ଦାଦନ ଦହନ; ଝିଅ ମୃତଦେହ ପାଇଁ ସୁନା ବନ୍ଧକ ପକାଇଲେ ବାପାମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 7, 2022

ଦାଦନ ଦହନ; ଝିଅ ମୃତଦେହ ପାଇଁ ସୁନା ବନ୍ଧକ ପକାଇଲେ ବାପାମା’

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ଆଉ ମାସେ ପରେ ପଡ଼ିଥାନ୍ତା ଝିଅର ହାତଗଣ୍ଠି । ବାପ ଘରୁ ବିଦା ହୋଇ ଝିଅ ଯାଇଥାନ୍ତା ଶାଶୁ ଘର।  ହେଲେ ବିଧିର ବିଧାନ ଅଲଗା। ଦାଦନ ଦହନରେ ଆଖି ବୁଜିଦେଲା ଝିଅ।  ସୁଦୂର ତାମିଲନାଡ଼ୁରେ ଜଳିଗଲା ଝିଅ। ହତଭାଗା ବାପାମା’ ଶେଷ ଥର ପାଇଁ ଝିଅକୁ ଦେଖିବାକୁ ରାୟଗଡ଼ା ଜିଲ୍ଲାରେ ଆଖିରୁ ଲୁହ ଗଡ଼ାଉଥିଲେ ବି ଶୁଣୁନି ପ୍ରଶାସନ ।

ପାଖରେ ଟଙ୍କା ନ ଥିଲେ ବି ବୁଝୁନି ବାପାମା’ ମନ । ଶେଷରେ ଘରେ ଥିବା ସୁନା ବନ୍ଧକ ପକାଇ ଝିଅର ମୃତଦେହ ଆଣିବାକୁ ଟଙ୍କା ପଠାଇଛନ୍ତି ବାପାମା’ । ଏପରି ଛାତିଥରା ଘଟଣା ରାୟଗଡ଼ା ଜିଲ୍ଲାର ସଦର ବ୍ଲକ ପିପଲଗୁଡ଼ା ଗାଁରେ ଘଟିଛି। ମୃତା ଯୁବତୀ ହେଲେ ୨୯ ବର୍ଷୀୟା ଲକ୍ଷ୍ମୀ  ମାଣଦାଙ୍ଗି।

ଘରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ପ୍ରାୟ ୩ ମାସ ପୂର୍ବେ ଲକ୍ଷ୍ମୀ ନିଜ ଭାବି ସ୍ୱାମୀଙ୍କ ସହ ଦାଦନ ଖଟିବାକୁ ତାମିଲନାଡ଼ୁ ଯାଇଥିଲେ। ସେଠାରେ ଏକ ସୁତା ଫ୍ୟାକ୍ଟ୍ରିରେ ଉଭୟ କାର୍ଯ୍ୟରତ ଥିଲେ। ଆସନ୍ତା ମାସରେ ପଡ଼ିଥାନ୍ତା ହାତଗଣ୍ଠି। ହେଲେ ଗତ ୨୫ରେ  ନିଆଁରେ ପୋଡ଼ି ଗୁରୁତର ହେଲେ ଲକ୍ଷ୍ମୀ । ସେଠାରେ ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ମାତ୍ର ଫେବୃଆରୀ ୫ ତାରିଖରେ ସେ ସେଠାରେ ପ୍ରାଣ ହରାଇଥିଲେ । କମ୍ପାନୀ ପକ୍ଷରୁ ଝିଅର ଚିକିତ୍ସା ପାଇଁ କିଛି ସାହାଯ୍ୟ ମିଳି ନ ଥିବା ବେଳେ ମୃତଦେହ ଆଣିବାକୁ ବି ମିଳୁନି ସହାୟତା।

ଏବେ ଝିଅର ମୃତ୍ୟୁ ଖବର ଶୁଣି  ଆଖିରୁ ଲୁହ ଗଡ଼ାଉଛନ୍ତି ବାପାମା’ । ଝିଅର ମୃତଦେହ ଗାଁକୁ ଫେରାଇ ଆଣିବାକୁ ପ୍ରଶାସନ ନିକଟରେ ଗୁହାରି କରି ବିଫଳ ହେବା ପରେ ବି ହାର ମାନି ନାହାନ୍ତି। ନିଜ ପାଖରେ ଥିବା ସନ୍ତକ ସୁନା ବନ୍ଧା ରଖି ୩୦ ହଜାର ଟଙ୍କା ପଠାଇଛନ୍ତି ମୃତଦେହ ଆଣିବାକୁ । ମୃତଦେହ ତାମିଲନାଡ଼ୁରୁ ଆସୁଥିବା ବେଳେ ଝିଅକୁ ଶେଷ ଥର ଦେଖିବାକୁ ଅନାଇ ରହିଛନ୍ତି ବୁଢ଼ା ବାପାମା’ ।

ପ୍ରଶାସନର ଏପରି ଉଦାସୀନତା ପାଇଁ ବିଭିନ୍ନ ବର୍ଗରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

The post ଦାଦନ ଦହନ; ଝିଅ ମୃତଦେହ ପାଇଁ ସୁନା ବନ୍ଧକ ପକାଇଲେ ବାପାମା’ appeared first on Odisha Reporter.



from Odisha Reporter https://ift.tt/jEbyf0p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages