ଭାରତକୁ ଆମେରିକାର ପରାମର୍ଶ, ରୁଷ ଠାରୁ ଦୂରେଇ ରୁହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 3, 2022

ଭାରତକୁ ଆମେରିକାର ପରାମର୍ଶ, ରୁଷ ଠାରୁ ଦୂରେଇ ରୁହ

ୱାଶିଂଟନ: ରୁଷ ଓ ୟୁକ୍ରେନ ମଧ୍ୟରେ ଭୀଷଣ ଯୁଦ୍ଧ ଚାଲିଥିବା ବେଳେ ଆମେରିକାର ଭୂମିକାକୁ ନେଇ ସାରା ବିଶ୍ୱରେ ପ୍ରଶ୍ନ ଉଠିବାରେ ଲାଗିଛି। ରୁଷ ବିରୋଧରେ ପଶ୍ଚିମ ଦେଶଗୁଡ଼ିକ ଏକାଠି ହେଉଥିବା ବେଳେ ଭାରତ ନିରପେକ୍ଷ ନୀତି ଅବଲମ୍ବନ କରି ଚାଲିଛି।

ଭାରତର ଏପରି ଆଭିମୁଖ୍ୟକୁ ସହଜରେ ଗ୍ରହଣ କରିପାରୁନି ଆମେରିକା। ଏଥିପାଇଁ ଆମେରିକା ଏବେ ଭାରତକୁ ପରାମର୍ଶ ଦେବା  ଆରମ୍ଭ କରିଛି। ରୁଷ ଠାରୁ ଦୂରେଇ ରହିବାକୁ ଭାରତକୁ ଆମେରିକା କହିଛି। ଯୁଦ୍ଧଖୋର ରୁଷ ବିରୋଧରେ ଜାତିସଂଘର ଏକାଧିକ ଫୋରମରେ ପ୍ରସ୍ତାବ ଆସୁଥିବା ବେଳେ ଭାରତ ସବୁବେଳେ ଭୋଟ ଦାନରୁ ଦୂରେଇ ରହୁଛି।

ଏପରି କରି ଭାରତ ସରକାର ରୁଷକୁ ସମର୍ଥନ କରୁଛନ୍ତି ବୋଲି ଆମେରିକା ଆଶଙ୍କା କରିଛି। ଏଥିପାଇଁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ଭାରତକୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କୁହାଯାଇଛି। ଭାରତ ଯୁଦ୍ଧ ବିରତି ଓ ହିଂସା ବିରୋଧରେ ମତ ରଖୁଥିଲେ ମଧ୍ୟ ଏଯାଏ ଖୋଲାଖୋଲି ଭାବେ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନିନ୍ଦା କରିନାହିଁ। ଆମେରିକା ଓ ତା’ର ସହଯୋଗୀ ରାଷ୍ଟ୍ରମାନେ ରୁଷକୁ ସମାଲୋଚନା କରୁଥିବା ବେଳେ ଭାରତର ଏପରି ଆଭିମୁଖ୍ୟ ସମସ୍ତଙ୍କୁ ଚକିତ କରିଛି।

ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଏସିଆ ବ୍ୟାପାରର ଆମେରିକା ସଚିବ ଡୋନାଲ୍ଡ ଲୁ କହିଛନ୍ତି, “ଆମ ସୁରକ୍ଷା ସହଯୋଗୀମାନଙ୍କ ମଧ୍ୟରେ ଭାରତ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆମେ ମଧ୍ୟ ଏହାକୁ ସମ୍ମାନ କରୁଛୁ। ଆଗକୁ ଭାରତ ସରକାର ନିଜ ଆଡ଼ୁ ରୁଷ ଠାରୁ ଦୂରତା ଅବଲମ୍ବନ କରିବେ ବୋଲି ଆମର ଆଶା। କାରଣ ରୁଷର ଆକ୍ରମଣ ବିଶ୍ୱ ପାଇଁ ଆଦୌ ଶୁଭଙ୍କର ନୁହେଁ। ଆମେରିକା ଅଧିକାରୀମାନେ ଭାରତ ସହ ଯୋଗାଯୋଗରେ ଅଛନ୍ତି। ରୁଷର କାମକୁ ସାମୂହିକ ସମାଲୋଚନା କରିବାର ଆବଶ୍ୟକ ରହିଛି।

ଏ ଦିଗରେ ଭାରତ ସହ କଥାବାର୍ତ୍ତା ଚାଲିଛି। ଆମେ ସମସ୍ତେ ଭାରତ ସରକାରଙ୍କୁ ଆଭିମୁଖ୍ୟକୁ ସ୍ପଷ୍ଟ କରିବା ପାଇଁ ବାରମ୍ବାର କହି ଆସୁଛୁ। କିନ୍ତୁ ଏଯାଏ ଆମେ ଏଥିରେ ସଫଳ ହୋଇନୁ। ଆମେ ଜାତିସଂଘରେ ଅନୁଷ୍ଠିତ ହେଉଥିବା ଏକାଧିକ ଭୋଟିଂ ପ୍ରକ୍ରିୟାରୁ ଭାରତ ନିଜ ଆଡ଼ୁ ଦୂରେଇ ରହୁଥିବା ଦେଖିବାକୁ ପାଉଛୁ। ମୁଁ ୨୪ ଘଣ୍ଟା ମଧ୍ୟରେ ଏକାଧିକ ଭାରତୀୟ ଅଧିକାରୀଙ୍କ ସହ କଥା ହୋଇଛି। ଆମର ଆଶା ଭାରତ ତା’ର ଆଭିମୁଖ୍ୟ ସ୍ପଷ୍ଟ କରିବ।”

ଭାରତ ଜାତିସଂଘରେ ଆସିଥିବା ରୁଷ ବିରୋଧୀ ୩ଟି ପ୍ରସ୍ତାବରୁ ନିଜକୁ ଦୂରେଇ ରଖିଛି। ଏଥିପାଇଁ ବାଇଡେନ ପ୍ରଶାସନ ଭାରତ ସରକାରଙ୍କୁ ନିଜର ପକ୍ଷ ସ୍ପଷ୍ଟ କରିବାକୁ କହି ଚାଲିଛନ୍ତି।

The post ଭାରତକୁ ଆମେରିକାର ପରାମର୍ଶ, ରୁଷ ଠାରୁ ଦୂରେଇ ରୁହ appeared first on Odisha Reporter.



from Odisha Reporter https://ift.tt/ZVweQyP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages