ଜାତିସଂଘରେ ରୁଷ ବିରୋଧୀ ପ୍ରସ୍ତାବ ପାସ୍‌, ପୁଣି ଭୋଟ ଦାନରୁ ଦୂରେଇ ରହିଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 2, 2022

ଜାତିସଂଘରେ ରୁଷ ବିରୋଧୀ ପ୍ରସ୍ତାବ ପାସ୍‌, ପୁଣି ଭୋଟ ଦାନରୁ ଦୂରେଇ ରହିଲା ଭାରତ

ମିଳିତ ଜାତିସଂଘ: ୟୁକ୍ରେନରେ ରୁଷ ଚଳାଇଥିବା ଦମନଲୀଳା ବିରୋଧରେ ଆଗତ ଗୋଟିଏ ପ୍ରସ୍ତାବ ଜାତିସଂଘର ସାଧାରଣ ମହାସଭାରେ ପାରିତ ହୋଇଛି। ଏ ପ୍ରସ୍ତାବରେ ରୁଷର ପଦକ୍ଷେପକୁ ନିନ୍ଦା କରାଯାଇଛି। ସେହିପରି ରୁଷ ସୈନ୍ୟ ତୁରନ୍ତ ୟୁକ୍ରେନ ଛାଡ଼ନ୍ତୁ ବୋଲି ପାରିତ ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି।

କିନ୍ତୁ ଏହି ନିନ୍ଦା ପ୍ରସ୍ତାବ ଉପରେ ହୋଇଥିବା ଭୋଟିଂରୁ ଭାରତ ପୁଣିଥରେ ନିଜକୁ ଦୂରେଇ ରଖିଛି। ଭାରତ ସମେତ ପାକିସ୍ତାନ, ଚାଇନା ଭଳି ୩୫ଟି ଦେଶ ପ୍ରସ୍ତାବ ଉପରେ ଭୋଟ ଦେଇ ନାହାନ୍ତି। ସେହିପରି ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ସାଧାରଣ ମହାସଭାର ୧୪୧ଟି ଦେଶ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବା ବେଳେ ରୁଷ ସମେତ ୫ ଦେଶ ଏହା ବିରୋଧରେ ମତ ରଖିଛନ୍ତି। ୧୪୧ ଦେଶ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବାରୁ ଏହା ପାରିତ ହୋଇଛି।

ୟୁକ୍ରେନରେ ରୁଷ ଆକ୍ରମଣ କରୁଥିବାରୁ ବିଭିନ୍ନ ରାଷ୍ଟ୍ର ଏହାକୁ ବିରୋଧ କରି ଆସୁଛନ୍ତି। ଏଥିପାଇଁ ଜାତିସଂଘର ବିଭିନ୍ନ ଫୋରମରେ ନିନ୍ଦା ପ୍ରସ୍ତାବ ମଧ୍ୟ ଆଗତ କରାଯାଉଛି। ହେଲେ ଭାରତ ସବୁବେଳେ ନିଜକୁ ପ୍ରସ୍ତାବ ଠାରୁ ଦୂରେଇ ରଖୁଛି। ପୂର୍ବରୁ ଭାରତ ଜାତିସଂଘ ସୁରକ୍ଷା ପରିଷଦ ଓ ଜାତିସଂଘର ମାନବାଧିକାର ପରିଷଦରେ ଆଗତ ରୁଷ ବିରୋଧୀ ପ୍ରସ୍ତାବର ଭୋଟଦାନ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଥିଲା।

ଏବେ ଜାତିସଂଘ ସାଧାରଣ ମହାସଭାରେ ମଧ୍ୟ ସମାନ ନୀତି ଆପଣାଇଛି। ଏହି ପ୍ରସ୍ତାବରେ ୟୁକ୍ରେନ ଉପରେ ରୁଷ କରୁଥିବା ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରାଯାଇଛି। ସେହିପରି ରୁଷର କାର୍ଯ୍ୟକଳାପ ଜାତିସଂଘର ଧାରା ୨୪(୩)ର ଉଲ୍ଲଙ୍ଘନ କରୁଛି ବୋଲି କୁହାଯାଇଛି। ତେଣୁ ରୁଷ ତୁରନ୍ତ ୟୁକ୍ରେନରରୁ ସେନା ପ୍ରତ୍ୟାହାର କରୁ ଓ ଭବିଷ୍ୟତରେ ଜାତିସଂଘର କୌଣସି ସଦସ୍ୟ ରାଷ୍ଟ୍ର ଉପରେ ଆକ୍ରମଣ ନ କରୁ ବୋଲି ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି।

ଏହି ପ୍ରସ୍ତାବ ପାରିତ ହୋଇଥିଲେ ମଧ୍ୟ ଏହାକୁ ମାନିବା ପାଇଁ କୌଣସି ରାଷ୍ଟ୍ର ବାଧ୍ୟ ନୁହନ୍ତି। କେବଳ ରୁଷ ଉପରେ ଚାପ ପକାଇବାକୁ ଏପରି ଏକ ପ୍ରସ୍ତାବ ପାରିତ ହୋଇଛି।

ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶ ଭୋଟ ଦାନରୁ ଦୂରେଇ ରହିଥିଲେ ମଧ୍ୟ ଭୁଟାନ, ମାଳଦ୍ୱୀପ ଓ ଆଫଗାନିସ୍ତାନ ଭଳି ଦେଶ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଛନ୍ତି। ରୁଷ ସପକ୍ଷରେ କେବଳ ବେଲାରୁଷ, ସିରିୟା, ଉତ୍ତର କୋରିଆ ଓ ଇରିଟ୍ରେଆ ଭୋଟ କରିଛନ୍ତି। ଭାରତ ଭୋଟ ଦାନରୁ ବିରତ ରହିଥିଲେ ମଧ୍ୟ ୟୁକ୍ରେନ ଓ ରୁଷକୁ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ପରାମର୍ଶ ଦେଇଛି। ସେହିପରି ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଉଭୟ ୟୁକ୍ରେନ ଓ ରୁଷକୁ ଅନୁରୋଧ କରିଛି।

The post ଜାତିସଂଘରେ ରୁଷ ବିରୋଧୀ ପ୍ରସ୍ତାବ ପାସ୍‌, ପୁଣି ଭୋଟ ଦାନରୁ ଦୂରେଇ ରହିଲା ଭାରତ appeared first on Odisha Reporter.



from Odisha Reporter https://ift.tt/erkNZ6F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages