ଆଜିଠୁ ଖଣ୍ଡଗିରି ମେଳା; ଭିଡ଼ ଜମାଇଲେଣି ସାଧୁସନ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 6, 2022

ଆଜିଠୁ ଖଣ୍ଡଗିରି ମେଳା; ଭିଡ଼ ଜମାଇଲେଣି ସାଧୁସନ୍ଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆଜିଠୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା । ଏଥିଲାଗି ଖଣ୍ଡଗିରିରେ ଜମିଲାଣି ସାଧୁସନ୍ଥଙ୍କ ଗହଳି । ଚଳଚଞ୍ଚଳ ହୋଇପଡ଼ିଛି ଖଣ୍ଡଗିରି ପାହାଡ଼। କରୋନା କଟକଣା ପାଇଁ ଜନ ସମାଗମ ଉପରେ ରୋକ ଲାଗିଥିବାରୁ କେବଳ ସାଧୁସନ୍ଥ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ କରିବେ ।

ପ୍ରତି ବର୍ଷ ମାଘ ସପ୍ତମୀରୁ ମାଘ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ଖଣ୍ଡଗିରି ମେଳା ଆୟୋଜିତ ହୁଏ।  ହେଲେ ଚଳିତ ବର୍ଷ ଏହି ମେଳା ୧୦ ଦିନ ବ୍ୟାପୀ ଚାଲିବ ।

ଖଣ୍ଡଗିରି ପାହାଡ଼ରେ ସାଧୁସନ୍ଥଙ୍କ ଗହଳି।

ଖଣ୍ଡଗିରି ମେଳା ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରର ବିଭିନ୍ନ ତିର୍ଥସ୍ଥଳୀରୁ ସାଧୁସନ୍ଥ ଏଠାରେ ଡେରା ପକାଇଛନ୍ତି। ଦେଶର ବିଭିନ୍ନ କୋଣରେ ଥିବା ଜୁନା ଆଖଡ଼ା, ନାଗା ଆଖଡ଼ା, ଭାରତୀ ଆଖଡ଼ା, ଉତ୍କଳ ପଞ୍ଚସଖା ଭଗବତୀ ଆଖଡ଼ାରୁ ଏଠାକୁ ସାଧୁସନ୍ଥ ଆସୁଛନ୍ତି। ଚଳିତ ବର୍ଷ ୨ଶହ ସାଧୁସନ୍ଥଙ୍କ ସମାଗମ ନିମନ୍ତେ ଅନୁମତି ମିଳିଛି।

ବିଭିନ୍ନ ଶ୍ଳୋକ, ମନ୍ତ୍ରରେ ଆଜିଠୁ ପ୍ରକମ୍ପିତ ହେବ ଖଣ୍ଡଗିରି ପାହାଡ଼ । ତେବେ ଚଳିତ ବର୍ଷ ମେଳାରେ ଷ୍ଟାଣ୍ଡିଂ ବାବାଙ୍କୁ ନେଇ ଚର୍ଚ୍ଚା । ମଧ୍ୟପ୍ରଦେଶ ଜବଳପୁରର ଜୁନା ଆଖଡ଼ାରୁ ଆସିଥିବା ଷ୍ଟାଣ୍ଡିଂ ବାବା ଦ୍ୱିତୀୟ ବର୍ଷ ପାଇଁ ଖଣ୍ଡଗିରି ମେଳାକୁ ଆସିଛନ୍ତି। ତେବେ ବିଶ୍ୱ ଶାନ୍ତି ପାଇଁ ମେଳା ଶେଷ ପର୍ଯ୍ୟନ୍ତ ଛିଡ଼ା ହୋଇ ସନାତନ ଧର୍ମର ପ୍ରଚାର କରିବେ ବୋଲି କହିଛନ୍ତି ଷ୍ଟାଣ୍ଡିଂ ବାବା ।  ଏହି ବାବାଙ୍କୁ ଦେଖିବାକୁ ଭିଡ଼ ଜମୁଛି।

ଖଣ୍ଡଗିରି ମେଳାରେ ଷ୍ଟାଣ୍ଡିଂ ବାବା ।

୧୯୯୪ ମସିହାରୁ ହରିହର ଟ୍ରଷ୍ଟ ଏହି ମେଳାକୁ ପରିଚାଳିତ କରିଆସୁଛି। ଓଡ଼ିଶା ପ୍ରଶାସନ ପକ୍ଷରୁ କୌଣସି ସହାୟତା ତଥା ଲାଇଟ, ପାଣି, ଶୌଚ ପାଇଁ କୌଣସି ବ୍ୟବସ୍ଥା ଯୋଗାଇ ଦିଆଯାଉ ନ ଥିବାରୁ କ୍ଷୋଭ ପ୍ରକାଶ କରି କହିଛନ୍ତି ସାଧୁସନ୍ଥ। ଏପରିକି ନିଜେ ସଫେଇ କାର୍ଯ୍ୟକ୍ରମ କରୁଥିବା ବେଳେ ବାହାର ରାଜ୍ୟରୁ ଆସୁଥିବା ସାଧୁସନ୍ଥଙ୍କ ରହିବା ବ୍ୟବସ୍ଥା ମଧ୍ୟ କରୁଥିବା କହିଛନ୍ତି  ହରିହର ଟ୍ରଷ୍ଟ ପରିଚାଳକ ।

ଚଳିତ ବର୍ଷ କୋଭିଡ ଗାଇଡଲାଇନ୍‌ରେ ଖଣ୍ଡଗିରି ମେଳା ଆୟୋଜିତ ହେଉଥିବା ବେଳେ ବାହାର ଜନସମାଗମ ଉପରେ ରୋକ ଲଗାଯାଇଛି।

 

The post ଆଜିଠୁ ଖଣ୍ଡଗିରି ମେଳା; ଭିଡ଼ ଜମାଇଲେଣି ସାଧୁସନ୍ଥ appeared first on Odisha Reporter.



from Odisha Reporter https://ift.tt/kB84UPM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages