ରୁଷ ଓ ୟୁକ୍ରେନକୁ ଶାନ୍ତି ପ୍ରତିଷ୍ଠା ପାଇଁ କହିଲା ତାଲିବାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 25, 2022

ରୁଷ ଓ ୟୁକ୍ରେନକୁ ଶାନ୍ତି ପ୍ରତିଷ୍ଠା ପାଇଁ କହିଲା ତାଲିବାନ

କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନରେ କ୍ଷମତା ଦଖଲ କରିଥିବା ତାଲିବାନ ଏବେ ଶାନ୍ତି କଥା କହିଛି। ରୁଷ ଓ ୟୁକ୍ରେନ ବିରୋଧରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ୱାନ କରିଛନ୍ତି। ତାଲିବାନ ମଧ୍ୟ ଏଥିରୁ ବାଦ ପଡ଼ିନି। ନିଜେ ତାଲିବାନ ହିଂସା ସୃଷ୍ଟି କରୁଥିବା ବେଳେ ରୁଷ ଓ ୟୁକ୍ରେନ ବିବାଦରେ ତାଲିବାନର ବୟାନ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତାଲିବାନ ସରକାରର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅବଦୁଲ ବଲଖିଙ୍କ ପକ୍ଷରୁ ରୁଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ  ପ୍ରେସ ବିବୃତି ଜାରି କରାଯାଇଛି। ଏଥିରେ ଇସଲାମିକ ଏମିରାତ ଅଫ ଆଫଗାନିସ୍ତାନ ବିଶ୍ୱରେ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ସେ କହିଛନ୍ତି, “ଇସଲାମିକ ଏମିରାତ ଅଫ ଆଫଗାନିସ୍ତାନ ତୀକ୍ଷ୍ଣ ଭାବେ ୟୁକ୍ରେନ ସ୍ଥିତି ଉପରେ ନଜର ରଖିଛି। ବର୍ତ୍ତମାନ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଚିନ୍ତା ମଧ୍ୟ ପ୍ରକଟ କରୁଛି। ଉଭୟ ପକ୍ଷ ସଂଯମତା ରକ୍ଷା କରିବା ଦରକାର। ହିଂସାକୁ ଅଧିକ ତୀବ୍ର କରୁଥିବା କୌଣସି ପଦକ୍ଷେପ କେହି ନିଅନ୍ତୁ ନାହିଁ। ସବୁ ପକ୍ଷ ଶାନ୍ତିପୂର୍ଣ୍ଣ ଓ ଆଲୋଚନା ଦ୍ୱାରା ନିଜ ନିଜ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଆଗକୁ ଆସିବା ଉଚିତ। ବିବାଦ ଭିତରେ ସବୁ ପକ୍ଷ ୟୁକ୍ରେନରେ ଥିବା ଆଫଗାନିସ୍ତାନ ଶିକ୍ଷାର୍ଥୀ ଓ ଲୋକଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବା ଦରକାର।”

ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ମାସରେ ତାଲିବାନ ସଂଗଠନ ଆଫଗାନିସ୍ତାନରେ କ୍ଷମତା ସରକାର ଉପରେ ହମଲା କରିଥିଲେ। ଦୀର୍ଘ ଦିନର ଲଢ଼େଇ ପରେ ତାଲିବାନ ଅଗଷ୍ଟ ମାସରେ କ୍ଷମତାସୀନ ଆଫଗାନ ସରକାରଙ୍କୁ ଗାଦିଚ୍ୟୁତ କରିଥିଲେ। ଏବେ ଆଫଗାନରେ ତାଲିବାନୀ ଶାସନ ଚାଲିଛି।

The post ରୁଷ ଓ ୟୁକ୍ରେନକୁ ଶାନ୍ତି ପ୍ରତିଷ୍ଠା ପାଇଁ କହିଲା ତାଲିବାନ appeared first on Odisha Reporter.



from Odisha Reporter https://ift.tt/QoNlt79

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages