କୋଲକାତା: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଫାଲକନାମା ଏକ୍ସପ୍ରେସ୍। ଷ୍ଟେସନରେ ୩ ବଗି ଛାଡ଼ି ଆଗକୁ ଚାଲିଗଲା ଟ୍ରେନ୍। ତେବେ ସୌଭାଗ୍ୟ ବଶତଃ କୌଣସି ବଡ ଦୁର୍ଘଟଣା ହେବା ପୂର୍ବରୁ ଅଳ୍ପକେ ବର୍ତ୍ତି ଯାଇଛି ଏହି ଯାତ୍ରୀବାହୀ ଟ୍ରେନ୍। ଏଥିରେ କେହି ହତାହତ ହୋଇନାହାନ୍ତି। ଏହି ଘଟଣା ଲାଗି ସୁପରଫାଷ୍ଟ ଟ୍ରେନ୍ଟିକୁ ୪୦ ମିନିଟ୍ ଯାଏଁ ଅଟକି ରହିବାକୁ ପଡିଥିଲା।
ସୂଚନା ମୁତାବକ, ହାଓ୍ୱଡ଼ାରୁ ସିକନ୍ଦରାବାଦ୍ ଅଭିମୁଖେ ଯାଉଥିବା ଫାଲକନାମା ଏକ୍ସପ୍ରେସ ଗତକାଲି ପଶ୍ଚିମବଙ୍ଗ ବେଲଦା ଷ୍ଟେସନରେ ଅଟକିଥିଲା। ଏହି ସମୟରେ ଗୋଟିଏ ଏସି ଓ ଦୁଇଟି ସାଧାରଣ ବଗି ଅଲଗା ହୋଇଥିଲା। ଏହାପରେ ଟ୍ରେନ୍ ଭିତରେ ଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଯାଇଥିଲା। ପରେ ଇଞ୍ଜିନ ସହିତ ଯୋଡ଼ି ହୋଇଥିବା ୨୨ଟି ବଗିକୁ ନେଇ ଟ୍ରେନ୍ ଆଗକୁ ଗଡ଼ି ଚାଲିଥିଲା। ପ୍ରାୟ ୧ କିଲୋମିଟର ରାସ୍ତା ଅତିକ୍ରମ ପରେ ଟ୍ରେନ୍ ଅଟକିଥିଲା। ୪୦ ମିନିଟ୍ର ପରିଶ୍ରମ ପରେ ଇଞ୍ଜିୟନିୟର ଆସି ଛାଡ଼ି ଯାଇଥିବା ବଗିଗୁଡ଼ିକୁ ଟ୍ରେନ ସହ ଯୋଡ଼ିବା ପରେ ଟ୍ରେନଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଗତି କରିଥିଲା।
ଏହି ଘଟଣାରେ ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ କେ.ଏସ୍ ଆନନ୍ଦ କହିଛନ୍ତି ଯେ ଯାନ୍ତ୍ରିକ ତ୍ରୁଟି ହେତୁ ସିବିସି ଅନଲକ୍ ହୋଇଯାଇଥିଲା। ଯେଉଁଥିପାଇଁ ଟ୍ରେନ୍ ଠାରୁ ତିନୋଟି ବଗି ଅଲଗା ହୋଇଯାଇଥିଲା। ତେବେ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି ବୋଲି ସେ କହିଛନ୍ତି।
The post ଷ୍ଟେସନରେ ବଗି ଛାଡି ଚାଲିଗଲା ଫାଲକନାମା ଏକ୍ସପ୍ରେସ୍ appeared first on Odisha Reporter.
from Odisha Reporter https://ift.tt/Z3yf2jI
No comments:
Post a Comment