ପରିସ୍ଥିତି ହାହାକାର: ଲଙ୍କାରେ ଲାଗିଛି ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 31, 2022

ପରିସ୍ଥିତି ହାହାକାର: ଲଙ୍କାରେ ଲାଗିଛି ନିଆଁ

କଲମ୍ବୋ: ଋଣ ଯନ୍ତାରେ ଛନ୍ଦି ହୋଇଥିବା ଶ୍ରୀଲଙ୍କାରେ ଏବେ ପରିସ୍ଥିତି ଅସମ୍ଭାଳ। ଗତ ସପ୍ତାହେ ବ୍ୟାପି ତୀବ୍ର ଆର୍ଥିକ ସଙ୍କଟରେ ଲଙ୍କାବାସୀ କଲବଲ ହେବା ପରେ ଏବେ ସ୍ଥିତି ବିସ୍ଫୋରକ ରୂପ  ଧାରଣ କରିଛି। ଅଶାନ୍ତ ହୋଇପଡ଼ିଛି ରାଜଧାନୀ କଲମ୍ବୋ। ଖାଦ୍ୟ ସଙ୍କଟ ଠାରୁ ବିଭିନ୍ନ  ସମସ୍ୟାରେ ଘାଣ୍ଟି ସନ୍ତୁଳି ହେଉଥିବା ଲୋକେ ଶେଷରେ ରାସ୍ତାକୁ ଉହ୍ଲାଇଛନ୍ତି। ଲୋକେ ଆନ୍ଦୋନ କରିବା ସହ ବିଭିନ୍ନ ସ୍ଥାନରେ ବିକ୍ଷୋଭ, ନାରାବାଜି ଓ ପୋଡ଼ାଜଳା ହୋଇଛି।

ଗୁରୁବାର  ୫୦୦୦ରୁ ଊର୍ଦ୍ଧ୍ୱ ଲୋକେ କଲମ୍ବୋରେ ବିରାଟ ଶୋଭାଯାତ୍ରା କରି ରାଷ୍ଟ୍ରପତିଙ୍କ ବାସଭବନ ଅଭିମୁଖେ ଯାତ୍ରା କରିଥିଲେ। କ୍ରୋଧରେ ଜର୍ଜରିତ ଲୋକେ  ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଥିଲେ। ଆନ୍ଦୋଳନ ବେଳେ ପୁଲିସ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ସଂସଦୀୟ ପୁଲିସ ୟୁନିଟ ଏବଂ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସକୁ ମୁତୟନ କରାଯାଇଛି। ଆନ୍ଦୋଳନ ବେଳେ ୪୫ ଜଣଙ୍କୁ ପୁଲିସ ଗିରଫ କରିଛି।  ସେମାନଙ୍କ ମଧ୍ୟରେ ୪୪ ଜଣ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି। ଧସ୍ତାଧସ୍ତି ବେଳେ ୫ ଜଣ ପୁଲିସ ଅଧିକାରୀ ଆହତ ହୋଇଛନ୍ତି। ଆନ୍ଦୋଳନକାରୀମାନେ ଗୋଟିଏ ପୁଲିସ ବସ୍‌, ପୁଲିସ ଜିପ୍‌, ୨ଟି ମୋଟର ବାଇକ୍‌ ଜାଳି ଦେଇଥିବା ପୁଲିସ କହିଛି। ଶ୍ରୀଲଙ୍କାରା ‌ଖାଦ୍ୟାଭାବର ଘୋର ଅଭାବ ଦେଇଥିବା ବେଳେ ଅତ୍ୟାବଶ୍ୟକ ସମାଗ୍ରୀ ମଧ୍ୟ ମିଳୁ ନାହିଁ। ସପ୍ତାହେ ହେବ ଜାଳେଣି ଗ୍ୟାସ ଓ ତେଲ  ସମସ୍ୟା ଅତି ଜଟିଳ ହୋଇଛି। ଶ୍ରୀଲଙ୍କା ସ୍ୱାଧୀନତା ପରଠାରୁ ଏଭଳି ସଙ୍କଟ କେବେ ଉପୁଜି ନଥିଲା।

ଗୁରୁବାର ଡିଜେଲ ଆଦୌ ମିଳି ନଥିଲା। ଦେଶର ପ୍ରାୟ ୨୨ ଲକ୍ଷ ଲୋକେ ୧୩ ଘଣ୍ଟା ଧରି ଅନ୍ଧାରରେ ରହିଛନ୍ତି। ବିଜୁଳି କାଟ ଯୋଗୁ ଏହାର ଗୁରୁତର ପ୍ରଭାବ ହସପିଟାଲ ଗୁଡ଼ିକରେ ପଡ଼ିଛି। ବିଜୁଳି ନଥିବାରୁ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହୋଇଥିବା ବେଳେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।  ସେହିପରି ମେଡିସିନ୍ ଅଭାବରୁ  ଅସ୍ତ୍ରୋପଚାର ମଧ୍ୟ ବନ୍ଦ ରହିଛି।  ମୋବାଇଲ ଫୋନ୍‌ ଚାର୍ଜ ହୋଇ ପାରୁ ନଥିବାରୁ ଯୋଗାଯୋଗ ବିଛିନ୍ନ ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି ଲୋକେ। ବିଜୁଳି ବଞ୍ଚାଇବା ପାଇଁ ରାସ୍ତାକଡ଼ର ଆଲୁଅ ଲିଭାଇ ଦିଆଯାଇଛି। ପରିସ୍ଥିତି ଉତ୍କଟ ହେବା ପରେ ଗତକାଲି ସନ୍ଧ୍ୟାରେ ଲୋକେ ରାସ୍ତାକୁ ଉହ୍ଲାଇବା ଆରମ୍ଭ କରିଛନ୍ତି। ସେପଟେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସ ଲୋକଙ୍କୁ ଘରକୁ ଫେରିଯିବାକୁ ନିବେଦନ କରିଛନ୍ତି।

The post ପରିସ୍ଥିତି ହାହାକାର: ଲଙ୍କାରେ ଲାଗିଛି ନିଆଁ appeared first on Odisha Reporter.



from Odisha Reporter https://ift.tt/Ff3rzJq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages