କାଲିଠୁ ବଢ଼ିବ ତାତି, ଅସହ୍ୟ ହେବ ଗ୍ରୀଷ୍ମ ଲହରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 14, 2022

କାଲିଠୁ ବଢ଼ିବ ତାତି, ଅସହ୍ୟ ହେବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା କାଲିଠୁ ରାଜ୍ୟରେ ବଢିବ ତାତି । ବିଶେଷ କରି ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଅସହ୍ୟ ଗ୍ରୀଷ୍ମ ଲହରୀ ହେବାର ଆଶଙ୍କା ରହିଛି । ଆଇଏମ୍‌ଡିର ପୂର୍ବାନୁମାନ ଅନୁସାରେ ୧୬ ଏବଂ ୧୭ ତାରିଖ ଦୁଇ ଦିନ ଧରି ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆସନ୍ତା କାଲି ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୭ ତାରିଖ ପାଇଁ ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଗତକାଲି ଅନୁଗୁଳ, ଝାରସୁଗୁଡା, ବଲାଙ୍ଗିରରେ ୩୮ ଡିଗ୍ରୀରୁ ଅଧିକ ତାପମାତ୍ରା ଏବଂ ଟିଟିଲାଗଡରେ ୩୮.୦ ଡିଗ୍ରୀ ରେକର୍ଡ କରାଯାଇଛି  । ଗତକାଲି ରାଜ୍ୟରେ ଉତ୍ତପ୍ତ ସହର ଭାବେ ବଲାଙ୍ଗିରରେ ୩୮.୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି  । ଗତକାଲି ଭୁବନେଶ୍ୱରରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୬.୬ ଡିଗ୍ରୀ ଏବଂ କଟକରେ ୩୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ସମ୍ଭାବ୍ୟ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବସ୍ ଯାତ୍ରୀଙ୍କ ପାଇଁ ଗାଇଡଲାଇନ ଜାରି କରିଛି ପରିବହନ ବିଭାଗ। ପରିବହନ ବିଭାଗ ପକ୍ଷରୁ ଅଧିକ ଖରା ସମୟ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ବସ୍ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ବସ୍‌ରେ ସ୍ୱଚ୍ଛ ପାନୀୟ ଜଳ, ବରଫ ଓ ORS ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବସ୍ ରହଣି ସ୍ଥଳରେ ଜଳଛତ୍ର ବ୍ୟବସ୍ଥା ଓ ବସ୍‌ରେ ଅଧିକ ସଂଖ୍ୟକ ଯାତ୍ରୀ ନ ନେବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ଜାତୀୟ ରାଜପଥରେ କିଓସ୍କ, ବସଗୁଡ଼ିକ ନିୟମ ପାଳନ କରୁଛନ୍ତି କି ନାହିଁ ତାର ଉପଯୁକ୍ତ ଯାଞ୍ଚ, ଜିଲ୍ଲା ସ୍ତରରେ ୨୪ ଘଣ୍ଟିଅଆ କଣ୍ଟ୍ରୋଲ ରୁମ୍ ଆଦି ଖୋଲିବାକୁ କୁହାଯାଇଛି ।

The post କାଲିଠୁ ବଢ଼ିବ ତାତି, ଅସହ୍ୟ ହେବ ଗ୍ରୀଷ୍ମ ଲହରୀ appeared first on Odisha Reporter.



from Odisha Reporter https://ift.tt/zDoi1F2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages