ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): କରୋନାର ତୃତୀୟ ଲହରି ଭିତରରେ ଆଜିଠୁ ଅଷ୍ଟମରୁ ଦ୍ୱାଦଶ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ଆଜିଠୁ ଛାତ୍ରଛାତ୍ରୀମାନେ ସ୍କୁଲ ଯିବେ। କରୋନା କଟକଣା ଭିତରେ ଆରମ୍ଭ ହେଉଛି ଅଷ୍ଟମରୁ ଦ୍ୱାଦଶ ପିଲାଙ୍କ କ୍ଲାସରୁମରେ ପାଠପଢ଼ା। ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସ ସକାଳ ୧୦ରୁ ଦିନ ଗୋଟାଏ ଏବଂ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ କ୍ଲାସ ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଚାଲିବ।
ଏଥିପାଇଁ କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ, ବିଭିନ୍ନ ସ୍କୁଲରେ ସିଟିଂ ଆରେଞ୍ଜମେଣ୍ଟଠୁ ଆରମ୍ଭ କରି ବିଶୋଧନ ବ୍ୟବସ୍ଥା ଯାଏ ସମ୍ପୂର୍ଣ୍ଣ କରିଛନ୍ତି କର୍ତ୍ତୃପକ୍ଷ। ସ୍କୁଲ ସହ ହଷ୍ଟେଲ ମଧ୍ୟ ଖୋଲୁଛି। ତେଣୁ ପିଲାଙ୍କ ମଧ୍ୟରେ ଯେପରି ସଂକ୍ରମଣ ନ ବଢ଼ିବ, ତାକୁ ଗୁରୁତ୍ୱ ଦେଇ ସ୍କୁଲ୍ ଗୁଡ଼ିକରେ ସ୍ୱତନ୍ତ୍ର ଆଇସୋଲେସନ ରୁମ୍ର ବ୍ୟବସ୍ଥା ରହିଛି। ପିଲାମାନଙ୍କୁ ସକାଳ ୧୦ଟାରୁ ଥର୍ମାଲ ସ୍କ୍ରିନିଂ କରି କ୍ଲାସକୁ ଛଡ଼ାଯିବ ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି। ଆଜିଠୁ ଉଚ୍ଚଶିକ୍ଷା ଅନୁଷ୍ଠାନ ଓ ବୈଷୟିକ ଶିକ୍ଷା ଅନୁଷ୍ଠାନଗୁଡିକରେ କ୍ଲାସ ଆରମ୍ଭ ହେଉଛି।
ସେହିପରି ଫେବ୍ରୁଆରୀ ୧୪ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ତେବେ ଏହି ପାଠପଢ଼ା ଅନଲାଇନ/ଅଫଲାଇନ୍ ମାଧ୍ୟମରେ ହୋଇପାରିବ।
The post ଖୋଲିଲା ସ୍କୁଲ୍, ଆଜିଠୁ ଅଷ୍ଟମରୁ ଦ୍ୱାଦଶ ପିଲାଙ୍କ ଅଫ୍ଲାଇନ ପାଠପଢ଼ା appeared first on Odisha Reporter.
from Odisha Reporter https://ift.tt/Sj9Etgp
No comments:
Post a Comment