କାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ, କୋଟିଆରେ ବି ପଡ଼ିବ ଭୋଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 16, 2022

କାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ, କୋଟିଆରେ ବି ପଡ଼ିବ ଭୋଟ

ଭୁବନେଶ୍ୱର(ଓଡ଼ିଶଶ ରିପୋର୍ଟର): ପଞ୍ଚାୟତ ନିର୍ବାଚନରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏହା ପୂର୍ବରୁ ଗତକାଲି ସଂଧ୍ୟାରେ ଶେଷ ହୋଇଛି ପ୍ରଚାର  । ଏହି ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକ୍‌ରେ ୧୮୬ଟି ଜିଲ୍ଲା ପରିଷଦ ଜୋନ୍ ଲାଗି ନିର୍ବାଚନ ହେବ । ମୋଟ୍ ୧୫ଶହ ୧୪ ପଂଚାୟତର ୨୦ ହଜାର ୪୩୬ ବୁଥ୍‌ରେ ଭୋଟ ଗ୍ରହଣ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ ୧୦ ହଜାର ଭୋଟର୍ ମତଦାନ କରିବେ ।

ସେଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଓ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି  । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଗତକାଲି ବୁଥ୍‌କୁ ଯାଇଛନ୍ତି ପୋଲିଂ ପାର୍ଟି । ସେପଟେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ହେବାକୁ ଥିବା ବହୁ ଚର୍ଚ୍ଚିତ କୋଟିଆ ପଞ୍ଚାୟତରେ ମଧ୍ୟ ପହଞ୍ଚିଛି ପୋଲିଂ ପାର୍ଟି ।

ଆସନ୍ତାକାଲି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ୍ ଜୋନ୍-୧ ଜିଲ୍ଲା ପରିଷଦ ପାଇଁ ଭୋଟ୍ ଗ୍ରହଣ ହେବ । ଯେଉଁଥିରେ କୋଟିଆ ପଞ୍ଚାୟତ ମଧ୍ୟ ସାମିଲ ରହିଛି  । କୋଟିଆ ପଞ୍ଚାୟତର ୧୩ଟି ବୁଥ୍‌ରେ ୫, ୭୯୦ ଭୋଟର୍ ମତଦାନ କରିବେ । ଏପଟେ ଗତକାଲି ଶେଷ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଛି । ସମସ୍ତ ୩୦ ଜିଲ୍ଲାର ମୋଟ୍ ୭୧ଟି ବ୍ଲକ୍‌ର ୨୦୦ ଜିଲ୍ଲା ପରିଷଦ ଜୋନ୍ ଲାଗି ଗତକାଲି ମତଗ୍ରହଣ ହୋଇଥିଲା  ।

The post କାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ, କୋଟିଆରେ ବି ପଡ଼ିବ ଭୋଟ appeared first on Odisha Reporter.



from Odisha Reporter https://ift.tt/CZUX2ur

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages