ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ରୁଷ ଧ୍ୱଂସର ତାଣ୍ଡବଲୀଳା ରଚିଥିଲେ ମଧ୍ୟ ଦମ୍ଭ ହରାଇ ନାହାନ୍ତି ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ, ସେ କଦାପି ଭାଙ୍ଗିପଡ଼ିବେ ନାହିଁ ବରଂ ଲଢ଼େଇ ଜାରି ରଖିବେ। ୟୁକ୍ରେନକୁ ବିପୁଳ ସମର୍ଥନ ପାଇଁ ସେ ନିବେଦନ କରିବା ସହ ରୁଷ ଉପରେ ଚାପ ପକାଇବାକୁ ବିଶ୍ୱ ସମୁଦାୟକୁ ଅପିଲ କରିଛନ୍ତି। ଆଜି ଜେଲେନସ୍କି ଜର୍ମାନୀ ସଂସଦକୁ ସମ୍ବୋଧନ କରିବେ। ୟୁକ୍ରେନ ପାଇଁ ଅଧିକ ସାହାଯ୍ୟ ସମର୍ଥନ ପାଇଁ ମୁଁ ଲଢ଼େଇ ଜାରି ରଖିବି। ୟୁକ୍ରେନର ବିଜୟ ଏବଂ ଶାନ୍ତି ପାଇଁ ଅଭିଯାନ ଜାରି ରଖିବି ବୋଲି ଜେଲେନସ୍କି କହିଛନ୍ତି। ସେହିପରି ଯୁଦ୍ଧ ସରିବା ପରେ ୟୁକ୍ରେନ୍ରେ ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏହାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି । ଖୁବଶୀଘ୍ର ୟୁକ୍ରେନ ନବ ନିର୍ମାଣ ହୋଇ ପୂର୍ବଭଳି ଏହାକୁ ଦଣ୍ଡାୟମାନ କରିବାରେ ଆମେ ସମର୍ଥ ହେବା ବୋଲି ମୋର ଆତ୍ମ ବିଶ୍ୱାସ ଥିବା ସେ କହିଛନ୍ତି। ସେପଟେ ୟୁକ୍ରେନ୍ ଉପରେ ରୁଷର ଆକ୍ରମଣକୁ ନେଇ ଇଣ୍ଟର ନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ) ବଡ଼ ରାୟ ଦେଇଛନ୍ତି। ୟୁକ୍ରେନରେ ରୁଷ ତୁରନ୍ତ ଆମ୍ରମଣ ବନ୍ଦ କରୁ ବୋଲି ନିର୍ଦ୍ଦେଶ ଦେଇଛି ଆଇସିଜେ।
କୋର୍ଟର ନିଷ୍ପତ୍ତି ଉଭୟ ପକ୍ଷ ମାନିବାକୁ ବାଧ୍ୟ ବୋଲି ଆଇସିଜେ କହିଛି । ସେହିଭଳି ରୁଷ୍ ସପକ୍ଷରେ କୌଣସି ରାଷ୍ଟ୍ର ସୈନ୍ୟ ପ୍ରେରଣ ନକରନ୍ତୁ ବୋଲି ଆଇସିଜେ କହିଛି । ଆଇସିଜେ ଶୁଣାଣି ବେଳେ ୧୫ଟି ଦେଶର ବିଚାରପତି ଭାଗ ନେଇଥିଲେ। ତେବେ ରାୟ ସପକ୍ଷରେ ୧୩ଟି ମତ ଆସିଥିବା ବେଳେ କେବଳ ରୁଷ ଓ ଚୀନ୍ ରାୟ ବିପକ୍ଷରେ ମତ ଦେଇଥିଲେ । ଭାରତ ପକ୍ଷରୁ ଦଲବୀର ଭଣ୍ଡାରୀ ଏହି ଶୁଣାଣିରେ ସାମିଲ ହୋଇଥିଲେ । ଭାରତ ରାୟ ସପକ୍ଷରେ ମତ ଦେଇଥିବା ଜଣାପଡ଼ିଛି ।
ଗତ ଫେବ୍ରୁଆରି ୨୪ ତାରିଖରୁ ୟୁକ୍ରେନ୍ ଉପରେ ସାମରିକ କାଯର୍ୟାନୁଷ୍ଠାନ ଜାରି ରଖିଛି ରୁଷ । ତେବେ ଏହାକୁ ବିରୋଧ କରି ୟୁକ୍ରେନ୍ ଆଇସିଜେର ଦ୍ୱାରସ୍ଥ ହୋଇଥିଲା । ରୁଷ ଆକ୍ରମଣକୁ ପୂର୍ବ ପରିକଳ୍ପିତ ଗଣହତ୍ୟା ଯୋଜନା ବୋଲି କହି ଏହାକୁ ବନ୍ଦ କରିବାକୁ ଆଇସିଜେର ଆବେଦନ କରିଥିଲା ୟୁକ୍ରେନ୍ । ତେବେ ଏହି ରାୟ ପରେ ୟୁକ୍ରେନର ଏହା ବଡ଼ ବିଜୟ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି।
The post ଧ୍ୱଂସସ୍ତୁପରୁ ୟୁକ୍ରେନ୍ ପୁଣି ମୁଣ୍ଡ ଟେକି ଦଣ୍ଡାୟମାନ ହେବ: ଜେଲେନସ୍କି appeared first on Odisha Reporter.
from Odisha Reporter https://ift.tt/0fzJvn2
No comments:
Post a Comment