ପୁଅକୁ ଦେଖିବାକୁ ଅନାଇ ରହିଛନ୍ତି ପରିବାର ଲୋକ; ମେଡିକାଲକୁ ଦାନ କରିବେ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 20, 2022

ପୁଅକୁ ଦେଖିବାକୁ ଅନାଇ ରହିଛନ୍ତି ପରିବାର ଲୋକ; ମେଡିକାଲକୁ ଦାନ କରିବେ ମୃତଦେହ

ବାଙ୍ଗାଲୁର: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନର ଖାରକିଭ୍‌ରେ ବୋମାମାଡ଼ରେ ପ୍ରାଣ ହରାଇଥିବା ଭାରତୀୟ ଡାକ୍ତରୀ ଛାତ୍ର ନବୀନ ଶେଖରପ୍ପ୍ପାଙ୍କ ମୃତଦେହ ଆଜି ସକାଳେ ଭାରତରେ ପହଞ୍ଚିଛି । ମୃତ୍ୟୁର ଦୀର୍ଘ ୨୦ ଦିନ ପରେ ଭାରତ ଫେରିଛି  ନବୀନଙ୍କ ମୃତଦେହ ।  ଶେଷ ଥର ପାଇଁ ପୁଅକୁ ଦେଖିପାରିବୁ ବୋଲି କୋହଭରା କଣ୍ଠରେ କହିଛନ୍ତି ପରିବାର ଲୋକ ।  ଜନସମାଜର କଲ୍ୟାଣ ନିମନ୍ତେ ଅନ୍ତିମ ସଂସ୍କାର  ପରିବର୍ତ୍ତେ ପୁଅ ମୃତଦେହକୁ କର୍ଣ୍ଣାଟକ ମେଡିକାଲକୁ ହସ୍ତାନ୍ତର କରିବା ଲାଗି ନିଷ୍ପତ୍ତି ନେଇଛନ୍ତି  ପରିବାର ଲୋକ ।

ଦୁର୍ଭାଗ୍ୟବଶଃତ ୟୁକ୍ରେନ ଯୁଦ୍ଧରେ ଗତ ୧ ତାରିଖରେ ପ୍ରାଣ ହରାଇଥିଲେ ୨୧ ବର୍ଷୀୟ  ଭାରତୀୟ ଡାକ୍ତରୀ ଛାତ୍ର ନବୀନ ଶେଖରପ୍ପା । ନବୀନଙ୍କ ପାର୍ଥୀବ ଶରୀର ଭାରତ ଫେରାଇ ଆଣିବା ଲାଗି ଦୀର୍ଘ ଦିନ ହେଲା କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଥିଲା। ନବୀନଙ୍କ ପାର୍ଥୀବ ଶରୀରକୁ ନେଇ ଏକ ସ୍ୱତନ୍ତ୍ର ବିମାନ ଆଜି ଭୋର ୩ଟାରେ ବାଙ୍ଗାଲୁର ଏୟାରପୋର୍ଟରେ ପହଞ୍ଚିଥିଲା। ସେଠାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ପାର୍ଥୀବ ଶରୀରରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହାପରେ   ଏକ ସୁସଜ୍ଜିତ ଗାଡ଼ିରେ ନବୀନଙ୍କ ମୃତଦେହ ତାଙ୍କ ପୈତୃକ ଗ୍ରାମ ଅଭିମୁଖେ ଯାଇଛି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁ ପୁଅକୁ ଶେଷଥର ପାଇଁ ଦେଖିବା ଇଚ୍ଛା ପୂରଣ ହେବ ।  ହେଲେ ତା’ର ମୃତଦେହକୁ ସତ୍କାର କରିବା ପରିବର୍ତ୍ତେ ପୂଜା କରାଯାଇ   ଦାଭନଗିରିସ୍ଥିତ ଏସ୍‌ ଏସ୍‌ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଓ ରିସର୍ଚ୍ଚ ସେଣ୍ଟରକୁ ଦାନ କରାଯିବ ବୋଲି କହିଛନ୍ତି ତାଙ୍କ ପିତା । ଏନେଇ ସେ କହିଛନ୍ତି, ଚିକିତ୍ସା କ୍ଷେତ୍ରରେ ମୋ ପୁଅ କିଛି କରିବାକୁ ଚାହୁଁଥିଲା। ହେଲେ ଭାଗ୍ୟ ସାଥ୍‌ ଦେଲାନି । ତେଣୁ ତା’ ଶରୀରର ଉପଯୋଗ ମେଡିକାଲ ଛାତ୍ରଙ୍କ ପଢ଼ିବାରେ ନିୟୋଜିତ ହେଉ ବୋଲି ଆମେ ନିଷ୍ପତ୍ତି ନେଇଛୁ। ତେଣୁ ମେଡିକାଲ ରିସର୍ଚ୍ଚ ସେଣ୍ଟରକୁ ପୁଅ ମୃତଦେହ ଦାନ କରିବାକୁ ନିଷ୍ପତ୍ତି ନେଇଛୁ।

ନବୀନ ଶେଖରପ୍ପା (ଫାଇଲ ଫଟୋ) ।

 

ନବୀନଙ୍କ ଘର କର୍ଣ୍ଣାଟକର ହାବେରି ଅଞ୍ଚଳରେ। ସେ ଖାରକିଭସ୍ଥିତ ଏକ ମେଡିକାଲ କଲେଜର ଶେଷ ବର୍ଷ ଛାତ୍ର ଥିଲେ।  ଗତ ୧ ତାରିଖ ସକାଳେ ରୁଷିଆ ତରଫରୁ ଖାରକିଭ ଉପରେ ପ୍ରବଳ ବୋମାମାଡ଼ ହେଉଥିଲା। ଏହି ସମୟରେ ସେ   ସଉଦା କିଣିବାକୁ ବାହାରକୁ ଯାଇଥିଲେ। ଖାରକିଭର ଗଭର୍ଣ୍ଣର ହାଉସ ନିକଟରେ ଥିବା ସୁପର ମାର୍କେଟରେ ନବୀନ ଲାଇନରେ ଛିଡ଼ା ହୋଇଥିବା ବେଳେ ହଠାତ୍‌ ବୋମା ମାଡ଼ରେ ତାଙ୍କ ଜୀବନ ଯାଇଥିଲା। ଏନେଇ ନବୀନଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଇଥିଲା। ସେବେଠୁ ପୁଅର ମୃତଦେହ ଫେରିବା ବାଟକୁ ଅପେକ୍ଷା କରି ରହିଥିଲେ ପରିବାର ଲୋକ । ।

The post ପୁଅକୁ ଦେଖିବାକୁ ଅନାଇ ରହିଛନ୍ତି ପରିବାର ଲୋକ; ମେଡିକାଲକୁ ଦାନ କରିବେ ମୃତଦେହ appeared first on Odisha Reporter.



from Odisha Reporter https://ift.tt/Gw7mMt8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages