‘ସମ୍ବନ୍ଧ ଫିନସର୍ଭ’ ଏମଡିଙ୍କ ନାଁରେ ଲୁକ୍‌ ଆଉଟ୍‌ ସର୍କୁଲାର; ଜବତ ହେଲାଣି ୧୭କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 18, 2022

‘ସମ୍ବନ୍ଧ ଫିନସର୍ଭ’ ଏମଡିଙ୍କ ନାଁରେ ଲୁକ୍‌ ଆଉଟ୍‌ ସର୍କୁଲାର; ଜବତ ହେଲାଣି ୧୭କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):‘ସମ୍ବନ୍ଧ ଫିନସର୍ଭ’ ସଂସ୍ଥାର ଏମଡି ଦୀପକ କିଣ୍ଡୋଙ୍କ  ଗୁମର ଖୋଲିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଖୋଳତାଡ଼ ପରେ ଦୀପକ ତଥା  ଅନ୍ୟମାନଙ୍କ ନାଁରେ ବିଭିନ୍ନ ବ୍ୟାଙ୍କର ୬୧ଟି ଆକାଉଣ୍ଟରେ ଡିପୋଜିଟ  ଥିବା ୧୭କୋଟିରୁ ଊର୍ଦ୍ଧ୍ୱ ଟଙ୍କାକୁ ଜବତ ହୋଇଛି। ବିଭିନ୍ନ ଜାତୀୟ ତଥା  ଘରୋଇ ବ୍ୟାଙ୍କରେ  ଏହି ସବୁ ଅର୍ଥ ଡିପୋଜିଟ ଥିଲା। । ଦୀପକ ଫେରାର ଥିବାବେଳେ ତାଙ୍କ ନାଁରେ ଲୁକ୍ଆଉଟ ସର୍କୁଲାର  ଜାରି କରିଛି କ୍ରାଇମବ୍ରାଞ୍ଚ ।

ସୂଚନାଯୋଗ୍ୟ,  ଅନ୍ନପୂର୍ଣ୍ଣା  ଫାଇନାସ୍  ସଂସ୍ଥାଠାରୁ  ଜାଲିଆତି କରି ଦୀପକ କିଣ୍ଡୋ ୫ କୋଟି ଟଙ୍କା ଲୋନ୍ ନେଇ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଅନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ ଲିମିଟେଡ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲା । ଖୋଳତାଡ ପରେ  ‘ସମ୍ବନ୍ଧ ଫିନସର୍ଭ’ ସଂସ୍ଥାର ଏମିଡି ଦୀପକ  କିଣ୍ଡୋ ବିଭିନ୍ନ ବ୍ୟାଙ୍କ ତଥା ଅର୍ଥ ଲଗାଣକାରୀ ସଂସ୍ଥାଠାରୁ ୧୦୦ କୋଟି ଟଙ୍କା ହଡପ କରିଥିବା ସାମ୍ନାକୁ ଆସିଥିଲା  ।

ପୂର୍ବରୁ ଏହି ଠକେଇ ମାମଲାରେ ଦୀପକ କିଣ୍ଡୋଙ୍କ ପତ୍ନୀ ଅମ୍ରିତା କିଣ୍ଡୋ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ବେଳେ ଏବେ ଦୀପକଙ୍କୁ ଖୋଜିବାକୁ ଅଣ୍ଟା ଭିଡ଼ିଛି କ୍ରାଇମବ୍ରାଞ୍ଚ। ତାଙ୍କୁ ଧରିବାକୁ  କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପ୍ରକ୍ରିୟା ଜାରି ରଖିଛି  ।

The post ‘ସମ୍ବନ୍ଧ ଫିନସର୍ଭ’ ଏମଡିଙ୍କ ନାଁରେ ଲୁକ୍‌ ଆଉଟ୍‌ ସର୍କୁଲାର; ଜବତ ହେଲାଣି ୧୭କୋଟି appeared first on Odisha Reporter.



from Odisha Reporter https://ift.tt/OiycdsG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages