ସତ ଓଗାଳିବେ ରସିକିଆ ନକଲି ଡାକ୍ତର, ହେବ ପଲିଗ୍ରାଫ୍ ଟେଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 3, 2022

ସତ ଓଗାଳିବେ ରସିକିଆ ନକଲି ଡାକ୍ତର, ହେବ ପଲିଗ୍ରାଫ୍ ଟେଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କୁ ‌ଆଜିଠୁ ୫ଦିନି‌ଆ ରିମାଣ୍ଡରେ ନେବ କମିଶନରେଟ ପୁଲିସ। ତୃତୀୟ ଥର ପାଇଁ ରିମାଣ୍ଡରେ ନେଇ ଅଧିକ ଗୁମର ଖୋଲିପାରେ ପୁଲିସ। ରମେଶଙ୍କୁ ରିମାଣ୍ଡରେ ନେବା ଲାଗି କୋର୍ଟ ଅନୁମତି ଦେଇଛନ୍ତି।

ରମେଶଙ୍କୁ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ଆବେଦନ କରାଯାଇଥିଲା। ହେଲେ କୋର୍ଟ ୫ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଥିଲେ।  ଗୌହାଟୀର ଜଣେ ମହିଳା ଡାକ୍ତରଙ୍କୁ ବିବାହ ନାଁରେ ଠକେଇ ଅଭିଯୋଗ ମାମଲାରେ ମହିଳା ଥାନା ପୁଲିସ ତାଙ୍କୁ ଜେରା କରିବ। ଏହାସହ ତାଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।

ଏବେ ସୁଦ୍ଧା ନକଲି ଡାକ୍ତର ରମେଶ ସ୍ୱାଇଁ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ୧୫ରୁ ଅଧିକ ମାମଲାର ରୁଜୁ ହେଲାଣି।

ପୁଲିସ୍‌ ତଥ୍ୟ ଅନୁସାରେ ୧୯୮୨ରେ ରମେଶ ପ୍ରଥମ ବିବାହ କରିଥିଲା। ପ୍ରଥମ ପତ୍ନୀଙ୍କଠାରୁ ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର। ୨୦୦୨ ମସିହାରେ ସେ ଦ୍ୱିତୀୟ ବିବାହ କରିଥିଲା। ତାଙ୍କର ମଧ୍ୟ ଦୁଇ ପିଲା ଅଛନ୍ତି। ତେବେ ତା’ ପରେ ସେ ଆଉ ୧୭ ମହିଳାଙ୍କୁ ବିବାହ କରିଥିଲା। ସେ ଅଧିକାଂଶ ସମୟ ଗୌହାଟୀରେ ରହୁଥିଲା। ପରିଚୟ ବଦଳାଇ ମହିଳାଙ୍କୁ ବିବାହ କରୁଥିଲା। କେତେବେଳେ ବିଦୁପ୍ରସାଦ ତ ଆଉ କେତେବେଳେ ସେ ପାଲଟି ଯାଉଥିଲା ରମଣୀରଞ୍ଜନ। ୨୦୧୮ ମସିହାରେ ସେଣ୍ଟ୍ରାଲ୍‌ ଆର୍ମଡ ଫୋର୍ସରେ କାର୍ଯ୍ୟରତ ପଞ୍ଜାବର ଜଣେ ମହିଳାଙ୍କୁ ବିବାହ କରି ତାଙ୍କଠାରୁ ୧୦ ଲକ୍ଷ ଠଙ୍କା ଠକି ନେଇଥିଲା। ସେହିପରି ଦିଲ୍ଲୀର ଜଣେ ମହିଳାଙ୍କୁ ବିବାହ କରି ଭୁବନେଶ୍ୱର ଆଣି ରଖିଥିଲା। ଏପରିକି ତାଙ୍କଠାରୁ ୧୩ ଲକ୍ଷ ରମେଶ ଚଳୁ କରିନେଇଥିଲା।

The post ସତ ଓଗାଳିବେ ରସିକିଆ ନକଲି ଡାକ୍ତର, ହେବ ପଲିଗ୍ରାଫ୍ ଟେଷ୍ଟ appeared first on Odisha Reporter.



from Odisha Reporter https://ift.tt/UchZlTi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages