୧୨ ମାର୍ଚ୍ଚ, ଶନିବାର: ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍‌ ମିଳିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 11, 2022

୧୨ ମାର୍ଚ୍ଚ, ଶନିବାର: ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍‌ ମିଳିବ

ମେଷ: କର୍ମକ୍ଷେତ୍ରରେ ମାନସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ପାଇବେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା ବଢ଼ିବ। ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ପାଇବେ।

ବୃଷ: ବ୍ୟବସାୟ ବାଣିଜ୍ୟରେ ଲାଭ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବାରୁ ମନରେ ଅସ୍ଥିରତା ବଢିବ। ଛାତ୍ରଛାତ୍ରୀମାନେ ପାଠ ପଢାରେ ଉନ୍ନତି କରିବେ।

ମିଥୁନ: କର୍ମକ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତି ହେବାରୁ ଖୁସି ଅନୁଭବ କରିବେ।  ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାରରେ ଖୁସିରେ ସମୟ ଅତିବାହିତ କରିବେ, କିନ୍ତୁ ଶରୀରରେ ଆଘାତ ଲାଗିବାର ଆଶଙ୍କେ ରହିଛି।

କର୍କଟ: ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍‌ ମିଳିବ। ଗୁପ୍ତ ଶତ୍ରୁ ଅସୁବିଧାରେ ପକାଇ ପାରନ୍ତି। ବ୍ୟବସାୟରେ କଳହ ହେବ ।

ସିଂହ: ଘରକୁ ଅତିଥିଙ୍କ ଆଗମନ ହେବା ସହିତ ସୁସ୍ୱାଦୁ ଭୋଜନ କରିବେ। ବ୍ୟବସାୟ ବାଣିଜ୍ୟରେ ସଫଳତା ପାଇଲେ ମଧ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଅର୍ଥହାନୀ ଘଟିବ । ଛାତ୍ରଛାତ୍ରୀ ପାଠ ପଢାରେ ଉନ୍ନତି କରିବେ ।

କନ୍ୟା: ଘରୋଇ କମ୍ପାନୀରେ  କାର୍ଯ୍ୟ କରୁଥିବା କର୍ମଚାରୀ ଚିନ୍ତିତ ରହିବେ।  ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ହେବାରୁ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ । ଘରେ ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁଙ୍କର ସହଯୋଗ ଲୋଡିବେ।

  ତୁଳା: ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ। କର୍ମ କ୍ଷେତ୍ରରେ ଅପମାନିତ ହେବାର ଆଶଙ୍କା ରହିଛି । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ସନ୍ତାନମାନଙ୍କର କାର୍ଯ୍ୟକଳାପକୁ ଦେଖି ବାପାମା’ ଖୁସି ହେବେ।

ବିଚ୍ଛା: ବହୁଦିନରୁ ଚିନ୍ତା କରିଥିବା କାର୍ଯ୍ୟ ପୂରଣ କରିବେ । ଶତ୍ରୁମାନେ କିଛି ବି କ୍ଷତି ପହଞ୍ଚାଇ ପାରନ୍ତି, ତେଣୁ ସତର୍କ ରୁହନ୍ତୁ । ପଡୋଶୀଙ୍କ ସହିତ ମତଭେଦ ଦେଖାଦେବ, ମନରେ ଅସ୍ଥିରତା ବୃଦ୍ଧି ହେବ।

ଧନୁ: ପରିବାରରେ ହସ ଖୁସିର ବାତାବରଣ ରହିବ ଏବଂ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ଛାତ୍ରଛାତ୍ରୀମାନେ ପାଠ ପଢାରେ  ଉନ୍ନତି କଲେ ମଧ୍ୟ ମନରେ ଦୁଃଶ୍ଚିନ୍ତା ରହିବ । ଘରକୁ ଅତିଥୀ  ଆସିବେ ଏବଂ ସୁସ୍ୱାଦୁ ଭୋଜନ କରିବେ ।

ମକର: ଆଜି ଅଧିକ ସମୟ ପୂଜାରେ ଅତିବାହିତ କରିବେ। ସୁସ୍ୱାଦୁ ଭୋଜନ ଏବଂ ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯୋଗ ରହିଛି। ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ଏବଂ  ବିବାଦ ଦୂରେଇଯିବ।

କୁମ୍ଭ: ସନ୍ତାନମାନଙ୍କ କାର୍ଯ୍ୟକଳାପ ବାପାମା’ଙ୍କୁ ଚିନ୍ତାରେ ପକାଇବ । ଆଇଟି ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତି ଶୁଭଫଳ ପାଇବେ। ଶତୃମାନେ ମିତ୍ରତାର ହାତ ବଢାଇବେ।

ମୀନ: କର୍ମକ୍ଷେତ୍ରକୁ ନେଇ ଆତ୍ମ ସନ୍ତୋଷ ମିଳିବ, ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଲାଭ ମିଳିବ । ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିପାରିବେ।

The post ୧୨ ମାର୍ଚ୍ଚ, ଶନିବାର: ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍‌ ମିଳିବ appeared first on Odisha Reporter.



from Odisha Reporter https://ift.tt/Elnz1vK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages