ଛାତ୍ରଛାତ୍ରୀଙ୍କ ଗୁହାରୀ- ବଙ୍କର ଭିତରେ ବଞ୍ଚି ହେଉନି, ଆମକୁ ରୁଷ ସୀମା ଦେଇ ଉଦ୍ଧାର କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 1, 2022

ଛାତ୍ରଛାତ୍ରୀଙ୍କ ଗୁହାରୀ- ବଙ୍କର ଭିତରେ ବଞ୍ଚି ହେଉନି, ଆମକୁ ରୁଷ ସୀମା ଦେଇ ଉଦ୍ଧାର କର

କିଭ୍‌: ଚାରିଆଡ଼େ ଗୋଳା ବାରୁଦ ଶବ୍ଦ । ରାସ୍ତାରେ ଲୋକେ ହତିଆର ଧରି ପଇଁତରା ମାରୁଛନ୍ତି। ଜୀବନ ବିକଳରେ କଲେଜରେ ଥିବା ବଙ୍କରରେ ଲୁଚିଛୁ। ରାତିରେ ହାଡ଼ଭଙ୍ଗା ଶୀତ। ଖାଦ୍ୟପାନୀୟ ବି ସରି ସରି ଆସିଲାଣି। ୟୁକ୍ରେନର ପଶ୍ଚିମ ସୀମା ପର୍ଯ୍ୟନ୍ତ ଯାତ୍ରା କରିବା ଆମ ପାଇଁ ଏକ ପ୍ରକାର ଅସମ୍ଭବ ତଥା ଖୁବ୍‌ ବିପଦପୂର୍ଣ୍ଣ। ଏକମାତ୍ର ବିକଳ୍ପ ବାଟ ହେଉଛି ରୁଷ ସୀମା। ତେଣୁ ମସ୍କୋସ୍ଥିତ ଭାରତୀୟ ଦୂତାବାସ ଆମକୁ ରୁଷ ଦେଇ ଭାରତ ପଠାଇବା ନିମନ୍ତେ ବ୍ୟବସ୍ଥା କରୁ। ଏପରି ଆକୁଳ ନିବେଦନ କରିଛନ୍ତି ୟୁକ୍ରେନର ସୁମୀ ସହରରେ ଫସି ରହିଥିବା ୫ଶହରୁ ଅଧିକ ଛାତ୍ରଛାତ୍ରୀ।

ଅପରେସନ ଗଙ୍ଗା ଜରିଆରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି। ତେଣୁ ସମସ୍ତ ଭାରତୀୟଙ୍କୁ ପଶ୍ଚିମ ୟୁକ୍ରେନ ସୀମାରେ ପହଞ୍ଚିବାକୁ ଅପିଲ କରାଯାଉଛି। ହେଲେ ସୁମୀରେ ଫସିଥିବା ଛାତ୍ରଛାତ୍ରୀ ସେଠାକୁ ସଡ଼କ ପଥରେ ଯିବାକୁ ସୁରକ୍ଷିତ ମଣୁ ନାହାନ୍ତି। ଏହି  ଛାତ୍ରଛାତ୍ରୀ ସୁମୀ ମେଡିକାଲ କଲେଜରେ ପଢ଼ୁଥିବା ବେଳେ ରୁଷ ସୀମାରୁ ମାତ୍ର ୨ ଘଣ୍ଟା ଦୂରରେ ଅବସ୍ଥିତ ଏହି କଲେଜ । ତେଣୁ ରୁଷ ସୀମା ଦେଇ ସେମାନଙ୍କୁ ଭାରତ ପଠାଇବା ନିମନ୍ତେ ବ୍ୟବସ୍ଥା କରିବାକୁ ଗୁହାରୀ ଜଣାଇଛନ୍ତି।

ଏନେଇ ୫ ଛାତ୍ରୀ ଏକ ଭିଡିଓ ଜାରି କରି କହିଛନ୍ତି, ଆମକୁ ଖୁବ୍‌ ଶୀଘ୍ର ଏଠାରୁ ଉଦ୍ଧାର କରିବାକୁ ଆମେ ଭାରତୟୀ ଦୂତାବାସକୁ ଅନୁରୋଧ କରୁଛୁ। ସୁମୀ ମେଡିକାଲ କଲେଜର ଶେଷ ବର୍ଷ ଛାତ୍ରୀ ଅଞ୍ଜୁ ତୋଜି କହିଛନ୍ତି, ୟୁକ୍ରେନର ପଶ୍ଚିମ ସୀମା ପର୍ଯ୍ୟନ୍ତ ଯାତ୍ରା କରିବା ଆମ ପାଇଁ ଏକ ପ୍ରକାର ଅସମ୍ଭବ ତଥା ଖୁବ୍‌ ବିପଦପୂର୍ଣ୍ଣ। ଏକମାତ୍ର ବିକଳ୍ପ ବାଟ ହେଉଛି ରୁଷ ସୀମା। ତେଣୁ ମସ୍କୋସ୍ଥିତ ଭାରତୀୟ ଦୂତାବାସ ଆମକୁ ରୁଷ ଦେଇ ଭାରତ ପଠାଇବା ନିମନ୍ତେ ବ୍ୟବସ୍ଥା କରିବାକୁ ଅନୁରୋଧ କରୁଛୁ।  ଏଥିସହ ସେ କହିଛନ୍ତି, ସଡ଼କ ପଥରେ ଯାତ୍ରା ସୁରକ୍ଷିତ ନୁହେଁ। ସୁମୀରେ ରେଳଲାଇନ୍‌ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି। ସୁମୀର କିଭ୍‌ ପର୍ଯ୍ୟନ୍ତ  ସୁଡଙ୍ଗରେ ବାରୁଦ ବିଛାଯାଇଛି ।

ଆଉ ଜଣେ ଛାତ୍ରୀ କହିଛନ୍ତି, ଆମେ କଲେଜରେ ଥିବା ବଙ୍କରରେ ଅସହ୍ୟ ଶୀତରେ ଆମେ ରାତି କାଟୁଛୁ। ଏଠାରେ ପ୍ରତି ମୁହୂର୍ତ୍ତ ଯନ୍ତ୍ରଣାଦାୟକ ହୋଇପଡ଼ୁଛି। ଏଠାରେ ଚାରିଆଡ଼େ କେବଳ ଗୁଳି , ବମ୍‌ ଫୁଟୁଛି। ୟୁକ୍ରେନବାସୀ ବି ହତିଆର ଧରି ରାସ୍ତାରେ ବୁଲୁଛନ୍ତି। ଖାଦ୍ୟ ଓ ପାଣି ସରି ସରି ଆସୁଛି।

ଅପରେସନ ଗଙ୍ଗା ଯୋଜନା ଅଧୀନରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଉଛି। ଏପରିକି ପଶ୍ଚିମ ୟୁକ୍ରେନା ସୀମା ନିକଟବର୍ତ୍ତୀ ଦେଶରୁ ଭାରତୀୟଙ୍କୁ ବିମାନରେ ସ୍ୱଦେଶ ଅଣାଯିବ ।  ଏଥିନିମନ୍ତେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ୨୬ ବିମାନ ଉଡ଼ିବ । ହେଲେ ସୁମୀ କଲେଜରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା କେନ୍ଦ୍ର ସରକାରଙ୍କ ଆଗରେ ଏକ ନୂଆ ଚ୍ୟାଲେଞ୍ଜ ଛିଡ଼ା କରିଛି।

The post ଛାତ୍ରଛାତ୍ରୀଙ୍କ ଗୁହାରୀ- ବଙ୍କର ଭିତରେ ବଞ୍ଚି ହେଉନି, ଆମକୁ ରୁଷ ସୀମା ଦେଇ ଉଦ୍ଧାର କର appeared first on Odisha Reporter.



from Odisha Reporter https://ift.tt/PI4NwR9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages