ପ୍ରଥମଥର ତୃତୀୟ ବିଶ୍ୱଯୁଦ୍ଧ କଥା ଉଠାଇଲେ ବାଇଡେନ, ରୁଷକୁ ଦେଲେ ଚେତାବନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 11, 2022

ପ୍ରଥମଥର ତୃତୀୟ ବିଶ୍ୱଯୁଦ୍ଧ କଥା ଉଠାଇଲେ ବାଇଡେନ, ରୁଷକୁ ଦେଲେ ଚେତାବନୀ

ୱାଶିଂଟନ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୭ତମ ଦିନରେ ପହଞ୍ଚିଛି। ୧୬ ଦିନ ହେଲା ରୁଷର ହମଲାରେ ଘାଇଲା ହୋଇଥିଲେ ହେଁ ୟୁକ୍ରେନ ଏଯାଏ ହାର ମାନିନି। ଆଗକୁ ଯୁଦ୍ଧର ତୀବ୍ରତା ଆହୁରି ଭୟଙ୍କର ହେବାର ଆଶଙ୍କା ପ୍ରକାଶ ପାଇଛି।

ଏସବୁ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁହଁରେ ପ୍ରଥମଥର ପାଇଁ ତୃତୀୟ ବିଶ୍ୱଯୁଦ୍ଧର ଶବ୍ଦ ଶୁଣିବାକୁ ମିଳିଛି। ରୁଷ ହମଲାକୁ ରୋକିବା ପାଇଁ ୟୁକ୍ରେନ ଆମେରିକା ଓ ଅନ୍ୟ ପଶ୍ଚିମ ଦେଶଗୁଡ଼ିକୁ ଅନୁରୋଧ କରୁଛି। ହେଲେ କେହି ବି ୟୁକ୍ରେନ ପାଇଁ ଲଢ଼େଇ କରିବାକୁ ଆଗକୁ ଆସୁ ନାହାନ୍ତି। ସମସ୍ତେ କେବଳ ରୁଷ ଉପରେ ସାମରିକ ଓ ଆର୍ଥିକ କଟକଣା ଲଗାଇ ବସି ପଡ଼ିଛନ୍ତି।

ତେବେ କାହିଁକି ଆମେରିକା କିମ୍ବା ନାଟୋ ରୁଷ ବିକ୍ଷରେ ମୋର୍ଚ୍ଚା ସମ୍ଭାଳୁ ନାହିଁ, ତା’ର ଉତ୍ତର ରାଷ୍ଟ୍ରପତି ବାଇଡେନ ଦେଇଛନ୍ତି। ଯଦି ନାଟୋ ଓ ରୁଷ ମଧ୍ୟରେ ଲଢ଼େଇ ହେବ, ତା’ହେଲେ ତୃତୀୟ ବିଶ୍ୱଯୁଦ୍ଧ ସୃଷ୍ଟି ହେବ। ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ରହିବ। ତୃତୀୟ ବିଶ୍ୱଯୁଦ୍ଧ ରୋକିବାକୁ ଆମେରିକା ସବୁବେଳେ ପ୍ରୟାସ କରିଛି। ଆମେରିକା କେବେ ହେଲେ ୟୁକ୍ରେନରେ ରୁଷ ସହ ସିଧାସଳଖ ଲଢ଼େଇ କରିବ ନାହିଁ। କିନ୍ତୁ ନାଟୋ ଦେଶର ସୁରକ୍ଷା ପାଇଁ କେବେ ବି ପଛଘୁଞ୍ଚା ଦେବନାହିଁ ବୋଲି ବାଇଡେନ ସ୍ପଷ୍ଟ କରିଛନ୍ତି।

ହ୍ୱାଇଟ ହାଉସରେ ସାମ୍ବାଦିକ ସମ୍ମିଳନୀ କରି ବାଇଡେନ ରୁଷ ବିରୋଧରେ ନିଜର ଆଭିମୁଖ୍ୟକୁ ଆହୁରି କଡ଼ା କରିଛନ୍ତି। ପୂର୍ବରୁ ଏକାଧିକ କଟକଣା ଲଗାଇ ରୁଷକୁ ଆର୍ଥିକ ସ୍ତରରେ ଦୁର୍ବଳ କରିଥିବା ବାଇଡେନ ଏବେ ଆଉ ଏକ ପଦକ୍ଷେପ ନେଇଛନ୍ତି। ଏଣିକି ରୁଷର କୌଣସି ସାମୁଦ୍ରିକ ସାମଗ୍ରୀ, ଭୋଡକା, ହୀରା କିମ୍ବା ଲକଜୁରୀ ସାମଗ୍ରୀ ଆମେରିକା ଆମଦାନୀ କରିବ ନାହିଁ। ସେହିପରି ଆମେରିକାର କୌଣସି ବ୍ୟକ୍ତି ରୁଷରେ ପୁଞ୍ଜି ନିବେଶ କରିବେ ନାହିଁ। ରୁଷକୁ ଆର୍ଥକ ସ୍ତରରେ ଆମେରିକା ବର୍ବାଦ କରିଦେବ ବୋଲି ବାଇଡେନ କହିଛନ୍ତି।

ବାଇଡେନ କହିଛନ୍ତି, “ୟୁରୋପରେ ଥିବା ଆମର ସମସ୍ତ ସହଯୋଗୀଙ୍କ ସହ ଆମେ ସବୁବେଳେ ରହିଛୁ। ନାଟୋ ସଦସ୍ୟ ରାଷ୍ଟ୍ରର ଗୋଟିଏ ଇଞ୍ଚ ଜମି ବି କାହାକୁ ଛଡ଼ା ଯିବ ନାହିଁ। ଏହାର ସୁରକ୍ଷା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଆମେରିକା ସବୁ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ।

ତେବେ ଆମେ ୟୁକ୍ରେନରେ ରୁଷ ବିରୋଧରେ ଲଢ଼େଇ କରିବୁ ନାହିଁ। ନାଟୋ ଓ ରୁଷ ମଧ୍ୟରେ ସିଧାସଳଖ ଲଢ଼େଇ ହେବାର ଅର୍ଥ ତୃତୀୟ ବିଶ୍ୱଯୁଦ୍ଧ। ଏହାକୁ ଯେମିତି ହେଲେ ରୋକିବାକୁ ପଡ଼ିବ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିନା ଲଢ଼େଇରେ ୟୁକ୍ରେନ ଉପରେ ନିଜର ଦବଦବା ଜାହିର କରିବାକୁ ଚେଷ୍ଟା କରିଥିଲେ।

କିନ୍ତୁ ସେ ବିଫଳ ହୋଇଛନ୍ତି। ପୁଟିନ ସଶକ୍ତ ମେଣ୍ଟ ଓ ସହଯୋଗୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କକୁ ଭାଙ୍ଗିବାକୁ ଚାହିଁଥିଲେ, କିନ୍ତୁ ସେ ଫେଲ ମାରିଛନ୍ତି। ଆମେ ସବୁବେଳେ ୟୁକ୍ରେନ ସହ ରହିଛୁ। ଗଣତନ୍ତ୍ରର ଉପରେ କେବେ ହେଲେ ଏକଛତ୍ରବାଦ ତା’ର ପ୍ରଭାବ ବିସ୍ତାର କରିପାରିବ ନାହିଁ। ପୁଟିନ କେବେ ହେଲେ ତାଙ୍କ ଯୋଜନାରେ ସଫଳ ହେବେନି।”

ଏହାବାଦ ଆମେରିକା ପକ୍ଷରୁ ରୁଷକୁ ମିଳିଥିବା ଅଧିକ ପସନ୍ଦର ଦେଶ ମାନ୍ୟତା ମଧ୍ୟ ପ୍ରତ୍ୟାହାର କରି ନିଆଯାଇଛି। ଆଗକୁ ରୁଷ ଉପରେ ଆହୁରି ଅଧିକ କଟକଣା ଲଗାଯିବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି। ରୁଷ ଯଦି କେମିକାଲ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବ, ତା’ହେଲେ ଏଥିପାଇଁ ମସ୍କୋକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ରାଷ୍ଟ୍ରପତି ବାଇଡେନ କହିଛନ୍ତି।

ଆମେରିକା ବ୍ୟତୀତ ୟୁରୋପୀୟ ୟୁନିୟନ ମଧ୍ୟ ରୁଷ ଉପରେ ଆଉ ଏକ କଟକଣା ଲଗାଇଛି। ଏଣିକି ୟୁରୋପୀୟ ଦେଶଗୁଡ଼ିକ ରୁଷ ଠାରୁ କୌଣସି ପ୍ରକାରର ଷ୍ଟିଲ ଓ ଲୁହା ସାମଗ୍ରୀ ଆଣିବେ ନାହିଁ।

The post ପ୍ରଥମଥର ତୃତୀୟ ବିଶ୍ୱଯୁଦ୍ଧ କଥା ଉଠାଇଲେ ବାଇଡେନ, ରୁଷକୁ ଦେଲେ ଚେତାବନୀ appeared first on Odisha Reporter.



from Odisha Reporter https://ift.tt/n8DWcf3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages