ଲକ୍ଷ୍ନୌ: ବହୁ ବିଚାର ବିମର୍ଶ ଓ ଆଲୋଚନା ପର୍ଯ୍ୟାଲୋଚନା ପରେ ଶେଷରେ ଲକ୍ଷ୍ନୌର ୯ଟି ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ସବୁଠାରୁ ହାଇପ୍ରୋଫାଇଲ ସିଟ୍ କୁହାଯାଉଥିବା ରାଜଧାନୀ ଲକ୍ଷ୍ନୌ ପାଇଁ ଅପର୍ଣ୍ଣା ଯାଦବଙ୍କୁ ଦଳ ଟିକେଟ ଦେଇଛି। ଅପର୍ଣ୍ଣା ହେଉଛନ୍ତି ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ବୋହୂ। ନିକଟରେ ଅପର୍ଣ୍ଣା ସମାଜବାଦୀ ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।
ତେବେ ଲକ୍ଷ୍ନୌ ପାଇଁ ସବୁଠାରୁ ଦାବିଦାର କୁହାଯାଥିବା ବିଜେପି ଏମପି ରୀତା ବହୁଗୁଣା ଏବଂ ତାଙ୍କ ପୁଅ ମୟଙ୍କ ଜୋଷୀଙ୍କୁ ନିରାଶ ହେବାକୁ ପଡ଼ିଛି। ଉଭୟଙ୍କୁ ବାଦ ଦେଇ ବିଜେପି ବର୍ତ୍ତମାନର ଚର୍ଚ୍ଚିତ ଚେହେରା ଅପର୍ଣ୍ଣା ଯାଦବଙ୍କୁ ଓହ୍ଲାଇଛି। ସେହିପରି ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ(ଇଡି)ର ପୂର୍ବତନ ଅଫିସର ରାଜେଶ୍ୱର ସିଂଙ୍କୁ ସରୋଜିନୀ ନଗର ଆସନରୁ ଟିକେଟ ଦିଆଯାଇଛି। ରାଜେଶ୍ୱର ସ୍ୱେଚ୍ଛାକୃତ ଅବସର ଆବେଦନ କରିଥିବା ବେଳେ ଗତକାଲି ତାଙ୍କ ଆବେଦନ ଗ୍ରହଣ କରାଯାଇଛି। ସେହିପରି ରାଜ୍ୟ ମନ୍ତ୍ରୀ ସ୍ୱାତୀ ସିଂ ଏବଂ ତାଙ୍କ ସ୍ୱାମୀଙ୍କୁ ଟିକେଟ ମଧ୍ୟ ମିଳିଛି। ତେବେ ଲକ୍ଷ୍ନୌ କେଣ୍ଟନମେଣ୍ଟରେ ଅପର୍ଣ୍ଣା ଯାଦବ କିମ୍ବା ମୟଙ୍କ ଜୋଷୀଙ୍କୁ ଟିକେଟ ମିଳିବା ନେଇ ମଧ୍ୟ ଚର୍ଚ୍ଚା ଉଠିଥିଲା। ହେଲେ ଏଠାରେ ରାଜ୍ୟ ମନ୍ତ୍ରୀ ବିଜ୍ରେଶ ପାଠକଙ୍କୁ ଟିକେଟ ଦିଆଯାଇଛି। ଏହି ଆସନଟି ବିଜେପି ପାଇଁ ସୁରକ୍ଷିତ ସାବ୍ୟସ୍ତ ହୋଇ ଆସିଛି।
ଗତ ନିର୍ବାଚନରେ ଏଠାରେ ଅପର୍ଣ୍ଣା ଯାଦବଙ୍କୁ ରୀତା ବହୁଗୁଣା ହରାଇଥିଲେ। ଗତ ବିଧାନ ସଭା ନିର୍ବାଚନରେ ଲକ୍ଷ୍ନୌର ୯ଟି ସିଟ୍ରୁ ୮ଟିରେ ବିଜେପି ବିଜୟ ଲାଭ କରିଥିଲା। ପୂର୍ବ ଲକ୍ଷ୍ନୌରୁ ଅନ୍ୟ ଜଣେ ରାଜ୍ୟ ମନ୍ତ୍ରୀ ଆଶୁତୋଶ ଟଣ୍ଡନଙ୍କୁ ଟିକେଟ ଦିଆଯାଇଛି। କେନ୍ଦ୍ରୀୟ ଲକ୍ଷ୍ନୌରୁ ରାଜନସି ଗୁପପ୍ତାଙ୍କୁ ପ୍ରାର୍ଥୀ କରାଯାଇଛି। ୟୁପିରେ ଫେବୃଆରୀ ୧୦ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ମାର୍ଚ୍ଚ ୧୦ରେ ଗଣତି ହେବ।
The post ମୁଲାୟମଙ୍କ ବୋହୂଙ୍କୁ ଦାମୀ ସିଟ୍ ଦେଲା ବିଜେପି, ଦୀର୍ଘ ସମୟ ଧରି ଚାଲିଥିଲା ମନ୍ଥନ appeared first on Odisha Reporter.
from Odisha Reporter https://ift.tt/cxgTMZSe6
No comments:
Post a Comment