ହାତୀପଲ ଘଉଡ଼ାଉଥିଲା ବନ ବିଭାଗ, ଘଟିଗଲା ଅଘଟଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 2, 2022

ହାତୀପଲ ଘଉଡ଼ାଉଥିଲା ବନ ବିଭାଗ, ଘଟିଗଲା ଅଘଟଣ

କରଞ୍ଜିଆ(ଦୀପକ ଶର୍ମା): ଦନ୍ତା ହାବୁଡ଼ରେ ପଡ଼ିଗଲେ ବୃଦ୍ଧ । ବନ ବିଭାଗ ହାତୀ ଘଉଡ଼ାଉଥିବା ବେଳେ ଘଟିଛି ଏପରି ଅଘଟଣ । ଗତକାଲି ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା କରଂଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜର ଦରୀ ଗ୍ରାମ ନିକଟରେ ଦନ୍ତା ହାବୁଡ଼ରେ ପଡ଼ି ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ମୃତ ବୃଦ୍ଧଜଣକ ହେଲେ ଗୌତମ ନାୟକ ।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଏକ ହାତୀ ପଲ ଦରୀ ଗ୍ରାମ ନିକଟରେ ରାଜପଥ ଅତିକ୍ରମ କରି ଝାଡ଼ଖଣ୍ଡମୁହାଁ ହେଉଥିଲେ। ବନ କର୍ମଚାରୀ ହାତୀ ଘଉଡ଼ାଉଥିବା ବେଳେ ଗାଁ ଲୋକେ ଜମା ହୋଇଥିଲେ। ଏହି ସମୟରେ ଏକ ଦନ୍ତା ହାବୁଡ଼ରେ ଗୌତମ ପଡ଼ିଯାଇଥିଲେ। ଦନ୍ତାଟି ତାଙ୍କୁ କଚାଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କରଞ୍ଜିଆ ଡାକ୍ତରଖାନା ଓ ପରେ କେନ୍ଦୁଝର ସ୍ଥାନାନ୍ତର କରାଯାଉଥିଲା। ମାତ୍ର ବାଟରେ ତାଙ୍କ ମୃତ୍ୟୁ ଘଟିଛି।

ମୃତକଙ୍କ ପରିବାରବର୍ଗଙ୍କୁ ପ୍ରଥମେ ୪୦ ହଜାର ଓ ପରେ ୩ ଲକ୍ଷ ୬୦ ହଜାର କ୍ଷତିପୂରଣ ପ୍ରଦାନ କରାଯିବ ବୋଲି  ଦୁଧିଆଣି ରେଞ୍ଜ ଅଧିକାରୀ ପ୍ରଦୀପ ପୃଷ୍ଟି କହିଛନ୍ତି।

The post ହାତୀପଲ ଘଉଡ଼ାଉଥିଲା ବନ ବିଭାଗ, ଘଟିଗଲା ଅଘଟଣ appeared first on Odisha Reporter.



from Odisha Reporter https://ift.tt/7WsfCRGvF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages