ନୂଆଦିଲ୍ଲୀ: ନିକଟରେ ୫ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପାଇଁ ସମ୍ପୃକ୍ତ ରାଜ୍ୟର ପିସିସି ସଭାପତିଙ୍କୁ ହଟାଇ ସେମାନଙ୍କ ସ୍ଥାନରେ ନୂଆ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ଏଆଇସିସିସି ପକ୍ଷରୁ ନବ ନିଯୁକ୍ତ ପିସିସି ସଭାପତିଙ୍କ ନାମ ଜାରି କରାଯାଇଛି। ଏହି ସଭାପତିମାନେ ହେଲେ ଗୋଆର ରଜନୀ ପାଟିଲ, ମଣିପୁରରେ ଜୟରାମ ରମେଶ, ପଞ୍ଜାବର ଅଜୟ ମାକେନ, ଉତ୍ତରପ୍ରଦେଶରେ ଜିତେନ୍ଦ୍ର ସିଂ ଏବଂ ଉତ୍ତରାଖଣ୍ଡର ଅବିନାଶ ପାଣ୍ଡେ। ଏହି ନୂଆ ସଭାପତିମାନଙ୍କୁ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ନିଯୁକ୍ତ କରିଛନ୍ତି। ସମ୍ପୃକ୍ତ ରାଜ୍ୟରେ ସାଙ୍ଗଠନିକ ନେତୃତ୍ୱ ପରିବର୍ତ୍ତନ କରି କଂଗ୍ରେସ ଘର ସଜାଡ଼ିବା ଆରମ୍ଭ କରିଛି। ଗତ ମାର୍ଚ୍ଚ ୧୫ ତାରିଖରେ ସମ୍ପୃକ୍ତ ରାଜ୍ୟର ପୂର୍ବରୁ ଥିବା ପିସିସିସି ସଭପତିମାନଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସୋନିଆ ଗାନ୍ଧି ।
ସୂଚନା ଅନୁଯାୟୀ ଉକ୍ତ ୫ ରାଜ୍ୟ ତଥା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ବିଧାନ ସଭାର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ଏମିତିକି ଆପଠାରୁ ପରାସ୍ତ ହୋଇ ପଞ୍ଜାବରୁ କ୍ଷମତାଚ୍ୟୁତ ହୋଇଛି କଂଗ୍ରେସ। ପୂର୍ବରୁ ନିଜ ଅସ୍ତିତ୍ୱକୁ ନେଇ ସଙ୍କଟରେ ପଡ଼ିଥିବା କଂଗ୍ରେସକୁ ଏହି ବିପର୍ଯ୍ୟୟ ସାଂଘାତିକ ଝଟକା ଦେଇଛି।
ଦୁର୍ବଳ ପ୍ରଦର୍ଶନ ପାଇଁ ଅପମାନକୁ ହଜମ କରିନପାରି ନଥିଳା ଦଳ। ଅନ୍ୟପକ୍ଷରେ ଦଳର ଏଭଳି ଖରାପସ୍ଥିତି ପାଇଁ ଗାନ୍ଧି ପରିବାରକୁ ଦାୟୀ କରି ନେତୃତ୍ୱ ପରିବର୍ତ୍ତନ ପାଇଁ ସ୍ୱର ଉଠିଥିଲା। ତେଣୁ ତୁରନ୍ତ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି କାର୍ଯ୍ୟକାରିଣୀ ବୈଠକ ଡାକି ପରାଜୟର ସମୀକ୍ଷା କରିଥିଲେ। ହେଲେ ବୈଠକରେ ସୋନିଆଙ୍କ ନେତୃତ୍ୱକୁ ନପୁନର୍ବାର ଆସ୍ଥା ପ୍ରକଟ କରାଯାଇଥିଲା। ଏହା ପରେ ଆକ୍ସନମୋଡ୍କୁ ଆସି ୫ ରାଜ୍ୟର ପିସିସି ସଭାପତିଙ୍କୁ ହଟାଇ ଦେଇଥିଲେ ସୋନିଆ।
The post ନୂଆ ସଭାପତିଙ୍କୁ ଦାୟିତ୍ୱ ଦେଲେ ସୋନିଆ, ଜାଣନ୍ତୁ କେଉଁ ରାଜ୍ୟରେ କିଏ appeared first on Odisha Reporter.
from Odisha Reporter https://ift.tt/dj0WNvq
No comments:
Post a Comment