ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଗୋଷାଣି ନୂଆଗାଁ ଥାନା ଅନ୍ତର୍ଗତ ବ୍ରିଟ୍ କଲୋନୀ LIG -୯୪ରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ପରାଜିତ ବିଜେପି ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ଟେକାପଥର ମାଡ଼ କରିବା ସହ ବାଇକ୍ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ବିରେନ୍ ପଟ୍ଟନାୟକ ୧୨ ନମ୍ବର ୱାର୍ଡର ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିଲେ। ତାଙ୍କ ପତ୍ନୀ ସସ୍ମିତା ଦାସ ୧୪ ନମ୍ବର ୱାର୍ଡର ବିଜେପି କର୍ପୋରେଟର ପ୍ରାର୍ଥୀ ହୋଇଥିଲେ। ଉଭୟେ ଗତକାଲି ନିର୍ବାଚନରେ ପରାଜିତ ହୋଇଥିଲେ। ଉଭୟ ଦମ୍ପତ୍ତି ଘରେ ଶୋଇଥିବା ବେଳେ ରାତି ପ୍ରାୟ ୩ଟା ସମୟରେ କିଛି ଦୁର୍ବୃତ୍ତ ଆସି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ଓ ଘର ଉପରକୁ ଟେକା ପଥର ଫୋପାଡି ଥିଲେ। ଏହାସହ ବିରେନ୍ଙ୍କ ଘର ଦାଣ୍ଡରେ ଥିବା ବାଇକକୁ ଦୁର୍ବୃତ୍ତମାନେ ପିଟି ଭାଙ୍ଗି ଦେଇଥିଲେ। ବିରେନ୍ ନିଜ ମୋବାଇଲରେ ଏହି ସବୁ ଦୃଶ୍ୟର ଭିଡିଓ ଉତ୍ତୋଳନ କରିଥିଲେ। ଏହାସହ ଗୋଷାଣି ନୂଆଗାଁ ଥାନାକୁ ଖବର ଦେଇଥିଲେ। ଦୁର୍ବୃତ୍ତମାନଙ୍କର ଏଭଳି ଆତଙ୍କରାଜ ପରେ ସୁରକ୍ଷା ପାଇଁ ନିବେଦନ କରିଛନ୍ତି ବିରେନ୍ ।
ବିରେନ୍ ପଟ୍ଟନାୟକ ପୂର୍ବତନ କର୍ପୋରେଟର ଥିଲେ।
The post ପରାଜିତ ପ୍ରାର୍ଥୀଙ୍କ ଘରକୁ ପଥର ମାଡ଼ କଲେ,ବାଇକ୍ ଭାଙ୍ଗି ଦେଲେ appeared first on Odisha Reporter.
from Odisha Reporter https://ift.tt/WE8uBTY
No comments:
Post a Comment