ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ମହଙ୍ଗା ମାଡ। ତୈଳ ଦରରେ ଲାଗୁନି ବ୍ରେକ୍। ଲଗାତାର ଷଷ୍ଠ ଦିନରେ ପଞ୍ଚମ ଥର ପାଇଁ ବଢ଼ିଲା ପେଟ୍ରୋଲ-ଡିଜେଲ ଦର। ପେଟ୍ରୋଲ ଲିଟର ପିଛା ୫୦ ପଇସା ଓ ଡିଜେଲ ଦର ଲିଟର ପିଛା ୫୫ ପଇସାକୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଓଡ଼ିଶାରେ ପେଟ୍ରୋଲ ଲିଟର ପିଛା ଦର ୧୦୫ ଟଙ୍କା ୭୨ ପଇସାରେ ପହଞ୍ଚିଛି ଓ ଡିଜେଲ ୯୫ ଟଙ୍କା ୫୮ ପଇସା ରହିଛି।
ସେହିପରି ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ୯୯ଟଙ୍କା ୧୧ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୦ଟଙ୍କା ୪୨ ପଇସା ଦରରେ ବିକ୍ରି ହେଉଛି। ସେପଟେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୧୧୩ଟଙ୍କା ୮୮ ପଇସାକୁ ବୃଦ୍ଧି ପାଇଛି। ଡିଜେଲ ୯୮ଟଙ୍କା ୧୩ ପଇସା ଦରରେ ବ୍ରିକ୍ରି ହେଉଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୮ଟଙ୍କା ୫୩ ପଇସା ହୋଇଥିବା ବେଳେ ଡିଜେଲ ୯୩ ଟଙ୍କା ୫୭ ପଇସା ହୋଇଛି। ଅନ୍ୟପଟେ ଚେନ୍ନାଇରେ ପେଟ୍ରୋଲ ଲିଟର ୫୭ ପଇସା ବୃଦ୍ଧି ପାଇ ୧୦୫ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ପିଛା ୬୩ ପଇସା ବଢ଼ି ୯୫ ଟଙ୍କା ୧୦ ପଇସାରେ ପହଞ୍ଚିଛି।
ଲଗାତାର ୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି। ଫଳରେ ପାଞ୍ଚ ଦିନରେ ଲିଟରପିଛା ଡିଜେଲ ଓ ପେଟ୍ରୋଲ ଦର ୩ ଟଙ୍କା ୭୦ ପଇସା ପର୍ଯ୍ୟନ୍ତ ମହଙ୍ଗା ହୋଇଛି।
ଦେଶରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ପେଟ୍ରୋଲ ଓ ଡିଜେଲ ମୂଲ୍ୟ କିଛି ସମୟ ସ୍ଥିର ରଖା ଯାଇଥିଲା। ରାଜ୍ୟମାନଙ୍କରେ ନୂଆ ସରକାର ଗଠନ ସହ ପୁଣି ତୈଳ ଦର ମହଙ୍ଗା ହେବ ବୋଲି ବିରୋଧୀ ଦଳମାନେ କରିଥିବା ପୂର୍ବାନୁମାନ ଏବେ ସତ ହୋଇଛି। ଏହା ପୂର୍ବରୁ କେନ୍ଦ୍ର ସରକାର କେବଳ ଡିଜେଲ ବଲ୍କ ମୂଲ୍ୟରେ ଲିଟର ପିଛା ୨୫ ଟଙ୍କା ମହଙ୍ଗା କରିଥିଲେ।
The post ତୈଳ ଦରରେ ଲାଗୁନି ବ୍ରେକ୍, ଆଜି ପୁଣି ବଢ଼ିଲା appeared first on Odisha Reporter.
from Odisha Reporter https://ift.tt/YnKMaTw
No comments:
Post a Comment