ପୁଅର ମୃତଦେହକୁ କାନ୍ଧରେ ବୋହି ଦେଢ଼ କି.ମି. ଚାଲିଲା ବାପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 20, 2022

ପୁଅର ମୃତଦେହକୁ କାନ୍ଧରେ ବୋହି ଦେଢ଼ କି.ମି. ଚାଲିଲା ବାପା

କଲ୍ୟାଣସିଂହପୁର (ଓଡ଼ିଶା ରିପୋର୍ଟର): ଡାକ୍ତରଖାନାରେ ଆଖି ବୁଜିଲା ପୁଅ। ହେଲେ ମୃତଦେହକୁ  ଘରକୁ ନେବା ପାଇଁ ମିଳିଲାନି ମହାପ୍ରୟାଣ ଗାଡ଼ି। ନିରୁପାୟ ହୋଇ ଡାକ୍ତରଖାନାରୁ ପୁଅର ମୃତଦେହକୁ ଦେଢ଼ କିଲୋମିଟର କାନ୍ଧରେ ବୋହି ଘରକୁ ଆଣିଲା ବାପା। ଏଭଳି ହୃଦୟବିଦାରକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାରେ।

ମିଳିଥିବା ସୂଚନା ଅନୁସାରେ, ରାୟଗଡ଼ା ସଦର ମହକୁମା ହରିଜନ ସାହିର ସୁରଧର ବେନିଆଙ୍କ ୯ବର୍ଷର ପୁଅ ଆକାଶଙ୍କ ଗତକାଲି ଅସୁସ୍ଥ ହୋଇପଡ଼ିଥିଲା। ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଆକାଶଙ୍କୁ ମୃତ ଘୋଷଣା କରିଥିଲେ।

ପୁଅର ମୃତଦେହକୁ ଘରକୁ ଆଣିବା ପାଇଁ ଡାକ୍ତରଖାନା ପକ୍ଷରୁ ମହାପ୍ରୟାଣ ଗାଡ଼ି ମିଳି ନଥିଲା। ଗାଡ଼ି ଭଡ଼ା କରି ମୃତଦେହ ଆଣିବା ପାଇଁ ସୁରଧରଙ୍କ ପାଖରେ ଆର୍ଥିକ ସମ୍ବଳ ମଧ୍ୟ ନଥିଲା। ଶେଷରେ ପୁଅର ମୃତଦେହକୁ ବାପା ଦେଢ଼ କିଲୋମିଟର  କାନ୍ଧରେ ବୋହି ଘରକୁ ଆଣିଥିଲେ। ପଛରେ ମା’ ଓ ପରିବାର ଲୋକେ କାନ୍ଦିକାନ୍ଦି ଚାଲିଥିଲେ। ଏନେଇ ପରିବାର ଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ରାୟଗଡ଼ା ଜିଲ୍ଲାପାଳ ସରୋଜ ମିଶ୍ର କହିଛନ୍ତି, ମୃତଦେହ ନେବା ପାଇଁ ଡାକ୍ତରଖାନାରେ ପର୍ଯ୍ୟାପ୍ତ ସଂଖ୍ୟାରେ ଗାଡ଼ି ରହିଛି। କ’ଣ ପାଇଁ ଏପରି ଘଟଣା ଘଟିଲା ତଦନ୍ତ କରାଯିବ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।  ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

 

The post ପୁଅର ମୃତଦେହକୁ କାନ୍ଧରେ ବୋହି ଦେଢ଼ କି.ମି. ଚାଲିଲା ବାପା appeared first on Odisha Reporter.



from Odisha Reporter https://ift.tt/VKtLUwc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages