ପ୍ୟାରିସ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ସମଗ୍ର ୟୁରୋପ ପ୍ରତି ବିପଦ ସୃଷ୍ଟି ହୋଇଛି। ଯଦି କୌଣସି ରାଷ୍ଟ୍ର ୟୁକ୍ରେନକୁ ସହାୟତା କରିବେ, ତା’ହେଲେ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଧମକ ଦେଇଛନ୍ତି।
ସେହିପରି ସମସ୍ତଙ୍କୁ ରୁଷ ପରମାଣୁ ଅସ୍ତ୍ରର ଭୟ ମଧ୍ୟ ଦେଖାଉଛି। ତେବେ ଏହାର ଜବାବ ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଜେନ ୟେଭେସ ଲେ ଡ୍ରିଅନ ଦେଇଛନ୍ତି। ସେ କହିଛନ୍ତି, ରୁଷ ପରମାଣୁ ଅସ୍ତ୍ରର ଧମକ ଦେବା ପୂର୍ବରୁ ନାଟୋ କଥା ଚିନ୍ତା କରିବା ଦରକାର। ନାଟୋ ସଦସ୍ୟଙ୍କ ପାଖରେ ମଧ୍ୟ ପରମାଣୁ ଅସ୍ତ୍ର ରହିଛି। ଏକଥା ରୁଷ ଭୁଲିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।
ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିବା ବେଳେ ପଶ୍ଚିମ ଦେଶଗୁଡ଼ିକୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ଯଦି କେହି ୟୁକ୍ରେନକୁ ସହାୟତା କରେ କିମ୍ବା ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତା’ହେଲେ ସେମାନଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିବ। ସେମାନେ ଇତହାସରେ କେବେ ହେଲେ ଦେଖି ନଥିବା ସ୍ଥିତିକୁ ସାମ୍ନା କରିବେ ବୋଲି ପୁଟିନ କହିଥିଲେ।
ଏପରି କହି ସେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବା ସମ୍ପର୍କରେ ସଙ୍କେତ ଦେଇଥିଲେ। ଏ ସମ୍ପର୍କରେ ଜେନଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ। ପ୍ରତିକ୍ରିୟାରେ ସେ କହିଛନ୍ତି, “ହଁ, ମୁଁ ଭାବୁଛି ଭ୍ଲାଦିମିରି ପୁଟିନ ଭଲ ଭାବେ ବୁଝିବା ଦରକାର ଯେ ଆଣ୍ଟଲାଟିକ ମେଣ୍ଟ ମଧ୍ୟ ଗୋଟିଏ ପରମାଣୁ ମେଣ୍ଟ। ଆମ ପାଖରେ ବି ପରମାଣୁ ଅସ୍ତ୍ର ରହିଛି। ଏହି ପ୍ରସଙ୍ଗରେ ମୁଁ ବାସ ଏତିକି କହିବାକୁ ଚାହେଁ।”
ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିବା ପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାର୍କନ ତାଙ୍କ ସହ କଥା ହୋଇ ସମାଧାନର ରାସ୍ତା ବାହାର କରିବାକୁ ଚେଷ୍ଟା କରିଥିଲେ। ସେ ଯୁଦ୍ଧ ବଦଳରେ ଶାନ୍ତିପୂର୍ଣ୍ଣ କୂଟନୀତିକ ଆଲୋନା ସପକ୍ଷରେ ମତ ରଖିଥିଲେ। ହେଲେ ତାଙ୍କ କଥାରେ ପୁଟିନ ରାଜି ନ ହୋଇ ଯୁଦ୍ଧ ଘୋଷଣା କରିଛନ୍ତି। ଏପରି କି ରୁଷ ପକ୍ଷରୁ ୟୁକ୍ରେନ ବିରୋଧରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ଯଥାର୍ଥ ବୋଲି ମଧ୍ୟ କୁହାଯାଇଛି।
The post ରୁଷକୁ ‘ପରମାଣୁ ଅସ୍ତ୍ର’ର ଧମକ ଦେଲା ଫ୍ରାନ୍ସ appeared first on Odisha Reporter.
from Odisha Reporter https://ift.tt/D7zF49G
No comments:
Post a Comment