ବେଙ୍ଗାଳୁରୁ: କର୍ଣ୍ଣାଟକରେ ହିଜାବ ନିଷେଧ ବିବାଦ ସମ୍ପର୍କରେ ଆଜି ଶୁଣାଣି କରିବେ କର୍ଣ୍ଣାଟକ ହାଇକୋର୍ଟ। ଏ ବିବାଦୀୟ ତଥା ଗୁରୁତ୍ୱପୂର୍ଣ୍ଣ ମାମଲାରେ ହାଇକୋର୍ଟଙ୍କ ରାୟ ଆସିବା ପୂର୍ବରୁ ବେଙ୍ଗାଳୁରୁ ଓ ମାଙ୍ଗାଲୋରରେ ବହୁ ଲୋକ ଏକାଠି ହେବା ଉପରେ ପୁଲିସ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ଉଡୁପି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପାଇଁ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ଏହି ଜିଲ୍ଲାରେ ଗତକାଲି ରାତି ୮ଟାରୁ ୧୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି।
ସେପଟେ ହାଇକୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ବେଙ୍ଗାଳୁରୁ ପୁଲିସ ସୋମବାର ଦିନ ନିଷିଧାଦେଶ ଜାରି କରିଛନ୍ତି। ୧୫ରୁ ୨୧ ମାର୍ଚ୍ଚ ଯାଏଁ ବହୁ ଲୋକେ କୌଣସି ବି ସାର୍ବଜନୀନ ସ୍ଥାନରେ ଏକାଠି ହେବା ଉପରେ କଟକଣା ଲାଗୁ ହୋଇଛି। ସଭା, ସମାରୋହ, ପ୍ରଦର୍ଶନ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ କରାଯାଇଛି। ଆଗାମୀ ୭ ଦିନ ପାଇଁ ଏହି କଟକଣା ଜାରି କରିଛି ବେଙ୍ଗାଳୁରୁ ପୁଲିସ।
ଉଡୁପିର ଏକ ସ୍କୁଲର କିଛି ଛାତ୍ରଛାତ୍ରୀ କର୍ଣ୍ଣାଟକରେ ହିଜାବ ବ୍ୟାନ୍ ହେବା ପରେ ଏହାକୁ ଚ୍ୟାଲେଞ୍ଜ୍ କରି ହାଇକୋର୍ଟରେ ମାମଲାରେ ଦାଏର କରିଥିଲେ। ଗତ ଜାନୁଆରୀରେ ରାଜ୍ୟରେ ଉଠିଥିବା ଏହି ପ୍ରସଙ୍ଗକୁ ନେଇ ବହୁ ବିବାଦ ଦେଖିବାକୁ ମିଳିଥିଲା। ଏପରିକି କର୍ଣ୍ଣାଟକରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନକୁ ଏ ବିବାଦ ବ୍ୟାପୀଥିଲା। ପରେ ମାମଲା ସୁପ୍ରିମକୋର୍ଟକୁ ଯିବା ସହ ସର୍ବୋଚ୍ଚ କୋର୍ଟ ଶୁଣାଣି ପାଇଁ ଅଗ୍ରାହ୍ୟ କରିବା ସହ ଉଚିତ ସମୟରେ ହସ୍ତକ୍ଷେପ କରିବେ ବୋଲି କହିଥିଲେ।
The post ହିଜାବ ବିବାଦ: ୧୪୪ ଧାରା ଲାଗୁ, ସ୍କୁଲ-କଲେଜ ବନ୍ଦ appeared first on Odisha Reporter.
from Odisha Reporter https://ift.tt/M46wAIu
No comments:
Post a Comment