ଆଜି ପବିତ୍ର ମାଘ ସପ୍ତମୀ, ବିନା ଶ୍ରଦ୍ଧାଳୁରେ ଚନ୍ଦ୍ରଭାଗା ବୁଡ ସମ୍ପନ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 6, 2022

ଆଜି ପବିତ୍ର ମାଘ ସପ୍ତମୀ, ବିନା ଶ୍ରଦ୍ଧାଳୁରେ ଚନ୍ଦ୍ରଭାଗା ବୁଡ ସମ୍ପନ୍ନ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ମାଘ ସପ୍ତମୀ । କୋଭିଡ କଟକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କ ବିନା ସମ୍ପନ୍ନ ହୋଇଛି ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ । ଜିଲ୍ଲା ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପଡିଆକୁ ଶ୍ରଦ୍ଧାଳୁମାନଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ଗତକାଲି ଅପରାହ୍ନ  ୪ ଟାରୁ ଆଜି ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ।

ବିମାନ ବିଜେ ପରେ ଠାକୁରଙ୍କୁ ନିଆଯାଉଛି।

ପରମ୍ପରା ଅନୁଯାୟୀ, ପବିତ୍ର ଷଷ୍ଠୀ ରାତ୍ରି ୯ଟା ୩୦ରେ ମାଧିପୁରର ଶ୍ରୀଶ୍ରୀ ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଶ୍ରୀଶ୍ରୀ ଐଶାନ୍ୟଶ୍ୱର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବ ଆଦି  ତିନି ଠାକୁର  ବିମାନ ବିଜେ କରିଥିଲେ। ଏହାପରେ ରାତି ୧୨ଟା ୩୦ ମଧ୍ୟରେ କୋଣାର୍କ ଏନଏସିଠାରେ ଏହି ୩ ଠାକୁର ଏକତ୍ର ଭୋଗ ଖାଇଥିଲେ । ଏହାପରେ ପାରମ୍ପରିକ ଶୋଭାଯାତ୍ରାରେ ଭୋର ୩ଟା ୪୦ ମଧ୍ୟରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିଥିଲେ। ଭୋର ୪ଟା୨୦ରେ ପ୍ରଭୁଙ୍କ ନୀତିକାନ୍ତି ପରେ ମହାସ୍ନାନ ଅନୁଷ୍ଠିତ ହୋଇଥିଲା। ପରେ ନୀତିକାନ୍ତି ସହ ଜଡିତ ସେବକ ଓ ସାଧୁସନ୍ଥ ବୁଡ ପକାଇଥିଲେ ।

ଚନ୍ଦ୍ରଭାଗାରେ ବୁଡ଼ ପକାଉଛନ୍ତି ସାଧୁସନ୍ଥ ।

ପୁରାଣ ମତାନୁସାରେ ଏହି ପବିତ୍ର ଦିନରେ ସୂର୍ଯ୍ୟ ଭଗବାନ ବା ମିତ୍ରାଦିତ୍ୟଙ୍କ ଜନ୍ମ ଦିନ । ଏହି ଦିନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶ୍ରାପ ଜନିତ ରୋଗରୁ ମୁକ୍ତି ହୋଇଥିଲେ । ତେଣୁ ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାଲମ୍ବୀମାନେ ଏହି ପବିତ୍ର ଦିନରେ ବୁଡ ପକାଇ ସୂର୍ଯ୍ୟୋଦୟ ଦର୍ଶନ କରିଥାନ୍ତି।

The post ଆଜି ପବିତ୍ର ମାଘ ସପ୍ତମୀ, ବିନା ଶ୍ରଦ୍ଧାଳୁରେ ଚନ୍ଦ୍ରଭାଗା ବୁଡ ସମ୍ପନ୍ନ appeared first on Odisha Reporter.



from Odisha Reporter https://ift.tt/Pw96DbJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages