ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଉତ୍କଳ ଦିବସ। ସାରା ରାଜ୍ୟ ପାଳୁଛି ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟର ପ୍ରତିଷ୍ଠା ଦିବସ। ୧୯୩୬ ମସିହା ଏପ୍ରିଲ ୧, ଆଜିର ଦିନରେ ଗଠନ ହୋଇଥିଲା ଓଡ଼ିଶା। ଭାରତ ମାନଚିତ୍ରରେ ଆଙ୍କି ହୋଇଥିଲା ଜଗନ୍ନାଥ ସଂସ୍କୃତିର ଏହି ଭୂଇଁ। ଇତି ମଧ୍ୟରେ ଓଡ଼ିଶା ୮୭ ବର୍ଷରେ ପାଦ ଥାପିଛି।
ଓଡ଼ିଆ ଭାଷା ମଧ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇଛି। ଓଡ଼ିଆ ଲୋକେ ନିଜର ପ୍ରତିଭା, ଦକ୍ଷତା, ସାହସ ଦେଶ ତଥା ବିଦେଶରେ ପ୍ରମାଣିତ କରିଛନ୍ତି। ତେଣୁ ଆଜି ପ୍ରତିଟି ଓଡ଼ିଶାବାସୀ କୁହେଁ ମୁଁ ଓଡ଼ିଆ।
ରାଜ୍ୟର ଆଜି ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ପାଳନ କରାଯାଉଛି। ଓଡ଼ିଶା ଗଠନର ବରପୁତ୍ରଙ୍କୁ ମନେ ପକାଉଛନ୍ତି ଓଡ଼ିଶାବାସୀ। ଭୁବନେଶ୍ୱରର ବିଭିନ୍ନ ଅଫିସ୍ ଓ ଛକ ଆଜି ପାଇଁ ଆଲୋକରେ ସଜା ଯାଇଛି। ରାଜଧାନୀ ଯେପରି ଆଜି ନୂତନ ବଧୂ ବେଶରେ ସଜେଇ ହୋଇଛି।
The post ଆଜି ଉତ୍କଳ ଦିବସ, ବଧୂ ବେଶରେ ସଜେଇ ହୋଇଛି ରାଜଧାନୀ appeared first on Odisha Reporter.
from Odisha Reporter https://ift.tt/jLRh1MG
No comments:
Post a Comment