ମୌଖିକ ଓ ଲିଖିତ ପରୀକ୍ଷା ଦେଲେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 15, 2022

ମୌଖିକ ଓ ଲିଖିତ ପରୀକ୍ଷା ଦେଲେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ

ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ମାଲୁପଡ଼ା ଗାଁରେ ସରପଞ୍ଚ ପ୍ରାର୍ଥୀମାନେ ଲିଖିତ ପରୀକ୍ଷା ଦେଇଥିବା ଖବର ଗତ ସପ୍ତାହରେ ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହି ଜିଲ୍ଲାରୁ ଆଉ ଏକ ଏମିତି ଖବର ଆସିଛି। ହେମଗିର ବ୍ଲକ୍ ମୁଣ୍ଡେରକ୍ଷେତ ପଞ୍ଚାୟତରେ ଜଣେ ସରପଞ୍ଚ ଓ ୫ ଜଣ ସମିତି ସଭ୍ୟ ପ୍ରାର୍ଥୀ ଉଭୟ ଲିଖିତ ଓ ମୌଖିକ ପରୀକ୍ଷା ଦେଇଛନ୍ତି।

ମୁଣ୍ଡେରକ୍ଷେତ ପଞ୍ଚାୟତର ‘ଓଁ ଶିବାୟ କ୍ଲବ୍‘ ଜନମଞ୍ଚ ଆୟୋଜନ କରି ନିର୍ବାଚନ ଲଢ଼ୁଥିବା ପଞ୍ଚାୟତର ସମସ୍ତ ୫ ସରପଞ୍ଚ ଓ ୯ ସମିତିସଭ୍ୟ ପ୍ରାର୍ଥୀଙ୍କୁ ଡାକିଥିଲା। ତେବେ ଏଥିରେ କେବଳ ଜଣେ ସରପଞ୍ଚ ପ୍ରାର୍ଥୀ ଓ ୫ ଜଣ ସମିତି ସଭ୍ୟ ପ୍ରାର୍ଥୀ ଉପସ୍ଥିତ ହୋଇଥିଲେ। ସରପଞ୍ଚ ପ୍ରାର୍ଥୀ ସନ୍ନ୍ୟାସୀ ବାଗ, ସମିତିସଭ୍ୟ ପ୍ରାର୍ଥୀ ବୀରେନ୍ଦ୍ର ପଧାନ, ହତେଶ୍ୱର ପ୍ରଧାନ, ଜୟନ୍ତ ପଧାନ, ରୋହିତ ଜୟପୂରିଆ ଓ ନିତ୍ୟାନନ୍ଦ ଖମାରୀଙ୍କୁ ପ୍ରଥମେ ଭୋଟର ମାନେ ବିଭିନ୍ନ ପ୍ରଶ୍ନ କରିଥିଲେ ଓ ପ୍ରାର୍ଥୀମାନେ ସେଗୁଡ଼ିକର ଉତ୍ତର ଦେଇଥିଲେ। ଏହା ପରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଟାଣରେ ବସି ପ୍ରାର୍ଥୀମାନେ ଏହି ପରୀକ୍ଷା ଦେଇଥିଲେ।

ପ୍ରାର୍ଥୀଙ୍କ ଯୋଗ୍ୟତା ପରୀକ୍ଷା କରିବାକୁ ଆୟୋଜିତ ହୋଇଥିଲା ଜନମଞ୍ଚ

ଲିଖିତ ପରୀକ୍ଷାରେ ପ୍ରଶ୍ନଗୁଡ଼ିକ ମଧ୍ୟରେ ଥିଲା- ସମିତି ସଭ୍ୟର କାର୍ଯ୍ୟ କ’ଣ ? ସମିତି ସଭ୍ୟ ଭାବେ ଜିତିଲେ ୫ ବର୍ଷ ପଞ୍ଚାୟତ ପାଇଁ କ’ଣ କରିବେ? ଆଦର୍ଶ ପଞ୍ଚାୟତର ରୂପରେଖ କ’ଣ? କେଉଁଥିପାଇଁ ଆପଣ ଏହି ପଦବୀରେ ଛିଡ଼ା ହେଲେ ? ଗତ ସରପଞ୍ଚ ଓ ସମିତିସଭ୍ୟଙ୍କ କାର୍ଯ୍ୟକଳାପ ସମ୍ପର୍କରେ କୁହନ୍ତୁ। ମୁଣ୍ଡେରକ୍ଷେତ ପଞ୍ଚାୟତ ସରକାରଙ୍କ ଉନ୍ନୟନ ମୂଳକ ଯୋଜନାର ଲାଭ ପାଉଛି କି? ଯଦି ହଁ, ତେବେ ସେଥିମଧ୍ୟରୁ ୧୦ଟି ଯୋଜନା ଉଲ୍ଲେଖ କରନ୍ତୁ। ପ୍ରାର୍ଥୀମାନେ ଏସବୁ ପ୍ରଶ୍ନର ଉତ୍ତର ରଖିଥିଲେ।

ପ୍ରାର୍ଥୀଙ୍କୁ ପରୀକ୍ଷା କରିବାକୁ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ଗ୍ରାମବାସୀ

ପ୍ରାର୍ଥୀମାନେ ଦେଇଥିବା ଉତ୍ତରକୁ ସମସ୍ତଙ୍କ ସାମ୍ନାରେ ପାଠ କରାଯାଇଥିଲା । କେବଳ ସେତିକି ନୁହେଁ, ଉତ୍ତର ଖାତାର କପି ଚାହିଁଲେ ଯେକେହି ଯେପରି ନେଇ ପାରିବେ ତା’ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଜନମଞ୍ଚରେ ପ୍ରାର୍ଥୀଙ୍କ ମୌଖିକ ଉତ୍ତର ସାଙ୍ଗକୁ ଲିଖିତ ପରୀକ୍ଷାର ଉତ୍ତରକୁ ବିଚାରକୁ ନେଇ ଲୋକେ ସେମାନଙ୍କ ମଧ୍ୟରୁ ଯୋଗ୍ୟ ପ୍ରାର୍ଥୀ ବାଛିବେ ବୋଲି ଚର୍ଚ୍ଚା ହେଉଛି।

ଏବେ ବିଭିନ୍ନ ଗାଁଗଣ୍ଡାରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ମଦମାଂସ ସହିତ ନୋଟ୍ ଦିଆଯାଉଥିବା ଭଳି ଖବର ଆସୁଥିବା ବେଳେ ମୁଣ୍ଡେରକ୍ଷେତ ପଞ୍ଚାୟତ ଲୋକେ ଦକ୍ଷ ପ୍ରାର୍ଥୀ ଚୟନ ପାଇଁ କରିଥିବା ଏହି ପ୍ରକ୍ରିୟା ପ୍ରଶଂସନୀୟ ବୋଲି ଆଲୋଚନା ହେଉଛି। ଭୋଟରଙ୍କ ଏ ପ୍ରକାର ସଚେତନତା ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି କୁହାଯାଉଛି।

The post ମୌଖିକ ଓ ଲିଖିତ ପରୀକ୍ଷା ଦେଲେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ appeared first on Odisha Reporter.



from Odisha Reporter https://ift.tt/pklA7yu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages