କଟକ(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନରାଜ କାଠଯୋଡିରେ ବୁଡି ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ନାଁ ଦୀପେଶ ପଟ୍ଟନାୟକ। ତାଙ୍କ ଘର ରାଉରକେଲାରେ। ଦୀପେଶ କଟକ ସିଡିଏସ୍ଥିତ ଏକ ଘରୋଇ କଲେଜରେ ପାଠ ପଢୁଥିଲେ।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଦୀପେଶ ତିନି ଜଣ ସାଙ୍ଗଙ୍କ ସହ କଟକ ନରାଜ ବଙ୍ଗଳା ନିକଟରେ ଗାଧୋଉ ଥିଲେ। ଏହି ସମୟରେ ଅସାବଧାନତା କାରଣରୁ ଭାସି ଯାଇଥିଲେ। ଏନଡିଆରଏଫ ଟିମ୍, ଫେଜ ଟୁ ଥାନା ପୁଲିସ ଓ ସିଡିଏ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଦିପେଶଙ୍କ ତିନି ଜଣ ସାଙ୍ଗକୁ ଉଦ୍ଧାର କରିଥିଲେ। ହେଲେ ଦିପେଶ ନିଖୋଜ ହୋଇଯାଇଥିଲେ। ବହୁତ ଖୋଜାଖୋଜି କରିବା ପରେ ଦିପେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
The post କାଠଯୋଡିରେ ବୁଡ଼ିଗଲେ ଛାତ୍ର appeared first on Odisha Reporter.
from Odisha Reporter https://ift.tt/lWdRQj5
No comments:
Post a Comment