ରସିକିଆ ଡାକ୍ତରଙ୍କ ମିଛ ଧରା ପରୀକ୍ଷା; ପ୍ରଶ୍ନ ବାଣରେ ବେହାଲ ରମେଶ କାନ୍ଦି ପକାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 16, 2022

ରସିକିଆ ଡାକ୍ତରଙ୍କ ମିଛ ଧରା ପରୀକ୍ଷା; ପ୍ରଶ୍ନ ବାଣରେ ବେହାଲ ରମେଶ କାନ୍ଦି ପକାଇଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକଲି ଡାକ୍ତରଙ୍କର ହେଲା ମିଛ ଧରା ପରୀକ୍ଷା । ସତ ମିଛର ପରୀକ୍ଷାରେ ୫ ଘଣ୍ଟାରେ ୫୦ରୁ ଅଧିକ ପ୍ରଶ୍ନର ସାମ୍ନା କଲେ ରସକିଆ ନକଲି ଡାକ୍ତର ରମେଶ ସ୍ୱାଇଁ । ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ ବେଳେ ତିନି ଥର ପାଣି ପିଇବା ସହ କାନ୍ଦି ମଧ୍ୟ ପକାଇଥିଲେ ଧୃତ ରମେଶ ।

ରମେଶଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ପରେ ତାଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ଅନୁମତି ମାଗିଥିଲେ ଭୁବନେଶ୍ୱର ଡିସିପି। କୋର୍ଟଙ୍କ ଅନୁମତି ପରେ ଗତକାଲି ଧୃତ ରମେଶଙ୍କର ହୋଇଥିଲା ମିଛ ଧରା ପରୀକ୍ଷା । ଏଥିନିମନ୍ତେ   ଝାଡପଡା ଜେଲ୍‌ରୁ କଡା ସୁରକ୍ଷାରେ ମହିଳା ଥାନା ପୁଲିସ୍‌ ଅଣା ଯାଇଥିଲା। ଏହାପରେ ରାଜ୍ୟ ଫୋରେନସିକ କାର୍ଯ୍ୟାଳୟର ଲାଏ ଡିଟେକ୍ସନ ବିଭାଗରେ  ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିଲା ସତ ମିଛର ପରୀକ୍ଷା ।

୧୮ ରାଣୀଙ୍କ ରାଜା ସାଜିଥିବା ରମେଶଙ୍କ ରାଣୀ ତାଲିକା ଆହୁରି ଅଛି, ନା ଏଇଠି ସରିଛି  , ଏଥିପାଇଁ କାହିଁକି ମନ ବଳାଇଲେ ସେ ନେଇ ତାଙ୍କୁ ପଚରାଯାଇଥିଲା ପ୍ରଶ୍ନ  । ଏହାବାଦ  ମାଟ୍ରିକ ଫେଲ୍‌ରୁ ନକଲି ଡାକ୍ତର ହୋଇ ହାଇଟେକ୍ ଫ୍ରଡ୍ ବନିଲେ କାହିଁକି , ନାମୀଦାମୀ ପ୍ରତିଷ୍ଠିତ ମହିଳାଙ୍କୁ ଟଙ୍କା ପାଇଁ ଟାର୍ଗେଟ କରୁଥିଲେ ନା ଏହା ପଛର କାରଣ ଆଉ କ’ଣ ରହିଛି। ଫେକ୍ ଡକ୍ୟୁମେଣ୍ଟ ତିଆରି କରିବା ପଛରେ କିଏ କରୁଥିଲେ ସାହାଯ୍ୟ । ୬ କୋଟିରୁ ଅଧିକ ଠକେଇ ଟଙ୍କାକୁ କେଉଁଠି ବିନିଯୋଗ କରିଛନ୍ତି । ନକଲି ଡାକ୍ତର ହୋଇ କେତେ ଜଣଙ୍କୁ ଭୁଲ୍ ଟ୍ରିଟମେଣ୍ଟ କରିଥିଲେ । ଷଡ଼ଯନ୍ତ୍ର ପଛରେ କାହା କାହାର ରହିଛି ସଂପୃକ୍ତି । ମ୍ୟାରେଜ ବିଜନେସକୁ ଆଗକୁ ବଢ଼ାଇବାକୁ ଆଉ କ’ଣ ଥିଲା ତାଙ୍କ ଗେମ୍‌ ପ୍ଲାନ୍‌, ଏହିଭଳି ଅନେକ ପ୍ରଶ୍ନରେ କେତେ ସତ ଉଗାରିଛନ୍ତି  ରମେଶ ତାହାର ରିପୋର୍ଟ ଖୁବ୍‌ଶୀଘ୍ର ଆସିଲେ ଲୋକଲୋଚନକୁ ଆସିବ ସବୁ ସତ ।

ରମେଶଙ୍କ କଳା କାରନାମା ବାବଦରେ କମିଶନରେଟ ପୁଲିସ୍‌ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ଆଣି ଗୁଡ଼ାଇତୁଡ଼ାଇ ପଚାରୁଥିବା ବେଳେ ଏବେ ପୁଲିସ୍‌ ପଞ୍ଝାରେ ପଡ଼ିଛି ତାଙ୍କ ଡ୍ରାଇଭର ପପୁ। ପପୁକୁ ନୟାଗଡ଼ ଜିଲ୍ଲା ରଣପୁରରୁ ଉଠାଇ ଆଣି ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି ପୁଲିସ୍‌  । ରମେଶଙ୍କ ଠକେଇ ମାମଲାରେ ପପୁର ସଂପୃକ୍ତି ନେଇ ପ୍ରମାଣ ପାଇଥିବା ପୁଲିସ୍‌ ତାକୁ ଖୋଜୁଥିଲା। ରମେଶ  ଏକାଧିକ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିଥିବା ଷଡ଼ଯନ୍ତ୍ରରେ ତାଙ୍କ ଡ୍ରାଇଭର ସିଧାସଳଖ ଜଡ଼ିତ ଥିବା ପୁଲିସ୍‌ ପ୍ରମାଣ ପାଇଲା ପରେ ତାକୁ ଧରିବାକୁ ଉଦ୍ୟମ କରୁଥିଲା । ଚାକିରୀ ଦେବାକୁ କହି ରମେଶ ଟଙ୍କା ଠକେଇ କରିଥିବା ମାମଲାରେ ମଧ୍ୟସ୍ଥି ସାଜିଥିଲା ଡ୍ରାଇଭର ପପୁ । ହେଲେ ରମେଶ ଗିରଫ ହେବା ପରଠୁ ଫେରାର ଥିବା ପପୁକୁ ଶେଷରେ ମାଡ଼ି ବସିଛି ପୁଲିସ୍‌। ଏବେ ପପୁଠୁ ସତ ଉଗାରି ପୁଲିସ୍‌ ନକଲି ଡାକ୍ତରଙ୍କ ଅଧିକ ଗୁମର ଖୋଲିବାକୁ ଜୋରଦାର ଚେଷ୍ଟା କରିବ ।

ଗତ ଫେବୃଆରୀ ୧୪ରେ ଠକ ରମେଶ  ସ୍ୱାଇକୁ ଗିରଫ କରିଥିଲା କମିଶନରେଟ ପୁଲିସ୍‌। ତା’ ନାଁରେ ଏଯାବତ ୧୫ଟି କେସ ରୁଜୁ ହୋଇଥିବା ବେଳେ ସେ  ଅନେକ ମହିଳାଙ୍କୁ ଠକେଇ କରିଥିବା ସାମ୍ନାକୁ ଆସିଥିଲା। ତେବେ ତିନି ଥର ରିମାଣ୍ଡରେ ଆଣି ପୁଲିସ୍‌ ପଚରାଉଚରା କରିବା ପରେ ରମେଶ ମିଛ କହୁଥିବା ପୁଲିସ୍‌ ସନ୍ଦେହ କରୁଥିଲା। ତେବେ ଲ୍ୟାବରୁ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ ଆସିବା ପରେ ଦରକାର ହେଲେ  ଆଉ ଥରେ ରମେଶକୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଅଧିକାରୀ। ରିମାଣ୍ଡ ବେଳେ ରମେଶ କେତେ ସତ ଆଉ କେତେ ମିଛ କହିଛି ତାହା ଜାଣିବାକୁ ଲାଏ ଡିଟେକ୍ସନ ଟେଷ୍ଟର ଆବଶ୍ୟକତା ଥିଲା ବୋଲି କହିଛନ୍ତି ଭୁବନେଶ୍ଵର ଡିସିପି।

 

.

ନକଲି ଡକ୍ଟର ରମେଶ  ସ୍ୱାଇଁ ଏକାଧିକ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିଥିବା ଷଡ଼ଯନ୍ତ୍ରରେ ରମେଶଙ୍କ ଡ୍ରାଇଭର ସିଧାସଳଖ ଜଡ଼ିତ ଥିବା ପୁଲିସ୍‌ ପ୍ରମାଣ ପାଇଲା ପରେ ତାକୁ ଧରିବାକୁ ଉଦ୍ୟମ କରୁଥିଲା । ଏମିତିକି   ଚାକିରୀ ଦେବାକୁ କହି ରମେଶ ଟଙ୍କା ଠକେଇ କରିଥିବା ମାମଲାରେ ମଧ୍ୟସ୍ଥି ସାଜିଥିଲା ଡ୍ରାଇଭର ପପୁ । ଏବେ ଡ୍ରାଇଭର ଧରାପଡ଼ିବା ପରେ ପୁଲିସ୍‌ ନକଲି ଡାକ୍ତରଙ୍କ ଗୁମର ଖୋଲିବାକୁ ଜୋରଦାର ଚେଷ୍ଟା କରିବ ।

The post ରସିକିଆ ଡାକ୍ତରଙ୍କ ମିଛ ଧରା ପରୀକ୍ଷା; ପ୍ରଶ୍ନ ବାଣରେ ବେହାଲ ରମେଶ କାନ୍ଦି ପକାଇଲେ appeared first on Odisha Reporter.



from Odisha Reporter https://ift.tt/phAgOPY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages