ମୁମ୍ବାଇ: ଆଖି ବୁଜିଲେ ବଲିଉଡର ବିଶିଷ୍ଟ ଫିଲ୍ମ ମେକର ତଥା ପ୍ରସିଦ୍ଧ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ରବି ଟଣ୍ଡନ। ଗତକାଲି ଜୁହୁସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରବି ଟଣ୍ଡନ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା।
ଦୀର୍ଘ ଦିନ ହେଲା ବୟସାଧୀକ ରୋଗରେ ପୀଡ଼ିତ ଥିଲେ ରବି ଟଣ୍ଡନ । ଏକାଧୀକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହେବାରୁ ଗତକାଲି ଅପରାହ୍ନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏନେଇ ରବିନା ନିଜ ଇନଷ୍ଟାଗ୍ରାମରେ ସୂଚନା ଦେଇଥିବା ବେଳେ ଶୋକ ପ୍ରକଟ କରିଛନ୍ତି ବଲିଉଡର ବହୁ ସେଲିବ୍ରିଟି।
ବାପାଙ୍କ ମୃତ୍ୟରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ରବିନା ଟଣ୍ଡନ ହିଁ ତାଙ୍କ ଶେଷକୃତ ସମ୍ପନ୍ନ କରି ମୁଖାଗ୍ନି ଦେଇଛନ୍ତି। ରବି ଟଣ୍ଡନଙ୍କ ଅନ୍ତିମ ସଂସ୍କାର ସମୟରେ ବଲିଉଡ କୋରିଓଗ୍ରାଫର ଫରହା ଖାନ, ତାଙ୍କ ଭାଇ ତଥା ଡାଇରେକ୍ଟର ସାଜିଦ ଖାନଙ୍କ ସମେତ ବହୁ ସେଲିବ୍ରିଟି ଉପସ୍ଥିତ ଥିଲେ। ଏହି ସମୟରେ ଶ୍ମଶାନ ଘାଟରେ ଉପସ୍ଥିତ ଥିବା ରବିନାଙ୍କ ମାତା ବିଣା ଟଣ୍ଡନ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ।
ନିଜ ବାପାଙ୍କ ସହ ସ୍ମୃତି ବଖାଣି ରବିନା କିଛି ଫଟୋ ପୋଷ୍ଟ କରିବା ସହ ଏକ ଇମୋସନାଲ ନୋଟ ବି ଶେଆର କରିଛନ୍ତି। ତୁମେ ମୋ ସହ ସବୁବେଳେ ଚାଲିବ, ମୁଁ ବି ତୁମ ସହ ସବୁବେଳେ ରହିବି, ତୁମକୁ ଏକୁଟିଆ ଯିବାକୁ ଦେବିନି, ଲଭ ୟୁ ପାପା ବୋଲି ଲେଖିଛନ୍ତି। ଏପରି ଦୁଃଖ ସମୟରେ ବହୁ ବଲିଉଡ ସେଲିବ୍ରିଟି ରବିନାଙ୍କୁ ସମବେଦନା ଜଣାଇଛନ୍ତି।
ଭଗବାନ ତୁମ ପିତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ଏପରି କଷ୍ଟ ସମୟ ଅତିକ୍ରମ କରିବାକୁ ଭଗବାନ ତୁମକୁ ଓ ତୁମ ପରିବାରକୁ ସହାୟ ହୁଅନ୍ତୁ ବୋଲି ଟ୍ୱିଟ କରିଛନ୍ତି ଅଭିନେତ୍ରୀ ଜୁହି ଚାୱଲା। ଏଥିସହ ନିଲମ କୋଠାରୀ, ଶିଳ୍ପା ସେଟ୍ଟି, ନର୍ମଦା ଶିରୋଦକର, ଚଙ୍କି ପାଣ୍ଡେ ମଧ୍ୟ ଟ୍ୱିଟ କରି ରବିନାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ପପୁଲାର ଫିଲ୍ମ ଡାଇରେକ୍ଟର-ପ୍ରଡ୍ୟୁସର ରବି ଟଣ୍ଡନ ଖେଲ ଖେଲ ମେ’, ଅନହୋନି, ନଜରାନା, ମଜବୁର, ଖୁଦ୍ଦାର, ଜିନ୍ଦେଗୀ ପରି ସୁପରହିଟ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ। ସେ ଜଣେ ଆଗ ଧାଡ଼ିର ନିର୍ଦ୍ଦେଶକ ଭାବେ ବେଶ ପରିଚିତ ଥିଲେ।
You will always walk with me , I will always be you, I’m never letting go. Love you papa. pic.twitter.com/y7ipML09hO
— Raveena Tandon (@TandonRaveena) February 11, 2022
The post ଆଖି ବୁଜିଲେ ରବି ଟଣ୍ଡନ, ମୁଖାଗ୍ନି ଦେଲେ ଝିଅ ରବିନା appeared first on Odisha Reporter.
from Odisha Reporter https://ift.tt/PRG4hNs
No comments:
Post a Comment