୫ କୋଟି ପିଲା ନେଲେଣି ଟିକାର ପ୍ରଥମ ଡୋଜ୍‌, କିନ୍ତୁ ୨ୟ ଡୋଜ୍‌ ସଂଖ୍ୟା ବହୁତ କମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 8, 2022

୫ କୋଟି ପିଲା ନେଲେଣି ଟିକାର ପ୍ରଥମ ଡୋଜ୍‌, କିନ୍ତୁ ୨ୟ ଡୋଜ୍‌ ସଂଖ୍ୟା ବହୁତ କମ

ନୂଆଦିଲ୍ଲୀ: ମହାମାରୀ କରୋନାରୁ ଛୋଟ ପିଲାଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଥିବା ଟିକାକରଣ ପ୍ରକ୍ରିୟା ଜୋରସୋରରେ ଆଗେଇ ଚାଲିଛି। ଜାନୁଆରୀ ୩ ତାରିଖରୁ ୧୫ରୁ ୧୮ ବର୍ଷ ବର୍ଗ ମଧ୍ୟରେ ଥିବା ପିଲାମାନଙ୍କୁ କୋଭାକ୍ସିନ ଟିକା ଦିଆଯାଉଛି। ଏହିକ୍ରମରେ ମାତ୍ର ୫ ସପ୍ତାହ ମଧ୍ୟରେ ଏହି ବର୍ଗରେ ଥିବା ପ୍ରାୟ ୫ କୋଟି ପିଲା କରୋନାର ଟିକାର ପ୍ରଥମ ଡୋଜ୍‌ ନେଇ ସାରିଲେଣି। ଏହାର ଅର୍ଥ ଦେଶର ୬୭.୫% ପିଲାଙ୍କ ଶରୀରରେ ଏବେ କରୋନା ବିରୋଧୀ ଆଣ୍ଟିବଡି କିଛି ମାତ୍ରାରେ ସୃଷ୍ଟି ହୋଇ ସାରିଲାଣି। କିନ୍ତୁ ଦ୍ୱିତୀୟ ଡୋଜ୍‌ ନେଇଥିବା ପିଲାଙ୍କ ସଂଖ୍ୟା ବହୁତ କମ। ଦ୍ୱିତୀୟ ଡୋଜ୍‌ ନେବାକୁ ଯୋଗ୍ୟ ପିଲାଙ୍କ ମଧ୍ୟରୁ କେବଳ ୯୧ ଲକ୍ଷ ଟିକା ନେଇଛନ୍ତି।

ବର୍ତ୍ତମାନ ଦେଶର ଅଧିକାଂଶ ରାଜ୍ୟରେ ଅଫଲାଇନ କ୍ଲାସ ଆରମ୍ଭ ହେଲାଣି। ପ୍ରଥମ ପର୍ଯ୍ୟାୟରେ ୯ରୁ ଦ୍ୱାଦଶ ଶ୍ରେଣୀର ପିଲାମାନେ ସ୍କୁଲ ଆସୁଛନ୍ତି। ଏପରି ସ୍ଥିତିରେ ସେମାନଙ୍କ ପ୍ରତି ମହାମାରୀ କରୋନା ସଂକ୍ରମଣର ଭୟ ରହିଛି। ସେହିପରି ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାଙ୍କ କରୋନାରେ ମୃତ୍ୟୁ ହେବାର ଆଶଙ୍କା ମଧ୍ୟ ଅଧିକ ରହିଛି। ୨ ବର୍ଷର ତଥ୍ୟକୁ ଦେଖିଥିଲେ କରୋନା ଯୋଗୁ ପ୍ରାଣ ହରାଇଥିବା ପିଲାଙ୍କ ମଧ୍ୟରେ ୭୫%ଙ୍କ ବୟସ ୧୫ରୁ ୧୮ ବର୍ଷ।

ସେହିପରି ୧୦ରୁ ୧୫% ଛୋଟ ପିଲା ବହୁବିଧ ରୋଗରେ ପୀଡ଼ିତ। ଏହା କରୋନା ସମୟରେ ସେମାନଙ୍କ ଜୀବନ ପ୍ରତି ଅଧିକ ବିପଦ ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେଣୁ ସେମାନଙ୍କ ଟିକାକରଣ ଯଥା ସମ୍ଭବ ଶୀଘ୍ର ଶେଷ କରିବା ପାଇଁ ବିଭିନ୍ନ ରାଜ୍ୟର ସରକାରମାନେ ଜୋରଦାର ଉଦ୍ୟମ କରୁଛନ୍ତି।

୫ ସପ୍ତାହରେ ୫ କୋଟି ପିଲାଙ୍କୁ ଅତିକମରେ କରୋନା ଟିକାର ଗୋଟିଏ ଡୋଜ୍ ଦିଆଯାଇ ପାରିଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ବେଶ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, “ଯୁବ ଶକ୍ତିର ଇଚ୍ଛାଶକ୍ତି ପାଇଁ ବହୁତ ବହୁତ ଧନ୍ୟବାଦ। ୫ କୋଟିରୁ ଅଧିକ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାଙ୍କୁ ଟିକାର ଗୋଟିଏ ଡୋଜ୍‌ ମିଳି ସାରିଛି। ଯୁବ ଭାରତ ମହାମାରୀ କରୋନା ସହ ବେଶ ସାହାସର ସହ ଲଢ଼େଇ କରୁଛି।”

୫ କୋଟି ଛୋଟ ପିଲା କରୋନା ଟିକାର ପ୍ରଥମ ଡୋଜ୍ ନେଇଥିଲେ ମଧ୍ୟ ଦ୍ୱିତୀୟ ଡୋଜ ବେଶ ଧିମା ରହିଛି। ମଙ୍ଗଳବାର ସନ୍ଧ୍ୟା ୭ଟା ସୁଦ୍ଧା ମାତ୍ର ୯୧ ଲକ୍ଷ ପିଲା ଦ୍ୱିତୀୟ ଡୋଜ୍‌ ଟିକା ନେଇପାରିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ଛୋଟ ପିଲାଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ ଛୋଟ ପିଲାଙ୍କୁ କୋଭାକ୍ସିନ ଟିକା ଦିଆଯାଉଛି। ଏହାର ଅର୍ଥ ୨୮ ଦିନ ବ୍ୟବଧାନରେ ୨ଟି ଯାକ ଡୋଜ୍‌ ନେବାକୁ ପଡ଼ିବ। ଏହି ୨୮ ଦିନର ଗ୍ୟାପ୍‌କୁ ଦେଖିଲେ, ଟିକାର ପ୍ରଥମ ଡୋଜ୍‌ ନେଇଥିବା ୫ କୋଟି ପିଲାଙ୍କ ମଧ୍ୟରୁ ଏବେ ସୁଦ୍ଧା ପ୍ରାୟ ୨ କୋଟି ଦ୍ୱିତୀୟ ଡୋଜ୍‌ ନେବାକୁ ଯୋଗ୍ୟ ହୋଇସାରିଲେଣି। କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ୯୧ ଲକ୍ଷ ପିଲାଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇ ପାରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆକଳନ ଅନୁଯାୟୀ, ଦେଶରେ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ମୋଟ ପିଲାଙ୍କ ସଂଖ୍ୟା ୭.୪ କୋଟି। ଏମାନଙ୍କ ଟିକାକରଣ ଶେଷ ହେଲେ ୧୫ରୁ କମ ବୟସ୍କଙ୍କ ଟିକାକରଣ ଆରମ୍ଭ ହେବ।

The post ୫ କୋଟି ପିଲା ନେଲେଣି ଟିକାର ପ୍ରଥମ ଡୋଜ୍‌, କିନ୍ତୁ ୨ୟ ଡୋଜ୍‌ ସଂଖ୍ୟା ବହୁତ କମ appeared first on Odisha Reporter.



from Odisha Reporter https://ift.tt/Lv3ZGTM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages