ଜନ୍ମ ଦିନରେ ନିୟତି ରଚିଲା ଷଡ଼ଯନ୍ତ୍ର: ସରିଗଲା ନିଷ୍ପାପ ଶିଶୁର ଖେଳ    - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 14, 2022

ଜନ୍ମ ଦିନରେ ନିୟତି ରଚିଲା ଷଡ଼ଯନ୍ତ୍ର: ସରିଗଲା ନିଷ୍ପାପ ଶିଶୁର ଖେଳ   

ହାଇଦ୍ରାବାଦ: ଜନ୍ମ ଦିନ ଥିବାରୁ କୁନି ପିଲାଟି କେତେ ଖୁସି ଆନନ୍ଦରେ ଖେଳୁଥିଲା । କେକ୍ କଟା, ଖାଇବା ପିଇବା ମଜା ମଜଲିସ ଏମିତି କେତେ କଣ ଆସର ଜମିଥିଲା। ହେଲେ ହଠାତ୍‌ ତାର ସବୁ ଖୁସି ମଉଳିଗଲା। କେହି ବୁଝିପାରିଲେନି ସେଇ ନିଷ୍ପାପ ଶିଶୁଟି ପାଇଁ ନିୟତି ରଚିଥିବା ଷଡ଼ଯନ୍ତ୍ର। ଆଉ ଜନ୍ମ ଦିନରେ ହିଁ ଛପି ଛପି ଆସି ପିଲାଟିକୁ ନେଇଗଲା ଜମ। ଗରମ ସମ୍ବର ହାଣ୍ଡିରେ ପଡ଼ି ଚାଲିଗଲା ଶିଶୁର ଜୀବନ। ଏମିତି ଏକ ଅଭାବନୀୟ ଘଟଣା ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ କାଲାଗର ଅଞ୍ଚଳରେ ଘଟିଛି। ପ୍ରଥମେ ପିଲାଟିକୁ ହସପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ପୁଲିସ କହିବା ଅନୁଯାୟୀ, ଶିଭା ଏବଂ ଭାନୁମତିଙ୍କର ଦୁଇ ବର୍ଷର ଝିଅ ହେଉଛି ତେଜସ୍ୱୀ। ଝିଅଟି ତାର ଜନ୍ମଦିନରେ ଘର ସାମ୍ନାରେ ଖେଳୁଥିତଲା। ସେତିକିବେଳେ ତାର ବାପା-ମା ପଡ଼ୋଶୀଙ୍କୁ ଜନ୍ମଦିନ ଉପଲକ୍ଷେ ପଡ଼ୋଶୀଙ୍କୁ ଖାଦ୍ୟ ବାଣ୍ଟିବାକୁ ଯାଇଥିଲେ। ଏହି ସମୟରେ ତେଜସ୍ୱୀ ରୋଷେଇ ଘରକୁ ପାଖକୁ ଚାଲିଯାଥିଲେ। ସେଠାରେ ଖେଳୁଖେଳୁ ଏକ ଚେୟାରରେ ଚଢ଼ି ଯାଇଥିଲା ଏବଂ ଦୁର୍ଭାଗ୍ୟବସତଃ ସମ୍ବର ହାଣ୍ଡିରେ ପଡ଼ି ଯାଇ ଥିଲା ।

ହାଣ୍ଡିରେ ସମ୍ବର ଗରମ ଥିବାରୁ ପିଲାଟିର ଶରୀର ପୋଡ଼ିଯାଇ ଥିଲା। ସଙ୍ଗେ ସଙ୍ଗେ ଖବର ପାଇ ବାପା-ମା ଆସି ପିଲାଟିକୁ ଉଦ୍ଧାର କରି ସ୍ଥାନୀୟ ଥିରୁଭୁରୁ ମେଡିକାଲ ନେଇଥିଲେ। ପରେ ତାକୁ ଗୁରୁତର ଅବସ୍ଥାରେ ବିଜୟୱାଡ଼ା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ପିଲାଟିର ଶରୀରର ଅଧିକାଂଶ ଭାଗ ପୋଡ଼ି ଯାଇଥିବାରୁ ଆଉ ବଞ୍ଚି ନଥିଲା। ଏହି ଘଟଣାରେ ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

The post ଜନ୍ମ ଦିନରେ ନିୟତି ରଚିଲା ଷଡ଼ଯନ୍ତ୍ର: ସରିଗଲା ନିଷ୍ପାପ ଶିଶୁର ଖେଳ    appeared first on Odisha Reporter.



from Odisha Reporter https://ift.tt/X59w28j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages