ଆଡଭାଇଜରି ଜାରି କଲେ କେନ୍ଦ୍ର ସରକାର-ବର୍ଡରରେ ମୁତୟନ ଅଛନ୍ତି ଅଧିକାରୀ, ଭାରତୀୟଙ୍କୁ ମିଳିବ ସବୁ ସହାୟତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 1, 2022

ଆଡଭାଇଜରି ଜାରି କଲେ କେନ୍ଦ୍ର ସରକାର-ବର୍ଡରରେ ମୁତୟନ ଅଛନ୍ତି ଅଧିକାରୀ, ଭାରତୀୟଙ୍କୁ ମିଳିବ ସବୁ ସହାୟତା

କିଭ: ରୁଷର ପ୍ରଚଣ୍ଡ ଆକ୍ରମଣରେ ଥରହର ହେଉଛି ୟୁକ୍ରେନର ରାଜଧାନୀ କିଭ୍‌ । ଏଥିସହ ଖାର୍କିଭ ସହରରେ ବି ତୁହାକୁ ତୁହା ରୁଷ ତୋପ ଭୟଙ୍କର ବିସ୍ଫୋରଣ ଘଟାଉଛି।  କିଭରୁ ସବୁ ଭାରତୀୟ ବାହାରି ଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଉଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଭାବେ ୟୁକ୍ରେନରୁ ଉଦ୍ଧାର ପାଇଁ ଅପରେସନ ଗଙ୍ଗାକୁ ଜୋରଦାର କରାଯାଇଛି। ଏଥିନିମନ୍ତେ ପୋଲାଣ୍ଡରେ ଥିବା ଭାରତୀୟ ଦୂତାବାସ ଅଧିକାରୀଙ୍କୁ ବର୍ଡର ଚେକ୍‌ ପଏଣ୍ଟରେ ମୁତୟନ କରାଯାଇଛି। ସେଠାରେ ଉପସ୍ଥିତ ଅଧିକାରୀମାନେ ୟୁକ୍ରେନରୁ ଫେରୁଥିବା ଭାରତୀୟଙ୍କୁ ସ୍ୱଦେଶ ଫେରିବା ନିମନ୍ତେ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିନିମନ୍ତେ ଏକ ଆଡଭାଇଜରି ବି ଜାରି ହୋଇଛି।

ଜାରି ହୋଇଥିବା ଆଡଭାଇଜରିରେ ଅନୁଯାୟୀ, ପୋଲାଣ୍ଡରେ ପ୍ରବେଶ ନିମନ୍ତେ ପଶ୍ଚିମ ୟୁକ୍ରେନ, ଲିଭ୍‌, ଟର୍ନପିଲ ତଥା ଅନ୍ୟ ଅଞ୍ଚଳରେ ରହୁଥିବା ଭାରତୀୟ ବୁଡୋମିର୍ଜ ବର୍ଡର ଚେକ୍‌ ପଏଣ୍ଟ ଆସିପାରିବେ।  ବିକଳ୍ପ ରାସ୍ତା ଭାବେ ସେମାନଙ୍କୁ ହଙ୍ଗରୀ କିମ୍ବା ରୋମାନିଆ ଦେଇ ଯିବା ନିମନ୍ତେ ଦକ୍ଷିଣ ଦିଗରେ ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି।

 – ପୋଲାଣ୍ଡରେ ନିୟୋଜିତ ଥିବା ଭାରତୀୟ ଦୂତାବାସ କର୍ମଚାରୀ ମେଡୟକା ଓ ବୁଡୋମିର୍ଜ ବର୍ଡର ପଏଣ୍ଟରେ ଉପସ୍ଥିତ ଅଛନ୍ତି। ସେଠାରୁ ସେମାନେ ସମସ୍ତ ଭାରତୀୟଙ୍କୁ ଉଦ୍ଧାର କରି ସ୍ୱଦେଶ ଫେରିବାରେ ସାହାଯ୍ୟ କରିବେ।

 –ଯେଉଁ ଭାରତୀୟ ଅନ୍ୟ ସୀମାରୁ ପୋଲାଣ୍ଡରେ ପ୍ରବେଶ କରୁଛନ୍ତି, ଯେଉଁଠାରେ ଭାରତୀୟ ଅଧିକାରୀ ଉପସ୍ଥିତ ନ ଥିବେ, ସେମାନଙ୍କୁ ସିଧା ହୋଟେଲ Prezydencki ଯିବାକୁ କୁହାଯାଇଛି। ସେଠାରେ ସେମାନଙ୍କ ରହିବା ବ୍ୟବସ୍ଥା ହୋଇଥିବା କୁହାଯାଇଛି।

 – ଏଥିନିମନ୍ତେ ଭାରତୀୟ ଛାତ୍ରଙ୍କ ନିକଟରେ ଟଙ୍କା ନ ଥିଲେ ସେଠାକାର ଦୂତାବାସ ପକ୍ଷରୁ ଏହାର ବ୍ୟବସ୍ଥା କରାଯିବ । କିଭ୍‌ରେ ଥିବା ଭାରତୀୟ ଦୂତାବାସକୁ ବନ୍ଦ କରି ଦିଆଯାଇଛି। ସେଠାରେ ଆଉ କୌଣସି ଭାରତୀୟ ନ ଥିବା ସୁନିଶ୍ଚିତ କରାଯିବା ପରେ ଏହାକୁ ବନ୍ଦ କରାଯାଇଛି ।

 –ମିଶନ ଗଙ୍ଗା ଯୋଜନାରେ ଭାରତୀୟଙ୍କୁ ସ୍ୱଦେଶ ଫେରାଇବା ପ୍ରକିୟାକୁ ଜୋରଦାର କରାଯାଇଛି। ୨୬ ଫେବୃୟାରୀରୁ ଭାରତୀୟଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୮ ମାର୍ଚ୍ଚ ସୁଦ୍ଧା ଭାରତୀୟଙ୍କୁ ଆଣିବା ନିମନ୍ତେ ୪୬ଟି ବିମାନ ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରେ ବୁଖାରେଷ୍ଟରୁ ୨୬ ବିମାନ, ବୁଡାପେଷ୍ଟରୁ ୧୦, Rzeszowରୁ ୬ ଓ Kociseରୁ ଗୋଟିଏ ବିମାନ ଉଦ୍ଧାର ହୋଇଥିବା ଭାରତୀୟଙ୍କୁ ଧରି ଫେରିବ ।

 – ୟୁକ୍ରେନରୁ ଆସୁଥିବା ଭାରତୀୟ ରୋମାନିଆରୁ ବିମାନ ଧରିଲେ ସେମାନଙ୍କୁ କୌଣସି ପ୍ରକାର ଭିସା ଆବଶ୍ୟକ ନାହିଁ ବୋଲି ସେଠାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି।

ମାନବୀୟ ଦୃଷ୍ଟିକୋଣରୁ ଭାରତ ପକ୍ଷରୁ ୟୁକ୍ରେନକୁ ସହାୟତାର ହାତ ବଢ଼ାଯାଇଛି । ପ୍ରଥମ ପର୍ଯ୍ୟାୟରେ ଗତକାଲି ପୋଲାଣ୍ଡ ରାସ୍ତା ଦେଶ ୟୁକ୍ରେନକୁ ମେଡିସିନ ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ପଠାଯାଇଛି। ଏହାପରେ ଅନ୍ୟ ଏକ ପର୍ଯ୍ୟାୟରେ ଆଜି ବି ଆବଶ୍ୟକ ସାମଗ୍ରୀ ୟୁକ୍ରେନ ପଠାଯିବ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଯୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ର ତଥା ଅନ୍ୟ ଭାରତୀୟଙ୍କ ପାଇଁ ୨ଟି ହେଲ୍ପଲାଇନ୍‌ ଜାରି ହୋଇଛି। ଏହି ୨ଟି ନମ୍ବର ହେଉଛି 9173572-00001 ଓ 9198154-25173 । ପରିଜନଙ୍କ ସମ୍ପର୍କରେ ଜାଣିବା ପାଇଁ ସେମାନଙ୍କ ପରିବାର ସଦସ୍ୟ ଏହି ନମ୍ବରରେ ଫୋନ୍‌ କରିପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ  ସୋମ ପ୍ରକାଶ କହିଛନ୍ତି।

The post ଆଡଭାଇଜରି ଜାରି କଲେ କେନ୍ଦ୍ର ସରକାର-ବର୍ଡରରେ ମୁତୟନ ଅଛନ୍ତି ଅଧିକାରୀ, ଭାରତୀୟଙ୍କୁ ମିଳିବ ସବୁ ସହାୟତା appeared first on Odisha Reporter.



from Odisha Reporter https://ift.tt/cjVpQ8y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages