‘କୁମକୁମ ଭାଗ୍ୟ’କୁ ବାଏ ବାଏ କହିଲେ ଶବ୍‌ବୀର ଅହଲୁୱାଲିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 14, 2022

‘କୁମକୁମ ଭାଗ୍ୟ’କୁ ବାଏ ବାଏ କହିଲେ ଶବ୍‌ବୀର ଅହଲୁୱାଲିଆ

ମୁମ୍ବାଇ: ଆଉ ‘କୁମକୁମ ଭାଗ୍ୟ’ ସିରିଏଲରେ ନଜର ଆସିବେନି ଅଭିଷେକ ମେହରା । ଘରେ ଘରେ ଏହି ନାମରେ ପରିଚିତ ହୋଇଥିବା  ଶୁମାର ଶବ୍‌ବୀର ଅହଲୁୱାଲିଆ ‘କୁମକୁମ ଭାଗ୍ୟ’ ସହ ପ୍ରାୟ ୭ ବର୍ଷର ସମ୍ପର୍କ ଛିନ୍ନ କରିବାକୁ ଯାଉଛନ୍ତି। ଏହି ଖବର ଶବ୍‌ବୀରଙ୍କ ଫ୍ୟାନ୍ସଙ୍କୁ ଉଦାସ କରିଛି । ଜୀବନରେ ଆଗକୁ ବଢ଼ିବାକୁ ଛୋଟ ପରଦାର ମୋଷ୍ଟ ହ୍ୟାଣ୍ଡସମ୍‌ ଓ ଟାଲେଣ୍ଟେଡ ଆକ୍ଟର ଏପରି ନିଷ୍ପତ୍ତି ନେଇଥିବା ଜଣାଯାଇଛି।

ଏକତା କପୁରଙ୍କ ପପୁଲାର ଶୋ’ ‘କୁମକୁମ ଭାଗ୍ୟ’ ଛାଡ଼ିବାକୁ ଶବ୍‌ବୀର ନିଷ୍ପତ୍ତି ନେଇ ସାରିଥିବା ବେଳେ ଏହାକୁ ନେଇ ଏବେ ଗ୍ଲାମର ଦୁନିଆରେ ଚର୍ଚ୍ଚା। ହେଲା ଏହାର ପ୍ରଭାବ ଉଭୟ ଏକତା ଓ ଶବ୍‌ବୀରଙ୍କ ସମ୍ପର୍କ ଉପରେ ପଡ଼ିବ ନାହିଁ ବୋଲି ଜଣାଯାଇଛି। ଏନେଇ ଏକତାଙ୍କ ସଂସ୍ଥା ପକ୍ଷରୁ ଅଫିସିଆଲି କିଛି କୁହାଯାଇ ନ ଥିବା ବେଳେ ଶବ୍‌ବୀର ବି ମୁହଁ ଖୋଲିବାକୁ ନାରାଜ ।

sabbir with family

ସୂଚନା ଅନୁଯାୟୀ, ଶବ୍‌ବୀର ଏକ ମେଗା ସିରିଏଲରେ ମୁଖ୍ୟ ଚରିତ୍ର ପାଇଥିବା ବେଳେ ଆସନ୍ତା ମାର୍ଚ୍ଚ ବେଳକୁ ଏହା ଅନଲାଇନ୍‌ ହେବ । ଏଥିନିମନ୍ତେ କଥାବାର୍ତ୍ତା ସରିଥିବା ବେଳେ ଶବ୍‌ବୀର ପ୍ରୋଜେକ୍ଟ ସାଇନ୍‌ କରି ନ ଥିବା ଜଣାଯାଇଛି।

The post ‘କୁମକୁମ ଭାଗ୍ୟ’କୁ ବାଏ ବାଏ କହିଲେ ଶବ୍‌ବୀର ଅହଲୁୱାଲିଆ appeared first on Odisha Reporter.



from Odisha Reporter https://ift.tt/tl7fnhE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages