ଇନ୍ସୁରାନ୍ସରେ ପୁଞ୍ଜି ଖଟାଅ, ଭଲ ବୀମା ରାଶି ପାଇବ; କହି ଠକିନେଲେ ୨ କୋଟି ୩୫ ଲକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 3, 2022

ଇନ୍ସୁରାନ୍ସରେ ପୁଞ୍ଜି ଖଟାଅ, ଭଲ ବୀମା ରାଶି ପାଇବ; କହି ଠକିନେଲେ ୨ କୋଟି ୩୫ ଲକ୍ଷ

କେନ୍ଦୁଝର(ଓଡ଼ିଶା ରିପୋର୍ଟର): ‘ତୁମେ ଇନ୍ସୁରାନ୍ସରେ ପୁଞ୍ଜି ଖଟାଅ, ଉଚ୍ଚ ବୀମା ରାଶିର ଲାଭ ପାଇପାରିବ ।’ ନିଜକୁ ଇନ୍ସୁରାନ୍ସ ରେଗୁଲେଟୋରି ଡେଭଲପମେଣ୍ଟ ଅଥରିଟିର ଅଧିକାରୀ ବୋଲି ପରିଚୟ ଦେଇ ଧୃତଜଣକ କେନ୍ଦୁଝରର ଜଣେ ବ୍ୟବସାୟୀଙ୍କଠାରୁ ୨ କୋଟି ୩୫ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଗତ ୨ ବର୍ଷ ମଧ୍ୟରେ ଧୃତଜଣକ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଏପରି ଚୁନ ମାରିଥିବା ବେଳେ ଏବେ ଜଣାପଡ଼ିଛି ତାଙ୍କ କାରସାଦି। ଏନେଇ ବ୍ୟକ୍ତିଜଣକ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଛନ୍ତି ।  ହାଇଦ୍ରାବାଦର ୧୦ ଜଣ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ।  ଏପରି ଏକ ବଡ଼ ଠକେଇର ଶିକାର ହୋଇଛନ୍ତି କେନ୍ଦୁଝରର ଜଣେ ବ୍ୟବସାୟୀ ପ୍ରମୋଦ କୁମାର ରାଉତ ।

ଅଭିଯୋଗ ଅନୁସାରେ, ଠକଜଣକ ପ୍ରାୟ ୨ ବର୍ଷ ତଳେ ୨୦୧୯ ମସିହାରେ ପ୍ରମୋଦ କୁମାର ରାଉତଙ୍କୁ ନିଜ ଜାଲରେ ଫସାଇବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲେ।  ଏପରିକି ସେ ପ୍ରମୋଦଙ୍କୁ ବାରମ୍ବାର ଫୋନ୍‌ କରି ନିଜକୁ ଇନ୍ସୁରାନ୍ସ ରେଗୁଲେଟୋରି ଡେଭଲପମେଣ୍ଟ ଅଥରିଟିର ଜଣେ  ଅଧିକାରୀ ବୋଲି ପରିଚୟ ଦେଲେ। ଏପରିକି ରାହତ କୋଶ ଯୋଜନାରେ ପୁଞ୍ଜି ଖଟାଇଲେ ଭଲ ଜମାରାଶି ପାଇବେ ବୋଲି ଲୋଭ ଦେଖାଇଲେ।

ସମ୍ପୃକ୍ତ ଠକଙ୍କ କଥାକୁ ବିଶ୍ୱାସ କରିନେଲେ ପ୍ରମୋଦ । ଏହାପରେ ଭିନ୍ନ ସମୟରେ ଦିଆଯାଇଥିବା ଆକାଉଣ୍ଟରେ ବ୍ୟବସାୟୀଜଣଙ୍କ ଟଙ୍କା ଡିପୋଜିଟ୍ କରିଚାଲିଲେ। ୨୦୧୯ରୁ ୨୦୨୧ ମଧ୍ୟରେ  ପ୍ରାୟ ୨କୋଟି ୩୫ ଲକ୍ଷ ନେଣଦେଣ ହୋଇଥିବା ଜଣାପଡ଼ିଛି ।

ହେଲେ କିଛି ଦିନ ପରେ ସମ୍ପୃକ୍ତ ଠକର ଫୋନ୍ ସୁଇଚ ଅଫ୍ ଆସିବାରୁ ପ୍ରମୋଦ ଏକ ବଡ଼ ସ୍କାମର ଶିକାର  ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ସେ  କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହେବା ସହ ହାଇଦ୍ରାବାଦର ୧୦ ଜଣ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ।

The post ଇନ୍ସୁରାନ୍ସରେ ପୁଞ୍ଜି ଖଟାଅ, ଭଲ ବୀମା ରାଶି ପାଇବ; କହି ଠକିନେଲେ ୨ କୋଟି ୩୫ ଲକ୍ଷ appeared first on Odisha Reporter.



from Odisha Reporter https://ift.tt/68j02Dq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages