ବାପାମା’ଙ୍କ ଆଖିରୁ ଲୁହ ଶୁଖୁନି, ପୁଅ କହିଲା- ପ୍ରତିଟି ଭାରତୀୟ ଛାତ୍ରଙ୍କୁ ଉଦ୍ଧାର ନ କରିବା ପର୍ଯ୍ୟନ୍ତ ଫେରିବିନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 5, 2022

ବାପାମା’ଙ୍କ ଆଖିରୁ ଲୁହ ଶୁଖୁନି, ପୁଅ କହିଲା- ପ୍ରତିଟି ଭାରତୀୟ ଛାତ୍ରଙ୍କୁ ଉଦ୍ଧାର ନ କରିବା ପର୍ଯ୍ୟନ୍ତ ଫେରିବିନି

କିଭ୍‌: ରୁଷର ଘନ ଘନ ଆକ୍ରମଣରେ ଛାରଖାର ହୋଇଗଲାଣି ୟୁକ୍ରେନ। ନିମିଷେକ ମଧ୍ୟରେ ନିଶ୍ଚିହ୍ନ ହୋଇଯାଉଛି ଧନଜୀବନ। ଏପରି ସ୍ଥିତିରେ ୟୁକ୍ରେନ ମୂଳ ବାସିନ୍ଦାଙ୍କ ସମେତ ସେଠାରେ ଥିବା ଅନ୍ୟ ଦେଶ ନାଗରିକ ପ୍ରାଣ ବିକଳରେ ସୀମା ଡେଇଁ ଜୀବନ ବଞ୍ଚାଇବାକୁ ଲାଗିଛନ୍ତି। ଏପରିକି ଏଥିପାଇଁ ରାତି ରାତି ମାଇଲ ମାଇଲ ବାଟ କି ଚାଲୁଛନ୍ତି। ହେଲେ ଏଥିରେ ବ୍ୟତିକ୍ରମ ସାଜିଛନ୍ତି ଡ. ପୃଥ୍ୱୀରାଜ ଘୋଷ । ପଶ୍ଚିମବଙ୍ଗର ମୂଳ ବାସିନ୍ଦା ପୃଥ୍ୱୀରାଜ ୟୁକ୍ରେନରେ ଡକ୍ଟର ଭାବେ କାମ କରୁଥିବା ବେଳେ ଛାତ୍ର ସଂଘ ପରାମର୍ଶଦାତା ଭାବେ ମଧ୍ୟ କାମ କରୁଛନ୍ତି ।

ୟୁକ୍ରେନରେ ଯୁଦ୍ଧ ପରିସ୍ଥିତି ଦିନକୁ ଦିନ ଅଧିକ ଜଟିଳ ହେଉଥିବା ବେଳେ ହଜାର ହଜାର ଭାରତୀୟ ଡାକ୍ତରୀ ଛାତ୍ର ୟୁକ୍ରେନ ଛାଡ଼ି ଭାରତ ମୁହାଁ ହେଉଛନ୍ତି । ହେଲେ ଏପରି ସ୍ଥିତିରେ ୟୁକ୍ରେନ ନ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ପୃଥ୍ୱୀରାଜ । ପୁଅର ଫେରିବା ବାଟକୁ ବାପାମା’ ଅନାଇ ବସିଥିବା ବେଳେ  ୟୁକ୍ରେନରେ ଥିବା ଭାରତର ପ୍ରତିଟି ଛାତ୍ର ସୁରକ୍ଷିତ ଭାବେ ୟୁଦ୍ଧଗ୍ରସ୍ତ ଅଞ୍ଚଳରୁ ନ ମୁକୁଳିବା ପର୍ଯ୍ୟନ୍ତ ସେ ସେଠାରେ ରହି ଏହାର ତଦାରଖ କରିବେ ବୋଲି କହିଛନ୍ତି ।

ଏନେଇ ପୃଥ୍ୱୀରାଜ କହିଛନ୍ତି, ଏଯାବତ ମୁଁ ମୋର ୩୫୦ରୁ ଅଧିକ ଛାତ୍ରଙ୍କୁ ସୁରକ୍ଷିତ ଭାବେ ୟୁକ୍ରେନରୁ ଉଦ୍ଧାର କରି ସାରିଲିଣି। ଏପରିକି ଅନ୍ୟ ସଂଯୋଜକ ୟୁକ୍ରେନ ଛାଡ଼ି ପଳାଇଥିବା ବେଳେ ସେମାନେ ମଧ୍ୟ ନିଜ ନିଜ ଛାତ୍ରଙ୍କୁ ଉଦ୍ଧାର ନିମନ୍ତେ ମୋତେ ଅନୁରୋଧ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ସୁମିରେ ଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ମୁଁ ଚେଷ୍ଟା ଚଳାଇଛନ୍ତି। ତେଣୁ ଏପରି ସ୍ଥିତିରେ ଏତେ ସବୁ ନିରୀହ ଛାତ୍ରଙ୍କୁ ବିପଦ ମୁହଁରେ ଛାଡ଼ି ଦେଇ ମୁଁ ସୁରକ୍ଷିତ ଭାବେ ଏଠାରୁ ଚାଲି ଯାଇ ପାରିବି ନାହିଁ।

ପୁଅର ଫେରିବା ବାଟକୁ ଅନାଇ ବସିଥିବା ପୃଥ୍ୱୀରାଜଙ୍କ ବାପାମା’ ପ୍ରତିଦିନ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି।  ଏନେଇ ସେ କହିଛନ୍ତି, ମୋ ବାପାମା’ ବହୁତ ଚିନ୍ତିତ ରହୁଛନ୍ତି । ହେଲେ  ଭାରତର ସବୁ ଛାତ୍ର ୟୁକ୍ରେନ ନ ଛାଡ଼ିବା ପର୍ଯ୍ୟନ୍ତ ମୁଁ ଏଠାରୁ ଯାଇ ପାରିବି ନାହିଁ ବୋଲି ସେମାନଙ୍କୁ ବୁଝାଇ ଦେଇଛି।

୨୦୧୩-୧୪ ମସିହାରେ ମଧ୍ୟ ମୁଁ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଥିଲି। ସେତେବେଳେ ମୁଁ ବେଶ୍‌ ଛୋଟ ଥିଲି। ହେଲେ ଏବେ ଅଭିଜ୍ଞ ହୋଇଗଲିଣି। ତେଣୁ  ଏପରି ସ୍ଥିତିର ମୁକାବିଲା କରି ପାରିବି ବୋଲି କହିଛନ୍ତି ପୃଥ୍ୱୀରାଜ ।

The post ବାପାମା’ଙ୍କ ଆଖିରୁ ଲୁହ ଶୁଖୁନି, ପୁଅ କହିଲା- ପ୍ରତିଟି ଭାରତୀୟ ଛାତ୍ରଙ୍କୁ ଉଦ୍ଧାର ନ କରିବା ପର୍ଯ୍ୟନ୍ତ ଫେରିବିନି appeared first on Odisha Reporter.



from Odisha Reporter https://ift.tt/HdXc8Om

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages