ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଳ ଗୋଟାଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଆସନ୍ତା ୨୧ ତାରିଖ ସୁଦ୍ଧା ଏହା ସାମୁଦ୍ରିକ ଝଡ଼ରେ ପରିଣତ ହେବ।
ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁସାରେ, ଏବେ ଲଘୁଚାପ କ୍ଷେତ୍ରଟି ପୂର୍ବ ଓ ଉତ୍ତରପୂର୍ବ ଦିଗକୁ ଗତି କରୁଛି। ପରବର୍ତ୍ତୀ ସମୟରେ ଦିଗ ପରିବର୍ତ୍ତନ କରି ଲଘୁଚାପ କ୍ଷେତ୍ର ୱେଲମାର୍କ ଲୋପ୍ରେସରରେ ପରିଣତ ହୋଇ ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ୍ ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି।
୨୦ ତାରିଖ ବେଳକୁ ଡିପ୍ରେସନରେ ପରିଣତ ହୋଇ ୨୧ ତାରିଖ ସୁଦ୍ଧା ଏକ ସାମୁଦ୍ରକି ଝଡ଼ରେ ପରିଣତ ହେବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୁତ୍ୟୁଞ୍ଜୟ ମହାପାତ୍ର। ୨୩ ତାରିଖରେ ଏହା ବାଂଲାଦେଶ ଓ ମିଆମାର ମଧ୍ୟ ଦେଇ ଉପକୂଳ ଅତିକ୍ରମ କରିପାରେ।
ଏହାର ପ୍ରଭାବରେ ଆଣ୍ଡାମାନ ଉପକୂଳରେ ବର୍ଷା ସହ ପବନ ବୋହିପାରେ। କିନ୍ତୁ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଓଟିଭିକୁ ସୂଚନା ଦେଇଛନ୍ତି ଆଇଏମଡି ଡିଜି। ଏହାର ପ୍ରଭାବରେ ଓଡ଼ିଶାରେ ପବନ କି ବର୍ଷା ବି ହେବନି ବୋଲି ସେ କହିଛନ୍ତି। ହେଲେ ମତ୍ସ୍ୟ ଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।
The post ୨୧ରେ ସାମୁଦ୍ରିକ ଝଡ଼ରେ ପରିଣତ ହେବ ଲଘୁଚାପ appeared first on Odisha Reporter.
from Odisha Reporter https://ift.tt/bIzBMq8
No comments:
Post a Comment