ମୁମ୍ବାଇ: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ ବଡ଼ ପରଦାକୁ ଫେରୁଛନ୍ତି ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ। ବଲିଉଡର ଆଗଧାଡ଼ିର ଡାଇରେକ୍ଟର ମଣିରନ୍ତମଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ପୋନ୍ନିୟିନ ସେଲବନ’ ଫିଲ୍ମରେ ରୟାଲ ଓ ସିମ୍ପଲ ଲୁକ୍ରେ ନଜର ଆସିବେ ଐଶ୍ୱର୍ଯ୍ୟା । ଏହି ଫିଲ୍ମ ୨ ଭାଗରେ ରିଲିଜ ହେବ । ପ୍ରଥମ ଭାଗ ସେପ୍ଟେମ୍ବର ୩୦ରେ ରିଲିଜ ହେବ ।
ମଦ୍ରାସ ଟକିଜ ଓ ଲାଇକା ପ୍ରଡକସନ ବୁଧବାର ନିଜ ଫିଲ୍ମ ‘ପୋନ୍ନିୟିନ ସେଲବନ’ ର ଫାଷ୍ଟ ପୋଷ୍ଟର ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହା ଖୁବ୍ ଶୀଘ୍ର ଭାଇରାଲ ହେବାରେ ଲାଗିଛି।
ଏହି ଫିଲ୍ମ ଦଶମ ଶତାଦ୍ଦିର ଏକ ପିରିୟଡ ଡ୍ରାମା ଉପରେ ଆଧାରିତ । ଏହି ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ସମେତ ବିକ୍ରମ, ଜୟମ ରବି, ତ୍ରିଶା, ସରଥ କୁମାର, ରହମନ ପ୍ରମୁଖ ନଜର ଆସିବେ। ଏହି ଫିଲ୍ମ ଜରିଆରେ ମଣିରତ୍ନମ ଦର୍ଶକଙ୍କ ହୃଦୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାଜ କରିବ ।
ଏହା କାଳ୍କୀ କୃଷ୍ଣାମୂର୍ତ୍ତିଙ୍କ ଦ୍ୱାରା ଲିଖିତ ମହାକାବ୍ୟ ‘କାଳ କେ ଉପନ୍ୟାସ’ ଉପରେ ଆଧାରିତ । ଏହି ଫିଲ୍ମର ମ୍ୟୁଜିକ ଏଆର ରେହମାନ କମ୍ପୋଜ କରିଛନ୍ତି। ଏହି ଫିଲ୍ମର ସ୍କ୍ରିନ ପ୍ଲେ ମଣିରତ୍ନମଙ୍କ ସମେତ ଇଳାଙ୍ଗୀ କୁମାରାବଲ ଓ ବି ଜୟମୋହନ ଲେଖିଛନ୍ତି। ଏହି ଫିଲ୍ମରେ ସବୁ ଷ୍ଟାରକାଷ୍ଟଙ୍କୁ ଅଲଗା ଗେଟଅପ୍ ଦିଆଯିବା ପାଇଁ ଚେଷ୍ଟା କରାଯାଇଛି।
ଏହି ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ଲୁକ୍ କଥା କହିଲେ, ଏକ ପିଙ୍କ ଶାଢ଼ିରେ ଖୁବ୍ ସୁନ୍ଦର ଦିଶୁଥିବା ଐଶ୍ୱର୍ଯ୍ୟା ହେଭି ଜୁଏଲାରୀ ପିନ୍ଧିଥିବା ବେଳେ ବନ୍ ବାନ୍ଧି ହେୟାର ଡିଜାଇନ୍କୁ ରୟାଲ ଲୁକ୍ ଦେଇଛନ୍ତି। ଏହାବାଦ ମଥାରେ ଲାଲ ବିନ୍ଦି, ନ୍ୟୁଡ ମେକଅପ୍ ଓ ଚଉଡା ମାଙ୍ଗଟିକା ତାଙ୍କ ଲୁକ୍କୁ କମ୍ପ୍ଲିଟ କରୁଛି। ଏଥିରେ ଐଶ୍ଚର୍ଯ୍ୟାଙ୍କ ଲୁକ୍କୁ ବହୁତ୍ ସିମ୍ପଲ ରଖାଯାଇଛି। ମୁଖ୍ୟତଃ ଏହି ଫିଲ୍ମର ସୁଟିଂ ନିମନ୍ତେ ଭବ୍ୟ ମହଲ ଓ ମନ୍ଦିର ଲୋକେସନକୁ ବଛା ଯାଇଛି। ଫ୍ୟାନ୍ସ ଫିଲ୍ମର ରିଲିଜକୁ ଖୁବ୍ ଏକ୍ସାଇଟେଡ ହୋଇ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ତାମିଲ, ତେଲଗୁ, ମଲାୟଲମ, କନ୍ନଡ ଓ ହିନ୍ଦୀ ଭାଷାରେ ରିଲିଜ ହେବ ।
The post ଆସିଲା ‘ପୋନ୍ନିୟିନ ସେଲବନ’ର ଫାଷ୍ଟ ପୋଷ୍ଟର, ଐଶ୍ୱର୍ଯ୍ୟାଙ୍କ ଲୁକ୍ରେ ଦର୍ଶକ ଫିଦା appeared first on Odisha Reporter.
from Odisha Reporter https://ift.tt/shqGpW5
No comments:
Post a Comment