ରାଜଭବନକୁ ମମତାଙ୍କୁ ଡାକିଲେ ରାଜ୍ୟପାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 29, 2022

ରାଜଭବନକୁ ମମତାଙ୍କୁ ଡାକିଲେ ରାଜ୍ୟପାଳ

କୋଲକାତା: ପଶ୍ଚିମବଙ୍ଗର ବୀରଭୂମରେ ଘଟିଥିବା ହିଂସାକାଣ୍ଡକୁ ନେଇ ରାଜ୍ୟପାଳ ଜଗଦୀପ ଧନଖଡ଼ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ରାଜ୍ୟପାଳ ଜଗଦୀପ ଧନଖଡ଼ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠ ଲେଖିଛନ୍ତି। ରାଜ୍ୟପାଳଙ୍କ ବାଷଭବନରେ ଏହି ଆଲୋଚନା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟପାଳ ତାଙ୍କ ଚିଠିରେ ହିଂସାକାଣ୍ଡକୁ ତୀବ୍ର ନିନ୍ଦା କରିବା ସହ ଘଟଣା ଚିନ୍ତାଜନକ ବୋଲି କହିଛନ୍ତି। ତେଣୁ ତୁରନ୍ତ ସମୟ ବାହାର କରି ଏ ସମ୍ପର୍କରେ ଆଲୋଚନା କରିବାକୁ ସେ ନିବେଦନ କରିଛନ୍ତି ।

ସେ କହିଛନ୍ତି ଯେ, ନିକଟରେ ରାଜ୍ୟରେ ଘଟିଥିବା ଭୟଙ୍କର ହିଂସାକାଣ୍ଡ ଓ ପୋଡ଼ା ଜଳା ବ୍ୟାପକ ଅରାଜକତାକୁ ଦର୍ଶାଉଛି। ରାଜ୍ୟର ଦୁର୍ବଳ ଶାସନ ଆଇନ୍ ଶୃଙ୍ଖଳାକୁ ବିଗାଡ଼ି ଦେଇଛି। ତେଣୁ ରାଜଭବନରେ ଏହି  ପ୍ରସଙ୍ଗରେ ଆଲୋଚନା ଜରୁରୀ ବୋଲି ରାଜ୍ୟପାଳ କହିଛନ୍ତି ।  ଅନ୍ୟପଟେ ମମତା ବାନାର୍ଜୀ ଏବେ ଦାର୍ଜିଲିଂ ଗସ୍ତରେ ଅଛନ୍ତି। ତେବେ ଘଟଣାରେ ତଦନ୍ତ କରୁଥିବା କେନ୍ଦ୍ରୀୟ ସଂସ୍ଥା ସିବିଆଇକୁ ରାଜ୍ୟ ସରକାର ସମସ୍ତ ସହଯୋଗ କରିବେ ବୋଲି ମମତା ବାନାର୍ଜୀ କହିଛନ୍ତି । କିନ୍ତୁ ଯଦି ସିବିଆଇ ବିଜେପିର ଇସାରାରେ କିଛି କରେ ତେବେ ଏହାକୁ ବିରୋଧ କରିବା ପାଇଁ ଦଳ ରାଜରାସ୍ତାକୁ ଓଲ୍ହାଇବ ବୋଲି ସେ ଚେତାବନୀ ଦେଇଛନ୍ତି ।

କଲିତା ହାଇକୋର୍ଟ ବୀରଭୂମ ହତ୍ୟା ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଛନ୍ତି। ଏପ୍ରିଲ ୭ ତାରିଖ ସୁଦ୍ଧା ଏହାର ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଅନୁସନ୍ଧାନ କରୁଥିବା ସିବିଆଇ ଟିମ୍‌ର ସୁରକ୍ଷା ପାଇଁ ୩୫ ଜଣ ସିଆର୍‌ପିଏଫ୍‌ ଯବାନଙ୍କ ଏକ ଟିମ୍ ନିୟୋଜିତ କରାଯାଇଛି। ଘଟଣା ପରଠାରୁ ଦିନରାତି ପୁଲିସ ପାଟ୍ରୋଲିଂ ବ୍ୟତୀତ ବଗଟୁଇ ଗାଁରେ ୫୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଛି। ସିବିଆଇ ଟିମ୍ ବଗଟୁଇ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ କେତେକ ଟିଏମ୍‌ସି ନେତାଙ୍କୁ ଜେରା ହୋଇଛି।

The post ରାଜଭବନକୁ ମମତାଙ୍କୁ ଡାକିଲେ ରାଜ୍ୟପାଳ appeared first on Odisha Reporter.



from Odisha Reporter https://ift.tt/jLlSczK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages