ନୂଆଦିଲ୍ଲୀ: ଲାଞ୍ଚ କାରବାର ମାମଲାରେ ସିବିଆଇ ଆମ ଆଦମୀ ପାର୍ଟି(ଆପ୍)ର ଦିଲ୍ଲୀ ମ୍ୟୁନ୍ସିପାଲ କାଉନସିଲରଙ୍କ ସହ ଅନ୍ୟ ଜଣଙ୍କୁ ଗିରଫ କରିଛି। ଗିରଫ କାଉନସିଲର ହେଲେ ଗୀତା ରାୱତ। ଆପ ଟିକେଟରୁ ଗୀତା ପୂର୍ବ ଦିଲ୍ଲୀର ମ୍ୟୁନ୍ସିପାଲ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ। ବିଲାଲ ନାମକ ଅନ୍ୟ ଜଣେ ଅଭିଯୁମକ୍ତଙ୍କ ସହ ଗୀତାଙ୍କଳୁ ଆଜି କୋର୍ଟରେ ହାଜର କରିବ ସିବିଆଇ । ଘର ଛାତକୁ ନେଇ ଜଣେ ମାଲିକଙ୍କ ଠାରୁ ଆପ କାଉନସିଲର ଗୀତା ୨୦,୦୦୦ ଟାଙ୍କା ଦାବି କରିଥିବା
ଅଭିଯୋଗରେ ସିବିଆଇ ମାମଲା ରୁଜୁ କରିଛି। ଆବେଦନକାରୀ ନିଜ ଘର ବିଲଡିଂର ଛାତକୁ ବୃଦ୍ଧି ପାଇଁ ଅନୁରୋଧ କରିଥିଲେ। ଫଳରେ ତାଙ୍କୁ ଲାଞ୍ଚ ମାଗିଥିଲେ ଗୀତା। ଫଳରେ ଘର ମାଲିକ ସିବିଆଇକୁ ଜଣାଇଥିଲେ ।
ଏହା ପରେ କାଉନସିଲର ଗୀତାଙ୍କୁ ଧରିବା ପାଇଁ ସିବିଆଇ ଜାଲ ବିଛାଇ ଥିଲା । ଚୁକ୍ତି ଅନୁଯାୟୀ ଘର ମାଲିକ ବିଲାଲ ନାମକ ଜଣେ ଭେଣ୍ଡରଙ୍କୁ ୨୦,୦୦୦ ଟଙ୍କା ଦେଇଥିଲେ। ଗୀତା ରାୱତଙ୍କ ଅଫିସ ନିକଟରେ ବିଲାଲ ଜଣେ ଭେଣ୍ଡର ଭାବେ କାର୍ଯ୍ୟ କରନ୍ତି।
ସିବିଆଇ ଉଭୟ ଭେଣ୍ଡର ଏବଂ କାଉନସିଲର ଗୀତାଙ୍କୁ ଗିରଫ କରିଛି। ଏଥିସହ ସିବିଆଇ ଅଧିକ ତଦନ୍ତ ପାଇଁ ଖୋଳତାଡ଼ ଆରମ୍ଭ କରିଛି। ଗୀତା ଓ ଭେଣ୍ଡରଙ୍କ ଘରେ ଘରେ ସର୍ଚ୍ଚ ଅପରେଶନ ଜାରି ରହିଛି।
The post ଆପ୍ ନେତ୍ରୀଙ୍କୁ ଉଠାଇ ନେଲା ସିବିଆଇ appeared first on Odisha Reporter.
from Odisha Reporter https://ift.tt/G9TPovw
No comments:
Post a Comment