ଛାନଭିନ୍‌ କରି ଲୁଟ୍ ସୁନା ଗହଣା ଉଦ୍ଧାର କରିଛି।

The post ‘ବେଡରୁମ୍‌ରେ ହେବ ଗ୍ରହ ପୂଜା, ୪ ଦିନ ପଶିବା ମନା, ନଚେତ…’ appeared first on Odisha Reporter.



from Odisha Reporter https://ift.tt/4amfhecK8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages