ରାତି ଅଧରେ ଟ୍ରକ୍‌ରେ ପିଟି ହେଲା ‘ସୋନାକ୍ସ’ ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 28, 2022

ରାତି ଅଧରେ ଟ୍ରକ୍‌ରେ ପିଟି ହେଲା ‘ସୋନାକ୍ସ’ ବସ୍‌

ଜଳେଶ୍ୱର(ଅଜିତ ଦାସ):  ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ସୋନାକୁଣିଆ ଛକରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। ଏକ ବସ୍‌, ଟ୍ରକ ମଧ୍ୟରେ ଧକ୍କା ହେବାରୁ ବସ୍‌ରେ ଥିବା ୧୦ ଯାତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ପଶ୍ଚିମବଙ୍ଗର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ ଜଣକ ହରିହର ଜେନା ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନି।

ସୂଚାଯୋଗ୍ୟ, ‘ସୋନାକ୍ସ’ ନାମକ ଘରୋଇ ବସ୍‌ ଗତକାଲି ରାତିରେ ଭୁବନେଶ୍ୱରରୁ କୋଲକତା ଅଭିମୁଖେ ଯାଉଥିଲା। ମାତ୍ର ବିଳମ୍ବିତ ରାତିରେ ଗାଡ଼ିଟି ସୋନାକୁଣିଆ ଛକ ଅତିକ୍ରମ କରୁଥିବା ବେଳେ ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଛି।  ଘଟଣାସ୍ଥଳରେ ପୁଲିସ୍‌ ଓ ସ୍ଥାନୀୟ ଲୋକେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।  ଗୁରୁତର ଓ ମୃତକ ଓଡ଼ିଆ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି।

ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି।  ତେବେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବାରୁ ଏହା କିପରି ହେଲା ସେ ସମ୍ପର୍କରେ ସଠିକ୍‌ ସୂଚନା ମିଳିପାରିନି।

The post ରାତି ଅଧରେ ଟ୍ରକ୍‌ରେ ପିଟି ହେଲା ‘ସୋନାକ୍ସ’ ବସ୍‌ appeared first on Odisha Reporter.



from Odisha Reporter https://ift.tt/t0xo4ig

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages