ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 1, 2022

ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଭଦ୍ରକ( ପ୍ରାର୍ଥ ସାରଥୀ ନାୟକ): ଭଦ୍ରକ ଟାଉନଥାନା ଅନ୍ତର୍ଗତ ଜଗନ୍ନାଥପୁର ସ୍ଥିତ ଏକ ଘରୋଇ ମେସ ନିକଟରେ ଥିବା ଏକ ନିର୍ମାଣାଧୀନ କୋଠାରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣଙ୍କ ହେଲେ ଧୁଷୁରୀ ଥାନା ଅନ୍ତର୍ଗତ ଅଧିନ ପଙ୍ଗଟା ଅଞ୍ଚଳର ନରେନ୍ଦ୍ର ମହାଳିକ।  ସେ ଯୁକ୍ତ ଦୁଇ ଵିଜ୍ଞାନରେ ପାଠ ପଢ଼ୁଥିଲେ। ନରେନ୍ଦ୍ର ଭଦ୍ରକରେ ଏକ ମେସର ରହି କୋଚିଂ ନେଉଥିଲେ।

ଗତକାଲି ସକାଳେ ନରେନ୍ଦ୍ରଙ୍କ ମୃତଦେହ ମେସରେ ନିକଟରେ ଥିବା ଏକ ନିର୍ମାଣାଧୀନ କୋଠାରେ ଝୁଲୁଥିବା ୱାଡେନ ଦେଖିଥିଲେ।  ଏନେଇ ନରେନ୍ଦ୍ରଙ୍କ ପରିବାର ଲୋକଙ୍କୁ ଫୋନ୍‌ କରିଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ  କରିଛି ଓ ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ  ନରେନ୍ଦ୍ରଙ୍କ ବାପା କରୁଣାକର ମହାଳିକ କହିଛନ୍ତି, ମୋ ପୁଅକୁ ମାରି ଟଙ୍ଗାଇ ଦିଆଯାଇଛି। ସୋମବାର ରାତିରେ ମୋ ପୁଅ ମୋତେ ଫୋନ୍ କରି ଘରର ଭଲମନ୍ଦ କଥା ବୁଝିଥିଲା, ତା’ ମା’ ସହ ମଧ୍ୟ ଭଲରେ କଥା ହୋଇଥିଲା।  ମୋ ପୁଅକୁ ଉଚିତ ନ୍ୟାୟ ମିଳୁ।

The post ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/aHOKQGd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages